ଅଭିନେତା Atul Parchureଙ୍କ ଦେହାନ୍ତ
Actor Atul Parchure Passed Away: ମରାଠୀ ଅଭିନେତା ଅତୁଲ ପରଚୁରେଙ୍କ ଦେହାନ୍ତ । ମୃତ୍ୟୁ ବେଳକୁ ତାଙ୍କୁ 57 ବର୍ଷ ବୟସ ହୋଇଥିଲା । ଅଭିନେତା ଦୀର୍ଘ ଦିନ ହେବ କର୍କଟ ରୋଗରେ ପୀଡିତ ଥିଲେ , ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ଅଭିନେତା ଅନେକ ହିନ୍ଦୀ ଚଳଚ୍ଚିତ୍ରରେ ମଧ୍ୟ କାମ କରିଛନ୍ତି। ସେ ସଲମାନ ଖାନ ଏବଂ ଅକ୍ଷୟ କୁମାରଙ୍କ ପରି ସୁପରଷ୍ଟାର ସହ ଅନେକ ବଡ଼ ବଡ଼ ଫିଲ୍ମରେ ଅଭିନୟ କରିଛନ୍ତି।

ମରାଠୀ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ Atul Parchure ଏକ ବଡ ନାମ ଥିଲା । ଟେଲିଭିଜନ ଭଳି ଚଳଚ୍ଚିତ୍ରରେ ମଧ୍ୟ ସେ ନିଜ ଅଭିନୟର ଛାପ ଛାଡି ଯାଇଛନ୍ତି । ସେ ଆର.କେ ଲକ୍ଷ୍ମଣ କି ଦୁନିୟା, 'ଜାଗୋ ମୋହନ ପ୍ୟାରେ', 'ୟମ ହେ ହମ', 'ବାଡି ଦେର ସେ ଆଏ ହେଁ', 'କପିଲ ଶର୍ମା ସୋ' ଏବଂ ଅନେକ ମରାଠୀରେ ସିନେମାରେ ଅଭିନୟ କରିଛନ୍ତି । ସେ ହିନ୍ଦୀ ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଥିଲେ। ସେ ସଲମାନ ଖାନଙ୍କ ସହ 'ସଲାମ-ଏ-ଇସ୍କ' ଏବଂ 'ପାର୍ଟନର'ରେ କାମ କରିଥିଲେ। ଏହା ବ୍ୟତୀତ ସେ ଅକ୍ଷୟଙ୍କ ସହ ଖଟ୍ଟା ମିଠା ଫିଲ୍ମରେ ମଧ୍ୟ ତାଙ୍କୁ ଦେଖିବାକୁ ମିଳିଥିଲା ।
ବମ୍ବେ ଟାଇମ୍ସକୁ ଦିଆଯାଇଥିବା ଏକ ସାକ୍ଷାତକାରରେ ଅତୁଲ ପାରଚୁର ଥରେ ତାଙ୍କ କର୍କଟ ରୋଗ ବିଷୟରେ କହିଥିଲେ। ସେ କହିଥିଲେ- 'ମୁଁ ମାନସିକ ସ୍ତରରେ ପ୍ରସ୍ତୁତ ଥିଲି ଯେ ମୋ ସହିତ କିଛି ଭୁଲ ଘଟିଛି। ଏକ ସକରାତ୍ମକ ମନୋଭାବ ବଜାୟ ରଖିଥିଲି । ସେ ଏହା ମଧ୍ୟ କହିଥିଲେ ଯେ କର୍କଟ ରୋଗର ଚିକିତ୍ସା ଖର୍ଚ୍ଚ ବହୁତ ଅଧିକ ହୋଇଛି।












Click it and Unblock the Notifications