କପିଲ ଶର୍ମା ଶୋ' ଛାଡିଲେ ଏହି ଅଭିନେତା, ଜାଣନ୍ତୁ କାରଣ କ'ଣ

The Kapil Sharma Show :Actor Krushna Abhishek quits Kapil Sharma Show. କପିଲ ଶର୍ମା ଶୋ' ଛାଡିଲେ ଏହି ଅଭିନେତା,

ମୁମ୍ବାଇ: ଟିଭିର ପ୍ରସିଦ୍ଧ କମେଡି ରିଆଲିଟି ଶୋ 'ଦ କପିଲ ଶର୍ମା ଶୋ' ବର୍ତ୍ତମାନ ସମୟରେ ପ୍ରସାରିତ ହେଉନାହିଁ କିନ୍ତୁ ଲୋକମାନେ ଏହା ଆରମ୍ଭ ହେବା ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି । ହାସ୍ୟ ଅଭିନେତା କପିଲ ଶର୍ମା ଏବଂ ତାଙ୍କର ପୁରା ଟିମ୍ ଗତ କିଛି ମାସ ଧରି ଆମେରିକା ଗସ୍ତରେ ଥିଲେ । ପୁରା ଟିମ୍ ଆମେରିକାର ଅନେକ ସ୍ଥାନରେ ଲାଇଭ୍ ସୋ କରୁଥିଲେ । ବର୍ତ୍ତମାନ ସମସ୍ତେ ଭାରତ ଫେରିଛନ୍ତି ଏବଂ ପୁଣିଥରେ ଶୋ' ଆରମ୍ଭ କରିବାକୁ ପ୍ରସ୍ତୁତି ଚାଲିଛି । ରବିବାର ନିଜେ କପିଲ ଶର୍ମା ସୋସିଆଲ ମିଡିଆରେ ତାଙ୍କ ନୂଆ ଫଟୋ ସେୟାର କରି ଶୋ' ଆରମ୍ଭ ବିଷୟରେ ଫ୍ୟାନ୍ସଙ୍କୁ ସୂଚନା ଦେଇଥିଲେ । ଯାହା ପରେ ଫ୍ୟାନ୍ସ ମଧ୍ୟ ବେଶ୍ ଖୁସ ଅଛନ୍ତି ।

KRUSHNA

ହେଲେ ଏହି କାର୍ଯ୍ୟକ୍ରମକୁ ନେଇ ଏବେ ଏକ ଅପଡେଟ୍ ଆସିଛି । ଯାହାକୁ ନେଇ ଏବେ ସବୁଠି ଚର୍ଚ୍ଚା । ଦ କପିଲ ଶର୍ମା ଶୋ' ଛାଡିଲେ ଅଭିନେତା କୃଷ୍ଣା ଅଭିଷେକ । ଶୋ'ରେ ସପନାଙ୍କ ଚରିତ୍ରର ପାଇଁ ବେଶ୍ ଫେମସ ଥିଲେ କୃଷ୍ଣା । କୃଷ୍ଣା ଅଭିଷେକ ନିଜର ଚରିତ୍ରରେ ଜବରଦସ୍ତ ଅଭିନୟ କରି ଶୋ'କୁ ଦେଇଥିଲେ ଭିନ୍ନ ପରିଚୟ । କୃଷ୍ଣାଙ୍କୁ ମଧ୍ୟ ଏହି ଚରିତ୍ର ନୂଆ ପରିଚୟ ଦେଇଥିଲା ବୋଲି ସେ ନିଜେ କହିଛନ୍ତି । ହେଲେ ଆଗକୁ ଏହି କମେଡି କାର୍ଯ୍ୟକ୍ରମରେ ସପନାଙ୍କ ଜଲୱା ଦେଖିବା ପାଇଁ ମିଳି ନ ପାରେ । ତେବେ ସେ ଶୋ' ଛାଡିବା ପଛରେ ରହିଛି ଅନେକ କାରଣ । ଚୁକ୍ତିଭିତ୍ତିକ ସମସ୍ୟା ପାଇଁ କୃଷ୍ଣା ଶୋ' ଛାଡିଛନ୍ତି ବୋଲି ସୂଚନା ରହିଛି । ସେହିପରି ସବୁଠାରୁ ବଡ଼ କାରଣ ଥିଲା ସେମାନଙ୍କର ଫିସ୍ । ଶୋ'ର ନିର୍ମାତା ଏବଂ କୃଷ୍ଣାଙ୍କ ମଧ୍ୟରେ ଅନେକ ଆଲଚୋନା ସତ୍ୱେ କୌଣସି ସମାଧାନ ହୋଇ ପାରୁ ନାହିଁ ବୋଲି ମଧ୍ୟ ସୂଚନା ରହିଛି । ଯେଉଁଥି ପାଇଁ ଶେଷରେ ତାଙ୍କୁ ଶୋ'ଛାଡିବା ପାଇଁ ପଡିଛି । ତେବେ ୨୦୧୮ରୁ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ କୃଷ୍ଣା । ତେବେ ଖୁବ ଶିଘ୍ର ପୁଣି କପିଲଙ୍କ କମେଡି ଟେଲିଭିଜନରେ ଦେଖିବା ପାଇଁ ମିଳିବ । ଯାହାର ପ୍ରସ୍ତୁତି ଏବେ ଆରମ୍ଭ ହୋଇଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+