ଅଡ଼ୁଆରେ ଅଭିନେତା ଧର୍ମେନ୍ଦ୍ର ; ଠକେଇ ଅଭିଯୋଗରେ ନୋଟିସ ପଠାଇଲେ କୋର୍ଟ
ଦିଲ୍ଲୀର ପଟିଆଲା ହାଉସ କୋର୍ଟ ଚଳଚ୍ଚିତ୍ର ଅଭିନେତା ଧର୍ମେନ୍ଦ୍ର ଏବଂ ଅନ୍ୟ ଦୁଇଜଣଙ୍କ ବିରୋଧରେ 'ଗରମ ଧରମ ଢ଼ାବା' ଫ୍ରାଞ୍ଚାଇଜ ସହ ଜଡିତ ଏକ ଠକେଇ ମାମଲାରେ ନୋଟିସ ଜାରି କରିଛନ୍ତି। ଦିଲ୍ଲୀର ଜଣେ ବ୍ୟବସାୟୀଙ୍କ ଅଭିଯୋଗ ଉପରେ ନୋଟିସ ଜାରି କରାଯାଇଛି। ଜୁଡିସିଆଲ ମାଜିଷ୍ଟ୍ରେଟ (ପ୍ରଥମ ଶ୍ରେଣୀ) ଯଶଦୀପ ଚହଲଙ୍କ ଦ୍ୱାରା ଜାରି କରାଯାଇଥିବା ଏହି ସମନ, ଦିଲ୍ଲୀର ବ୍ୟବସାୟୀ ସୁଶୀଲ କୁମାର କରିଥିବା ଠକେଇ ଅଭିଯୋଗ ପାଇଁ ଦିଆଯାଇଛି ।

ଅଭିଯୋଗ ଅନୁସାରେ ଗରମ ଧରମ ଢ଼ାବାର ଫ୍ରାଞ୍ଚାଇଜରେ ପୁଞ୍ଜି ନିବେଶ କରିବାକୁ ପ୍ରଲୋଭନ ଦେଖାଇ ଟଙ୍କା ଠକି ନେଇଥିବା ନେଇ ଅଭିଯୋଗ କରିଥିଲେ ବ୍ୟବସାୟୀ ଜଣଙ୍କ । ଅଭିଯୋଗ ଆଧାରରେ ଜୁଡିସିଆଲ ମାଜିଷ୍ଟ୍ରେଟ ଯଶଦୀପ ଚହଲ ଏହି ସମନ ଜାରି କରିଛନ୍ତି ।
୨୦ ଫେବୃଆରୀ ୨୦୨୫ ରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ । ଅଦାଲତ କହିଛନ୍ତି ଯେ ଏହା ସମ୍ପୂର୍ଣ୍ଣ ନିଶ୍ଚିତ ଯେ ସମନ ପର୍ଯ୍ୟାୟରେ କୋର୍ଟ ଏହି ଘଟଣାର ଅନୁସନ୍ଧାନ କରିବା ଆବଶ୍ୟକ । ଏହା ସ୍ପଷ୍ଟ ହୋଇଛି ଯେ ଉଭୟଙ୍କ ମଧ୍ୟରେ ହୋଇଥିବା କାରବାର ଗରମ ଧରମ ଢ଼ାବା ସହ ଜଡିତ ।
ଅଭିଯୋଗକାରୀ କହିଛନ୍ତି ଯେ , ଫ୍ରାଞ୍ଚାଇଜରେ ନିବେଶ କରିବାକୁ ସୁଶୀଲଙ୍କୁ ଲାଞ୍ଚ ଦିଆଯାଇଥିଲା । ୭ ପ୍ରତିଶତ ବଦଳରେ ୪୧ ଲକ୍ଷ ଟଙ୍କା ନିବେଶ କରିବାକୁ ହେବ ବୋଲି ଅଭିଯୋଗାରୀଙ୍କୁ ପ୍ରତିଶ୍ରୁତି ମିଳିଥିଲା । ୟୁପିରେ ଫ୍ରାଞ୍ଚଇଜ ଖୋଲିବାକୁ ସମସ୍ତ ସହାୟତା ଦିଆଯିବ ବୋଲି କୁହାଯାଇଥିଲା ।












Click it and Unblock the Notifications