Get Updates
Get notified of breaking news, exclusive insights, and must-see stories!

ଆଉ "ଭିଡୁ" କହି ଜ୍ୟାକି ଶର୍ଫଙ୍କ ନକଲ କରିପାରିବେନି, ଦିଲ୍ଲୀ ହାଇକୋର୍ଟ ଗଲେ ...

Actor Jackie Shroff: ଆଉ "ଭିଡୁ" କହି ଜ୍ୟାକି ଶର୍ଫଙ୍କ ନକଲ କରିପାରିବେନି । ସାଧାରଣତଃ ବଲିଉଡ ଅଭିନେତା ଜ୍ୟାକି ଶର୍ଫଙ୍କ ଅନ୍ଦାଜ୍ ଟିକେ ଭିନ୍ନ । ତାଙ୍କ କଥା କହିବା ଷ୍ଟାଇିଲ୍, ପୋଷାକ ସବୁ କିଛି ବଲିଉଡର ଅନ୍ୟ ଅଭିନେତାଙ୍କ ଠାରୁ ଟିକେ ଭିନ୍ନ ଏବଂ ନିଆରା । ଯେତେବେଳେ ଜ୍ୟାକି କାହା ସହିତ କଥା ହୁଅନ୍ତି କରନ୍ତି, ସେ ନିଶ୍ଚିତ ଭାବରେ 'ବିଡୁ' ଶଦ୍ଦର ବ୍ୟବହାର କରିଥାନ୍ତି ।

Jackie Shroff

ସେହିପରି ଆଜିକା ତାରିଖରେ ପ୍ରତ୍ୟେକ ଲୋକ ଅଭିନେତାଙ୍କର ଏହି ଶବ୍ଦ ବ୍ୟବହାର କରିବା ଆରମ୍ଭ କରିଦେଇଛନ୍ତି । ଯେଉଁଥି ପାଇଁ ଅଭିନେତା ଏହାକୁ ବିରୋଧ କରି ବର୍ତ୍ତମାନ କୋର୍ଟର ଦ୍ୱାରସ୍ତ ହୋଇଛନ୍ତି । ଜ୍ୟାକି ଶର୍ଫ ଦିଲ୍ଲୀ ହାଇକୋର୍ଟରେ ଏକ ପିଟିସନ ଦାଖଲ କରିଛନ୍ତି। ଏହି ଆବେଦନରେ ସେ ତାଙ୍କର ବ୍ୟକ୍ତିଗତ ତଥା ପବ୍ଲିସିଟି ଅଧିକାରର ସୁରକ୍ଷା ଦାବି କରିଛନ୍ତି।

ତାଙ୍କ ବିନା ଅନୁମତିରେ ତାଙ୍କ ନାମ, ଫଟୋ, ସ୍ୱର ଏବଂ 'ବିଡୁ' ଶବ୍ଦ ବ୍ୟବହାର କରୁଥିବା ସଂସ୍ଥା ବିରୋଧରେ ଜ୍ୟାକି ଶର୍ଫ ଏକ ମକୋଦ୍ଦମା ଦାୟର କରିଛନ୍ତି।

ଅଭିନେତା କହିଛନ୍ତି, ସୋସିଆଲ ମିଡିଆ, ଏଆଇ ଆପ ବ୍ୟତୀତ ଅନ୍ୟ କୌଣସି ପ୍ଲାଟଫର୍ମରେ ତାଙ୍କ ସ୍ୱର, ଫୋଟ କିମ୍ବା ତାଙ୍କ ସହ ଜଡିତ କିଛି ଜିନିଷ ବ୍ୟବହାର କରିବା ପୂର୍ବରୁ ତାଙ୍କଠାରୁ ଅନୁମତି ନିଆଯିବା ଉଚିତ ବୋଲି କୋର୍ଟ ନିର୍ଦ୍ଦେଶ ଦେବା ଉଚିତ। ବିନା ଅନୁମତିରେ ବ୍ୟବହାର କରାଯିବା ଉଚିତ ନୁହେଁ । ତେବେ ଏହି ମାମଲାର ଶୁଣାଣି ମେ ୧୫ ତାରିଖରେ କରଯିବ । ଏହାପୂର୍ବରୁ ଅମିତାଭ ବଚ୍ଚନ ମଧ୍ୟ ତାଙ୍କ ଅଧିକାର ସମ୍ପର୍କରେ ଏକ ପିଟିସନ ଦାଖଲ କରିଥିଲେ

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+