ଚିକିତ୍ସା ପାଇଁ ଆସନ୍ତା କାଲି ଦିଲ୍ଲୀ ସ୍ଥାନାନ୍ତର ହେବେ ପିଣ୍ଟୁ ନନ୍ଦ
ଆସନ୍ତା କାଲି ଦିଲ୍ଲୀ ସ୍ଥାନାନ୍ତର ହେବେ ପିଣ୍ଟୁ ନନ୍ଦ । ଲିଭର୍ ସିରୋସିସ୍ ପରି ଗୁରୁତର ରୋଗରେ ପୀଡିତ ହୋଇ ଗତ କିଛି ଦିନ ହେବ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ତାଙ୍କର ଚିକିତ୍ସା କରାଯାଉଛି ।

ସୂଚନା ଅନୁସାରେ, ଆସନ୍ତକାଲି ସକାଳ ୭ଟା ବେଳେ ସେ ଦିଲ୍ଲୀ ଯିବେ । ଯେଉଁଠି ତାଙ୍କର ଚିକିତ୍ସା ଜାରି ରହିବ । ଅଭିନେତାଙ୍କ ଚିକିତ୍ସା ପାଇଁ ପ୍ରାୟ ୫୦ଲକ୍ଷ ଟଙ୍କାର ଆବଶ୍ୟକତା ରହିଛି । ଅର୍ଥ ଅଭାବରୁ ଯେପରି ତାଙ୍କ ଚିକିତ୍ସାରେ ଅବହେଳା ନ ହେଉ ସେଥି ପାଇଁ ଓଲିଉଡ ଅନ୍ୟ କଳାକାର ମାନେ ନିକଟରେ ଏକ ବୈଠକ କରିଥିଲେ । ଯେଉଁଥିରେ ନିଜ ସାମର୍ଥ୍ୟ ଅନୁସାରେ ସମସ୍ତେ ପିଣ୍ଟୁଙ୍କ ଚିକିତ୍ସା ପାଇଁ ଆର୍ଥିକ ସାହାଯ୍ୟ କରିଛନ୍ତି । ସୋସିଆଲ ମିଡିଆରେ ମଧ୍ୟ ପରିବାର ଏବଂ ଅନେକ କଳାକର ପିଣ୍ଟୁଙ୍କୁ ସାହାଯ୍ୟ କରିବା ପାଇଁ ନିବେଦନ କରିଛନ୍ତି ।
ଅଭିନେତାଙ୍କୁ ଅନେକ ଓଡ଼ିଆ ଫିଲ୍ମରେ ଦେଖିବା ପାଇଁ ମିଳିଛି । ଜୟ ଜଗନ୍ନାଥ, ଆଇ ଲଭ୍ ମାଇ ଇଣ୍ତିଆ, ପ୍ରେମ ପାଇଁ ମହାଭାରତ, ଦୋସ୍ତି, ଲଭ୍ ଏକ୍ସପ୍ରେସ୍ ଭଳି ଫିଲ୍ମରେ ଅଭିନେତା ଜିଣିଥିଲେ ଦର୍ଶକଙ୍କ ମନ ।












Click it and Unblock the Notifications