ପିତା-ମାତାଙ୍କୁ ବିଳାଶପୂର୍ଣ୍ଣ ଘର ଉପହାର ଦେଲେ ଅଭିନେତା ଧନୁଷ, ଜାଣନ୍ତୁ କେତେ ରହିଛି ଏହାର ମୂଲ୍ୟ

ପିତା-ମାତାଙ୍କୁ ବିଳାଶପୂର୍ଣ୍ଣ ଘର ଉପହାର ଦେଲେ ଅଭିନେତା ଧନୁଷ, ଜାଣନ୍ତୁ କେତେ ରହିଛି ଏହାର ମୂଲ୍ୟ

 Dhanus New House

ହାଇଦ୍ରାବାଦ: ଦକ୍ଷିଣର ଲୋକପ୍ରିୟ ଅଭିନେତା ଧନୁଷ ନିଜ ଚଳଚ୍ଚିତ୍ର 'Vaathi'ପାଇଁ ଆଜିକା ତାରିଖରେ ବେଶ୍ ଚର୍ଚ୍ଚା ଏବଂ ପ୍ରଶଂସା ସାଉଁଟୁଛନ୍ତି । ଏହି ଫିଲ୍ମ ଚଳିତ ମାସ ଫେବ୍ରୁଆରୀ ମାସ ୧୭ ତାରିଖରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା । ଫିଲ୍ମ ରିଲିଜ୍ ପରେ ଅଭିନେତା ଚେନ୍ନାଇରେ ଏକ ବିଳାସପୂର୍ଣ୍ଣ ଘର କିଣିଛନ୍ତି । ଯେଉଁଥି ପାଇଁ ଆଜି ସେ ଲାଇମଲାଇଟରେ ଅଛନ୍ତି । ଅଭିନେତା ଚେନ୍ନାଇର ପୋଏସ୍ ଗାର୍ଡେନରେ ଏକ ବିଳାସପୂର୍ଣ୍ଣ ଘର କିଣିଛନ୍ତି । ଯାହାକୁ ସେ ତାଙ୍କ ପିତାମାତାଙ୍କୁ ଉପହାର ଦେଇଛନ୍ତି । ଅଭିନେତା ନିଜ ପୁରା ପରିବାର ସହିତ ଏହି ଘରକୁ ସିଫ୍ଟ ହୋଇ ଯାଇଛନ୍ତି ।

ନିର୍ଦ୍ଦେଶକ ସୁବ୍ରମଣ୍ୟମ ଶିବା ଧନୁଷଙ୍କ ଘରର ଫୋଟ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଏହା ସହିତ ସେ ଧନୁଷ ଏବଂ ତାଙ୍କ ପିତାମାତାଙ୍କ ସହ କିଛି ଫଟୋ ମଧ୍ୟ ସେୟାର କରିଛନ୍ତି । ଫଟୋ ସେୟାର୍ କରିବା ସହିତ ସୁବ୍ରମଣ୍ୟମ୍ ସିଭା ଲେଖିଛନ୍ତି,'ମୋର ସାନ ଭାଇ ଧନୁଷଙ୍କ ନୂଆ ଘର ମୋତେ ମନ୍ଦିର ଭଳି ଅନୁଭବ ଦେଉଛି । ତାଙ୍କ ଜୀବନ କାଳରେ ସେ ନିଜ ପିତାମାତାଙ୍କୁ ଏକ ସୁନ୍ଦର ଘର ଉପହାର ଦେଇଛନ୍ତି ।'

ଧନୁଷଙ୍କ ବିଳାସପୂର୍ଣ୍ଣ ଘରର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଫଟୋରେ ଧନୁଷ ତାଙ୍କ ପିତାମାତାଙ୍କ ସହିତ ବେଶ୍ ଖୁସି ନଜର ଆସୁଛନ୍ତି । ଏହି ଫଟୋରେ ଅଭିନେତାଙ୍କ ଲୁକ୍ ମଧ୍ୟ ଖୁବ୍ ଡିଫରେଣ୍ଟ ରହିଛି । ସେ ଲମ୍ବା କେଶ ଏବଂ ଦାଢିରେ ନଜର ଆସୁଛନ୍ତି । ପ୍ରଶଂସକମାନେ ଧନୁଷଙ୍କୁ ତାଙ୍କ ନୂଆ ଘର ପାଇଁ ଶୁଭେଚ୍ଛା ଜଣାଇଛନ୍ତି । ସୂଚନା ଅନୁସାରେ ଏହି ଘରର ମୂଲ୍ୟ ପ୍ରାୟ ୧୫୦ କୋଟି ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+