ଆଗୁଆ ଜାମିନ ପାଇଁ ହାଇକୋର୍ଟର ଦ୍ବାରସ୍ଥ ହେଲେ ଅଭିନେତା ବାବୁଶାନ
କିନ୍ତୁ ଆଜି ସଂଧ୍ୟାରେ ଅଭିନେତା ବାବୁଶାନ ମହାନ୍ତିଙ୍କୁ ଘାରିଛି ଗିରଫ ଭୟ । ସେ ଏନେଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ ଆଗୁଆ ଜାମିନ ଆବେଦନ କରିଛନ୍ତି।
ଭୁବନେଶ୍ବର: ପ୍ରକୃତି-ତୃପ୍ତି-ବାବୁଶାନ ବିବାଦ ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ଚେନ୍ନାଇରୁ ଫେରିବା ପରେ ବାବୁଶାନ ନିଜ ମାଆବାପାଙ୍କ ପାଖରେ ଥିଲେ । ଅଭିନେତାଙ୍କ ମାଆ ଅପରାଜିତା ମହାନ୍ତି ଗଣମାଧ୍ୟମକୁ କହିଥିଲେ ଯେ, ପୁଅ ବର୍ତ୍ତମାନ ରେଷ୍ଟ ନେଉଛି ଆଉ ଦୁଇ ଦିନ ପରେ ଗଣମାଧ୍ୟମ ସାମନାରେ ଉତ୍ତର ରଖିବ । କିନ୍ତୁ ଆଜି ସଂଧ୍ୟାରେ ଅଭିନେତା ବାବୁଶାନ ମହାନ୍ତିଙ୍କୁ ଘାରିଛି ଗିରଫ ଭୟ । ସେ ଏନେଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ ଆଗୁଆ ଜାମିନ ଆବେଦନ କରିଛନ୍ତି।

ବାବୁଶାନଙ୍କ ବିରୋଧରେ ଘରୋଇ ହିଂସା ଓ ଧମକ ଦେବା ଭଳି ଅଭିଯୋଗ ଥିବାରୁ ତାଙ୍କୁ ଜେରା ବେଳେ ପୁଲିସ ଗିରଫ ଦେବାର ଆଶଙ୍କା ରହିଛି। ତେବେ ବାବୁଶାନଙ୍କୁ କେବେ ଜେରା କରାଯିବ ? ତାଙ୍କ ବିରୋଧରେ କ'ଣ ପଦକ୍ଷେପ ନିଆଯିବ ତାହା ଜାଣିବା ପାଇଁ ଲୋକେ ଅପେକ୍ଷା କରିଛନ୍ତି ।












Click it and Unblock the Notifications