ରାଜନୀତିରେ ଯୋଗ ଦେବେ ଅଭିନେତା ମନୋଜ ବାଜପେୟୀ !ଏପରି କହିଲେ ଅଭିନେତା

Manoj Bajpayee Politics: ବିହାରର ଜଣାଶୁଣା ବଲିଉଡ ଅଭିନେତା ମନୋଜ ବାଜପେୟୀ କହିଛନ୍ତି ସେ କେବି ବି ରାଜନୀତିରେ ପ୍ରବେଶ କରିବେ ନାହିଁ । ଅଭିନେତା କହିଛନ୍ତି, 'ମୁଁ ରାଜନୀତି ସହିତ ଜଡିତ ନାହିଁ । ସେ ଆହୁରି କହିଛନ୍ତି, ଗତବର୍ଷ ମୁଁ ବିହାରକୁ ଆସିବା ସମୟରେ ଲାଲୁ ପ୍ରସାଦ ଜୀ ଏବଂ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କୁ ଭେଟିଥିଲି । ଯାହା ପରେ ଚର୍ଚ୍ଚା ଯୋର ଧରିଥିଲା ଯେ, କାଳେ ଅଭିନେତା ରାଜନୀତିରେ ପ୍ରେବଶ କରି ପାରନ୍ତି । ହେଲେ ଏହା ବିଲକୁଲ୍ ମିଥ୍ୟା ବୋଲି ବର୍ତ୍ତମାନ ମନୋଜ ବାଜପେୟୀ କହିଛନ୍ତି ।

ଫ୍ୟାମିଲି ମ୍ୟାନ୍ ଫେମ୍ ଅଭିନେତା ମନୋଜ ବାଜପେୟୀ ଆହୁରି କହିଛନ୍ତି, ଏହା 200 ପ୍ରତିଶତ ନିଶ୍ଚିତ ଯେ ମୁଁ ରାଜନୀତିରେ ପ୍ରବେଶ କରିବି ନାହିଁ ... ଏହାର ପ୍ରଶ୍ନ ହିଁ ଉଠୁନାହିଁ ।

Manoj Bajpayee

ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ଅଭିନେତା ଲାଲୁ ପ୍ରସାଦଙ୍କୁ ଗତ ବର୍ଷ ସେପ୍ଟେମ୍ବର 18ରେ ତାଙ୍କ ପାଟନା ସ୍ଥିତ ଘରେ ଯାଇ ଭେଟିଥିଲେ । ଏହାର ସୂଚନା ତେଜସ୍ୱୀ ଯାଦବ ସୋସିଆଲ ମିଡିଆରେ କିଛି ଫଟୋ ସେୟାର କରି ଦେଇଥିଲେ । ଯାହା ପରେ ସାଧାରଣରେ ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା ଯେ ମନୋଜ ବାଜପେୟୀ ରାଜନିତୀରେ ପାଦ ଦେଇପାରନ୍ତି ।

ତିନୋଟି ଜାତୀୟ ଏବଂ ଚାରିଟି ଫିଲ୍ମଫେୟାର ପୁରସ୍କାର ପାଇଥିବା ବାଜପେୟୀ କହିଛନ୍ତି ଯେ ମୁଁ ଜଣେ ଅଭିନେତା ଏବଂ ଜଣେ ଅଭିନେତା ରହିବି ... ରାଜନୀତିରେ ଯୋଗଦେବାର ପ୍ରଶ୍ନ ଉଠୁ ନାହିଁ । ଏହାସହ ଏକ ନୂତନ ଚଳଚ୍ଚିତ୍ର ନୀତି ଆଣିବାକୁ ବିହାର ସରକାରଙ୍କ ଯୋଜନା ବିଷୟରେ ପଚରାଯିବାରୁ ଅଭିନେତା କହିଛନ୍ତି ଯେ, ରାଜ୍ୟ ସରକାର ତୁରନ୍ତ ଏକ ନୂତନ ଚଳଚ୍ଚିତ୍ର ନୀତି ପ୍ରଣୟନ କରିବା ଉଚିତ୍। ଯଦି ଏହା ଶୀଘ୍ର କାର୍ଯ୍ୟକାରୀ ହୁଏ, ତେବେ ରାଜ୍ୟ, କଳାକାରଙ୍କୁ ଉଚିତ୍ ପ୍ଲାଟଫର୍ମ ମିଳିପାରନ୍ତା ।

ସୂଚନାଥାଉ ଯେ, ଅଭିନେତା ଆଗାମୀ ଫିଲ୍ମ 'ସିରଫ୍ ଏକ ବନ୍ଦା କାଫି ହେ'ର ପ୍ରମୋସନ ପାଇଁ ପଟନା ଯାଇଥିଲେ । ସେ ଏହି ଫିଲ୍ମରେ ଜଣେ ଓକିଲ ଭୂମିକାରେ ନଜର ଆସିବେ । ତେବେ ଏହି ଫିଲ୍ମ ଦେଖିବା ପାଇଁ ଅଭିନେତା ଦର୍ଶକଙ୍କୁ ଅନୁରୋଧ କରିଛନ୍ତି । ଏହି ଚଳଚ୍ଚିତ୍ରରେ ଜଣେ ସାଧାରଣ ବ୍ୟକ୍ତି ସମ୍ମୁଖୀନ ହେଉଥିବା ସମସ୍ୟା, ପରିବର୍ତ୍ତନ ଏବଂ ନ୍ୟାୟ ପାଇଁ ସଂଘର୍ଷ କାହାଣୀ ଦେଖିବା ପାଇଁ ମିଳିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+