ଏହି ଟ୍ୱିଟ୍ ପାଇଁ ଗିରଫ ହେଲେ KRK

Actor Kamal Khan Arrested :ଏହି ଟ୍ୱିଟ୍ ପାଇଁ ଗରଫ ହେଲେ KRK

ମୁମ୍ବାଇ: ଚଳଚ୍ଚିତ୍ର ସମାଲୋଚକ ତଥା ଅଭିନେତା କମଲ ଆର ଖାନ । ନିଜ ବିବାଦିୟ ଟ୍ୱିଟ୍ ପାଇଁ ରହିଥାନ୍ତି ଚର୍ଚ୍ଚାରେ । ସେ ଖୋଲାଖୋଲି ଭାବେ ସୋସିଆଲ ମିଡିଆରେ ବଡ଼ ବଡ଼ ସେଲେବ୍ରିଟିକୁ ସେ ଟାର୍ଗେଟ୍‌ କରି ଟ୍ୱିଟ୍ କରନ୍ତି । ଯେଉଁଥି ପାଇଁ ବଲିଉଡର ଅନେକ କଳାକାର ତାଙ୍କ ବିରୋଧରେ ମାନମାନୀ ମାମଲ ରୁଜୁ କରିସାରିଛନ୍ତି ।କେଆରକେଙ୍କୁ ଗିରଫ କରିଛି ମଲାଡ ପୋଲିସ । ୨୦୨୦ ମସିହାରେ ହୋଇଥିବା ବିବାଦୀୟ ଟ୍ୱିଟ୍ ପାଇଁ KRKଙ୍କୁ ଗିରଫ କରାଯାଇଛି । ମୁମ୍ବାଇ ବିମାନବନ୍ଦରରୁ KRKକୁ ଗିରଫ କରାଯାଇଛି ଯାହା ପରେ ତାଙ୍କୁ Borivali Cour ହାଜର କରାଯିବ । ୨୦୨୦ ମସିହାରେ, KRK ସ୍ୱର୍ଗତ ଅଭିନେତା ଋଷି କପୁର ଏବଂ ଇରଫାନ ଖାନଙ୍କ ବିଷୟରେ ଟ୍ୱିଟ କରିଥିଲେ, ଯେଉଁଥିପାଇଁ ତାଙ୍କୁ ଗିରଫ କରାଯାଇଛି।

KRK

KRK କେବଳ ତାଙ୍କର ବିବାଦୀୟ ଟ୍ୱିଟ୍ ପାଇଁ ଜଣାଶୁଣା । ତାଙ୍କ ବିରୋଧରେ ଅନେକ ଏଫ୍ଆଇଆର୍ ମଧ୍ୟ ପଞ୍ଜୀକୃତ ହୋଇଛି। ୨୦୨୦ ମସିହାରେ, KRK ସ୍ୱର୍ଗତ ଅଭିନେତା ଋଷି କପୁର ଏବଂ ଇରଫାନ୍ ଖାନଙ୍କ ଉପରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ। ଏହା ପରେ ଯୁବ ସେନାର ମୂଳ କମିଟିର ସଦସ୍ୟ ରାହୁଲ କନଲ ଅଭିଯୋଗ କରିଥିଲେ ।

ପିଟିଆଇର ରିପୋର୍ଟ ଅନୁଯାୟୀ, ୩୦ ଏପ୍ରିଲ ୨୦୨୦ରେ, KRK ଋଷି କପୁରଙ୍କ ବିଷୟରେ ଟ୍ୱିଟ୍ କରିଥିଲେ ଯେତେବେଳେ ସେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ସେ ଟ୍ୱିଟ୍ କରି ଲେଖି ଥିଲେ - 'ସାର୍, ସୁସ୍ଥ ହୋଇ ଶୀଘ୍ର ଫେରି ଆସିବେ, ପଳେଇ ଯିବେ ନାହିଁ କାରଣ ମଦ ଦୋକାନ ମାତ୍ର ୨-୩ ଦିନ ପରେ ଖୋଲିବାକୁ ଯାଉଛି ।' କେବଳ ଏତିକି ନୁହେଁ, ଇରଫାନ ଖାନଙ୍କ ମୃତ୍ୟୁ ପୂର୍ବରୁ ସେ ତାଙ୍କ ବିଷୟରେ ମଧ୍ୟ ଟ୍ୱିଟ୍ କରିଛନ୍ତି।

ପିଟିଆଇକୁ ସୂଚନା ଦେଇ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ଯେ ଆଇପିସିର ଧାରା ୨୯୪ ଅନୁଯାୟୀ KRK ବିରୋଧରେ FIR ପଞ୍ଜୀକୃତ କରାଯାଇଛି । ସେ ଉଭୟ କଳାକାରଙ୍କ ଉପରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+