ପାର୍କିଂକୁ ନେଇ ଅଭିନେତ୍ରୀଙ୍କ ଭାଇଙ୍କୁ ଛୁରୀ ଭୁଷି ମାରିଦେଲେ
ପାର୍କିଂକୁ ନେଇ ବଲିଉଡ ଅଭିନେତ୍ରୀ ହୁମା କୁରେଶୀଙ୍କ ଭାଇକୁ ନିର୍ମମ ଭାବେ ହତ୍ୟା କଲେ ଦୁର୍ବୃତ୍ତ। ଦିଲ୍ଲୀର ନିଜାମୁଦ୍ଦିନରେ ଅଭିନେତ୍ରୀଙ୍କ ସମ୍ପର୍କୀୟ ଭାଇଙ୍କୁ ହତ୍ୟା କରାଯାଇଥିବା ଜଣାଯାଇଛି। ମୃତକଙ୍କ ନାମ ଆସିଫ୍ କୁରେଶୀ। ଘର ପାଖରେ ଥିବା ପାର୍କିଂକୁ ନେଇ ଆରମ୍ଭ ହୋଇଥିବା ବିବାଦ ଏଭଳି ମୋଡ଼ ନେବ ବୋଲି କାହାକୁ ଜଣାନଥିଲା। ଜଣେ ବ୍ୟକ୍ତି ଆସିଫ୍ଙ୍କ ଘର ବାହାରେ ତାଙ୍କ ସ୍କୁଟି ରଖିଥିଲେ। ଆସିଫ୍ ତାଙ୍କୁ ସ୍କୁଟି ହଟାଇବାକୁ କହିବାରୁ ଯୁକ୍ତିତର୍କ ଆରମ୍ଭ ହୋଇଥିଲା ଏବଂ ମାମଲା ହତ୍ୟା ପର୍ଯ୍ୟନ୍ତ ପହଞ୍ଚିଥିଲା।
ସୂଚନା ଅନୁସାରେ ଗୁରୁବାର ବିଳମ୍ବିତ ରାତିରେ ଏହି ହତ୍ୟାକାଣ୍ଡ ଘଟିଥିଲା । ସିସିଟିଭି ଫୁଟେଜରୁ ଜଣାପଡିଛି ଯେ ଯୁବକମାନେ ଆସିଫ୍ଙ୍କୁ ଗାଳିଗୁଲଜ କରିବା ସହ ଆକ୍ରମଣ କରିଛନ୍ତି । ଭିଡ଼ିଓରେ ସ୍ପଷ୍ଟ ଭାବରେ ଦେଖାଯାଉଛି ଯେ ଦୁଇ ଜଣ ଯୁବକ ଆସିଫ୍ଙ୍କୁ ଠେଲାପେଲା କରିବା ସହ ତଳେ ପକାଇ ମାଡ ମାରୁଛନ୍ତି । କିଛି ଲୋକମାନେ ମଧ୍ୟ ହସ୍ତକ୍ଷେପ କରିବାକୁ ଚେଷ୍ଟା କରିଛନ୍ତି । ଏହି ସମୟରେ ଅଭିଯୁକ୍ତମାନଙ୍କ ମଧ୍ୟରୁ ଜଣେ ଆସିଫ୍ ଙ୍କୁ ତଳେ ପକାଇ ମାରୁଛନ୍ତି । ଘଟଣାସ୍ଥଳରେ ଜୋରେ ପାଟିତୁଣ୍ଡ ହେଉଥିବା ଜଣାପଡିଛି ।

ଗୁରୁବାର ବିଳମ୍ବିତ ରାତିରେ ଆସିଫ୍ ଘରକୁ ଫେରିବା ପରେ ଘର ସାମ୍ନାରେ ସ୍କୁଟି ଥିବାର ଦେଖି ପଡୋଶୀଙ୍କୁ ପଚାରିଥିଲେ । ହେଲେ ପଡୋଶୀ ଯୁବକ ଉତ୍ତ୍ୟକ୍ତ ହୋଇ ଆକ୍ରମଣ କରିଥିଳେ । ସୁଚିନ୍ତିତ ଭାବେ ଆସିଫ୍ଙ୍କୁ ହତ୍ୟା କରାଯାଇଥିବା ପରିବାର ସଦସ୍ୟ ଅଭିଯୋଗ କରିଛନ୍ତି ।












Click it and Unblock the Notifications