ଅଭିନେତା ଆୟୁଷ ଶର୍ମାଙ୍କର ଦଶହରା ଉପହାର, ରିଲିଜ୍ ହେଲା ତୃତୀୟ ଫିଲ୍ମର ଟିଜର
ଅଭିନେତା ଆୟୁଷ ଶର୍ମାଙ୍କର ଦଶହରା ଉପହାର, ରିଲିଜ୍ ହେଲା ତୃତୀୟ ଫିଲ୍ମର ଟିଜର
ମୁମ୍ବାଇ: ଅଭିନେତା ଆୟୁଷ ଶର୍ମାଙ୍କର ଦଶହରା ଉପହାର । ସିନେପ୍ରେମୀଙ୍କ ହୋସ ଉଡାଇଲା ଆୟୁଷ ଦମଦାର ଲୁକ୍ । ରିଲିଜ ହେଲା ଫିଲ୍ମ ଆୟୁଷ ଶର୍ମାଙ୍କ ଫିଲ୍ମ 'AS#03'ର ଟିଜର । ହେଲେ ଫିଲ୍ମର ରିଲିଜ୍ ଡେଟ୍ ବର୍ତ୍ତମାନ ପର୍ଯ୍ୟନ୍ତ ଘୋଷଣା କରାଯାଇ ନାହିଁ ।

ଆୟୁଷ ଶର୍ମା ଆଜି ସୋସିଆଲ ମିଡିଆରେ ନିଜ ଆଗାମୀ ଫିଲ୍ମ 'AS#03'ଟିଜର ସେୟାର କରିବା ସହ ଫ୍ୟାନ୍ସଙ୍କୁ ବିଜୟା ଦଶମୀର ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି । ଅଭିନେତା ଏହି ଟିଜର ସେୟାର କରି ଲେଖିଛନ୍ତି ଯେ' କିଛି ଲୋକଙ୍କ ପାଇଁ ରାଜା, କିଛି ଲୋକଙ୍କ ପାଇଁ ରାକ୍ଷସ, କିଛି ଲୋକଙ୍କ ପାଇଁ ଭଲ ଏବଂ କିଛି ଲୋକଙ୍କ ପାଇଁ ଖରାପ... ମୁଁ କିଏ ? ଶିକାର ଶିଘ୍ର ଆରମ୍ଭ ହେବ !। # HappyDusshera'#'AS#03' ।
ସାମ୍ନାକୁ ଆସିଥିବା ଟିଜରରେ ଆୟୁଷଙ୍କ ଅତ୍ୟନ୍ତ ଭୟାନକ ଏବଂ ଆଶ୍ଚର୍ଯ୍ୟଜନକ ଅବତାର ଦେଖିବା ପାଇଁ ମିଳୁଛି । ଭିଡିଓରେ ତାଙ୍କ ଫିଟନେସ ଫ୍ୟାନ୍ସଙ୍କୁ ଇମପ୍ରେସ କରିଛି । ବର୍ଷା ରାତିରେ ଜଙ୍ଗଲରେ ଜଣେ ବ୍ୟକ୍ତି ଦୌଡି ନିଜ ଜୀବନ ବଞ୍ଚାଇବା ପାଇଁ ଚେଷ୍ଟା କରୁଛି ହେଲେ ଆୟୁଷଙ୍କ ଶିକାରୀ ଆଖି କ୍ଷଣିକ ମଧ୍ୟରେ କାବୁ କରିନେଇଛି ନିଜ ଶିକାରକୁ ଯାହା ପରେ ତୀକ୍ଷ୍ଣ ଅସ୍ତ୍ରରେ ଉକ୍ତ ବ୍ୟକ୍ତିଙ୍କ ଉପରେ ଆକ୍ରମଣ କରୁଥିବାର ଦେଖିବା ପାଇଁ ମିଳୁଛି । ଜଙ୍ଗଲରେ ଥିବା ବ୍ୟକ୍ତିଙ୍କୁ ହତ୍ୟା କରିବା ପରେ ଆୟୁଷ ତାଙ୍କ ମୁଣ୍ଡରେ ମୁକୁଟ ପିନ୍ଧି ନିଜକୁ ରାଜା ବୋଲି ଘୋଷଣା କରୁଥିବା ଦେଖିବାକୁ ମିଳିଛି ।
ଏହି ଚଳଚ୍ଚିତ୍ର ଏକ ଆଧୁନିକ ପୁରାଣ ଆଡଭେଞ୍ଚର କାହାଣୀ ଉପରେ ଆଧାରିତ । ଏଥିରେ ଅଭିନେତାଙ୍କ ଆକ୍ସନ ଅବତାର ଦେଖିବା ପାଇଁ ମିଳିବ । ହେଲେ ଟିଜରରେ ରୋମାଞ୍ଚକ ଦୃଶ୍ୟ ଦର୍ଶକଙ୍କୁ ବେଶ୍ ପସନ୍ଦ ଆସୁଛି । ତାଙ୍କ ବଡି ଓ ଫିଟନେସର ମଧ୍ୟ ଖୁବ ପ୍ରଶଂସା କରାଯାଉଛି । ଆୟୁଷଙ୍କ ଏହି ଫିଲ୍ମକୁ ରବି ବର୍ମା ଏବଂ ଇମ୍ରାନ ସର୍ଦ୍ଦାର ନିର୍ଦ୍ଦେଶନା ଦେଉଛନ୍ତି । ଏହି ଚଳଚ୍ଚିତ୍ର ଆସନ୍ତା ବର୍ଷ 2023 ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ ।












Click it and Unblock the Notifications