ରିଲିଜ୍ ହେଲା #AS04 ଟିଜର, ଫ୍ୟାନ୍ସ କହିଲେ ସୁପର୍-ଟାଲେଣ୍ଟେଡ୍, ଦେଖନ୍ତୁ ଆୟୁଷଙ୍କ ଧମଦାର ଆକ୍ସନ
ରିଲିଜ୍ ହେଲା #AS04 ଟିଜର, ଫ୍ୟାନ୍ସ କହିଲେ ସୁପର୍-ଟାଲେଣ୍ଟେଡ୍, ଦେଖନ୍ତୁ ଆୟୁଷଙ୍କ ଧମଦାର ଆକ୍ସନ
ମୁମ୍ବାଇ: ଫିଲ୍ମ ଲଭୟାତ୍ରୀ ଜରିଆରେ ବଲିଉଡରେ ପାଦ ରଖିଥିଲେ ଆୟୁଷ ଶର୍ମା ଏବେ ଆଉ ଏକ ଦମଦାର ଚଳଚ୍ଚିତ୍ର ନେଇକି ଆସୁଛନ୍ତି । ନିକଟରେ ତାଙ୍କର 'AS#03'ର ଟିଜର ରିଲିଜ୍ ହୋଇଥିବା ବେଳେ ବର୍ତ୍ତମାନ ରିଲିଜ୍ ହେଲା #AS04 ଟିଜର୍ । ଫ୍ୟାନ୍ସଙ୍କୁ କନଫ୍ୟୁଜ୍ କରୁଛି ସିନେମା ଟାଇଟେଲ୍ । ସୋସିଆଲ ମିଡିଆରେ ଦର୍ଶକ ଫିଲ୍ମର ଟାଇଟେଲକୁ ନେଇ କରୁଛନ୍ତି ପ୍ରଶ୍ନ ।

ଅଭିନେତା ଆୟୁଷ୍ମାନ ତାଙ୍କ ଜନ୍ମଦିନ ଅବସରରେ #AS04 ଟିଜର୍ ରିଲିଜ୍ କରିଛନ୍ତି । ସୂଚନା ଅନୁସାରେ ଫିଲ୍ମଟି ୨୦୨୩ରେ ରିଲିଜ୍ ହେବା ପାଇଁ ଯାଉଛି । ଟିଜର ଆରମ୍ଭରୁ ଆୟୁଷ ଶର୍ମା ଗିଟାର ବଜାଉଥିବାର ନଜର ଆସୁଛନ୍ତି । ସେହି ସମୟରେ ଅସ୍ତ୍ରଶସ୍ତ୍ର ଧରି କିଛି ଲୋକ ତାଙ୍କୁ ଆକ୍ରମଣ କରିବାକୁ ଆସୁଛନ୍ତି । ହେଲେ ଆୟୁଷଙ୍କ ଆଖିରେ ଟିକେ ବି ଭୟ ନାହିଁ । ସେ ଗିଟାର ବଜାଇବା ଜାରି ରଖିଛନ୍ତି । ଏହା ପରେ ଆରମ୍ଭ ହୁଏ ଜବରଦସ୍ତ ଆକ୍ସନ । ଟିଜର ରିଲିଜ୍ କରିବା ସହ ଆୟୁଷ ଶର୍ମା କହିଛନ୍ତି ଯେ ଏହା ମୋ ପାଇଁ ବେଶ୍ ଉତ୍ସାହଜନକ ପ୍ରୋଜେକ୍ଟ ସେଥି ପାଇଁ ଜନ୍ମଦିନରେ ଏହାକୁ ଲଞ୍ଚ କଲି । ଏହା ଜନ୍ମଦିନର ସବୁଠାରୁ ବଡ଼ ଉପହାର। ଏହି ଫିଲ୍ମରେ କାମ କରି ମୁଁ ବହୁତ ଖୁସି ଅଛି ।
ଏହା ପୂର୍ବରୁ 'AS#03'ର ଟିଜର ରିଲିଜ୍ ହୋଇଥିଲା ଯେଉଁଥିରେ ଆୟୁଷଙ୍କୁ ଅତ୍ୟନ୍ତ ଭୟାନକ ଏବଂ ଆଶ୍ଚର୍ଯ୍ୟଜନକ ଅବତାରରେ ଦେଖିବା ପାଇଁ ମିଳିଥିଲା । ଭିଡିଓରେ ତାଙ୍କ ଫିଟନେସ ଫ୍ୟାନ୍ସଙ୍କୁ ଇମପ୍ରେସ କରିଥିଲା । ବର୍ଷା ରାତିରେ ଜଙ୍ଗଲରେ ଜଣେ ବ୍ୟକ୍ତି ଦୌଡି ନିଜ ଜୀବନ ବଞ୍ଚାଇବା ପାଇଁ ଚେଷ୍ଟା କରୁଛି ହେଲେ ଆୟୁଷଙ୍କ ଶିକାରୀ ଆଖି କ୍ଷଣିକ ମଧ୍ୟରେ କାବୁ କରିନେଇଛି ନିଜ ଶିକାରକୁ ଯାହା ପରେ ତୀକ୍ଷ୍ଣ ଅସ୍ତ୍ରରେ ଉକ୍ତ ବ୍ୟକ୍ତିଙ୍କ ଉପରେ ଆକ୍ରମଣ କରୁଥିବାର ଦେଖିବା ପାଇଁ ମିଳିଥିଲା । ଜଙ୍ଗଲରେ ଥିବା ବ୍ୟକ୍ତିଙ୍କୁ ହତ୍ୟା କରିବା ପରେ ଆୟୁଷ ତାଙ୍କ ମୁଣ୍ଡରେ ମୁକୁଟ ପିନ୍ଧି ନିଜକୁ ରାଜା ବୋଲି ଘୋଷଣା କରିଥିଲେ । ଏହି ଟିଜରକୁ ଦର୍ଶକ ବେଶ୍ ପସନ୍ଦ କରିଥିଲେ ।












Click it and Unblock the Notifications