Get Updates
Get notified of breaking news, exclusive insights, and must-see stories!

ଅଧିକ ଚିକିତ୍ସା ପାଇଁ ଦିଲ୍ଲୀ ଗଲେ ଅଭିନେତା ପିଣ୍ଟୁ ନନ୍ଦ, ILBSରେ ହେବେ ଭର୍ତ୍ତି

ଓଲିଉଡ ଅଭିନେତା ପିଣ୍ଟୁ ନନ୍ଦ । ଲିଭର୍ ସିରୋସିସ୍ ପରି ଗୁରୁତର ରୋଗରେ ପୀଡିତ ହୋଇ ଗତ କିଛି ଦିନ ହେବ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ତାଙ୍କର ଚିକିତ୍ସା କରାଯାଉଛି ।

Actor Pintu Nand
ଭୁବନେଶ୍ୱର: ଅଧିକ ଚିକିତ୍ସା ପାଇଁ ଦିଲ୍ଲୀ ଗଲେ ଓଲିଉଡ଼ କଳାକାର ପିଣ୍ଟୁ ନନ୍ଦ । ଲିଭର୍ ସିରୋସିସରେ ଆକ୍ରାନ୍ତ ହୋଇ ଗୁରୁତର ଅଛନ୍ତି ଅଭିନେତା । ILBSରେ ଭର୍ତ୍ତି କରାଯିବା ନେଇ ପରିବାର ପକ୍ଷରୁ ସୂଚନା ଦିଆଯାଇଛି । ଆଜି ସକାଳୁ ଭୁବନେଶ୍ୱର ବିମାନବନ୍ଦରରୁ ଦିଲ୍ଲୀ ଅଭିମୁଖେ ନିଜ ପରିବାର ସହ ସେ ଯାତ୍ରା କରିଛନ୍ତି ।

ଖବର ଅନୁସାରେ, ଆଇଏଲବିଏସ୍ ଡାକ୍ତରଖାନାରେ ପ୍ରାୟ ୩ ମାସ ଯାଏଁ ଅଭିନେତାଙ୍କର ଚିକିତ୍ସା କରାଯିବ । ସେଠାରେ ତାଙ୍କର ଯକୃତ ପ୍ରତିରୋପଣ କରାଯିବା ନେଇ ମଧ୍ୟ ସୂଚନା ରହିଛି । ଯେଉଁଥି ପାଇଁ ତାଙ୍କୁ ଅର୍ଥର ଆବଶ୍ୟକତା ରହିଥିଲା । ପିଣ୍ଟୁଙ୍କ ପାଇଁ ଅନେକ ଦିଗରୁ ସହାୟତା ମିଳିବାରେ ଲାଗିଛି ।

ସୂଚନାଅନୁସାରେ, ଅଭିନେତା ପିଣ୍ଟୁ ନନ୍ଦ ଲିଭର୍ ସିରୋସିସ୍ ପରି ଗୁରୁତର ରୋଗରେ ପୀଡିତ ଅଛନ୍ତି । ଗତ କିଛି ଦିନ ହେବ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ତାଙ୍କର ଚିକିତ୍ସା କରାଯାଉଥିଲା । ଅଭିନେତା କ୍ରୋନିକ୍ ହେପାଟାଇଟିସରେ ପୀଡିତ ହୋଇ ତାଙ୍କର ଲିଭର୍ ନଷ୍ଟ ହୋଇଯାଇଛି । ଉଚ୍ଚମାନର ଚିକିତ୍ସା ପାଇଁ ତାଙ୍କୁ ଆଜି ଦିଲ୍ଲୀର ILBSରେ ଭର୍ତ୍ତି କରାଯିବ । ଦିଲ୍ଲୀ ସ୍ଥାନାନ୍ତର ନେଇ ପିଣ୍ଟୁ ନନ୍ଦଙ୍କ ପରିବାର ପକ୍ଷରୁ ସୂଚନା ଦିଆଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+