କାର୍ତ୍ତିକ ଆର୍ଯ୍ୟନ କୋରୋନା ପଜିଟିଭ
ବଲିଉଡ ଅଭିନେତା କାର୍ତ୍ତିକ ଆର୍ଯ୍ୟନ କୋରୋନା ସଂକ୍ରମିତ ହୋଇଛନ୍ତି। ଏନେଇ ସେ ସୋସିଆଲ ମିଡିଆ ପୋଷ୍ଟ କରିଛନ୍ତି । ଜୁନ୍ 4 ତାରିଖରେ କାର୍ତ୍ତିକଙ୍କ ରିପୋର୍ଟ ପଜିଟିଭ୍ ଆସିଥିଲା, ଯାହା ପରେ ସେ ନିଜକୁ ଆଇସୋଲେସନରେ ରଖିଛନ୍ତି।
ମୁମ୍ବାଇ: ବଲିଉଡ ଅଭିନେତା କାର୍ତ୍ତିକ ଆର୍ଯ୍ୟନ କୋରୋନା ସଂକ୍ରମିତ ହୋଇଛନ୍ତି। ଏନେଇ ସେ ସୋସିଆଲ ମିଡିଆ ପୋଷ୍ଟ କରିଛନ୍ତି । ଜୁନ୍ 4 ତାରିଖରେ କାର୍ତ୍ତିକଙ୍କ ରିପୋର୍ଟ ପଜିଟିଭ୍ ଆସିଥିଲା, ଯାହା ପରେ ସେ ନିଜକୁ ଆଇସୋଲେସନରେ ରଖିଛନ୍ତି।

କାର୍ତ୍ତିକ ଇନ୍ଷ୍ଟାଗ୍ରାମରେ ସେୟାର କରିଥିବା ଫଟୋ ପୋଷ୍ଟ କରି, ନିକଟରେ ରିଲିଜ ହୋଇଥିବା ଫିଲ୍ମ 'ଭୁଲ ଭୁଲେୟାଁ-୨'ର ସଫଳତା ଆଡକୁ ଇସାରା ଦେଇ କ୍ୟାପସନରେ ଲେଖିଥିଲେ- 'ସବୁ କିଛି ଠିକ୍ ଚାଲିଥିଲା, କିନ୍ତୁ କୋରୋନା ଏହା ଦେଖି ଆଉ ସହିପାରିଲା ନାହିଁ।' ଏଥିସହ ସେ ଏକ ଇମୋଜି ମଧ୍ୟ ସେୟାର କରିଥିଲେ।
ସୂଚନାଯୋଗ୍ୟ ଯେ, ଗତ ବର୍ଷ ମାର୍ଚ୍ଚ 22ରେ କାର୍ତ୍ତିକ କୋରୋନା ସଂକ୍ରମିତ ହୋଇଥିଲେ। ଏନେଇ ସେ ସୋସିଆଲ ମିଡିଆରେ ପୋଷ୍ଟ କରି ଫ୍ୟାନ୍ସଙ୍କୁ ଜଣାଇଥିଲେ ।












Click it and Unblock the Notifications