For Quick Alerts
Turn On Notification  
For Daily Alerts
Oneindia App Download

ସୁଧୁରୁଛି ଅଭିନେତା ଦିଲ୍ଲୀପ କୁମାରଙ୍କ ସ୍ବାସ୍ଥ୍ୟବସ୍ଥା

ବଲିଉଡରୁ ଆସିଛି ଭଲ ଖବର । ଗତକାଲି ଡାକ୍ତଖାନାରେ ଭର୍ତ୍ତି ହୋଇଥିବା ବଲିଉଡର ବର୍ଷିଆନ ଅଭିନେତା ଦିଲ୍ଲୀପ କୁମାରଙ୍କ ସ୍ବାସ୍ଥ୍ୟବସ୍ଥାରେ ସୁଧାର ଆସିବାରେ ଲାଗିଛି ।

|

ମୁମ୍ବାଇ: ବଲିଉଡରୁ ଆସିଛି ଭଲ ଖବର । ଗତକାଲି ଡାକ୍ତଖାନାରେ ଭର୍ତ୍ତି ହୋଇଥିବା ବଲିଉଡର ବର୍ଷିଆନ ଅଭିନେତା ଦିଲ୍ଲୀପ କୁମାରଙ୍କ ସ୍ବାସ୍ଥ୍ୟବସ୍ଥାରେ ସୁଧାର ଆସିବାରେ ଲାଗିଛି । ତାଙ୍କର ଫୁସଫୁସରେ ପାଣି ଜମିଯାଇଛି । ଡାକ୍ତର ଲଗାତାର ଭାବେ ଦିଲ୍ଲୀପଙ୍କ ଉପରେ ନଜର ରଖିଛନ୍ତି । ତାଙ୍କର ସ୍ବାସ୍ଥ୍ୟବସ୍ଥାରେ ସୁଧାର ଆସୁଥିବା ଚିକିତ୍ସା କରୁଥିବା ଡାକ୍ତରୀ ଟିମ ସୂଚନା ଦେଇଛନ୍ତି ।

Dilip Kumar

ଅଭିନେତା ଦିଲ୍ଲୀପ କୁମାରଙ୍କୁ ଅକ୍ସିଜେନ ସପୋର୍ଟ ସିଷ୍ଟମରେ ରଖାଯାଇଛି । ରବିବାର ସକାଳେ ତାଙ୍କର ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ହିନ୍ଦୁଜା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହିନ୍ଦୁଜା ହସ୍ପିଟାଲର ବରିଷ୍ଠ ଡାକ୍ତର ନିତିନ ଗୋଖଲେ ଏବଂ ଜଲୀତ ପାରକରଙ୍କ ନେତୃତ୍ବରେ ଚାଲିଛି ଚିକିତ୍ସା । ବାଇଲେଟରାଲ ପ୍ଲ୍ୟୁରାଲ ଇଫ୍ୟୁଜନ କାରଣରୁ ଦିଲ୍ଲୀପ କୁମାରଙ୍କୁ ଆଇସିୟୁରେ ଅକ୍ସିଜେନ ସପୋର୍ଟ ସିଷ୍ଟମରେ ରଖାଯାଇଛି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Actor Dillip Kumar's health is improving
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X