ବଲିଉଡ ଡ୍ରଗ୍ସ କାରବାର ମାମଲା: ଅରମାନ କୋହଲିଙ୍କୁ ମିଳିଲା ଜାମିନ୍
ବଲିଉଡ ଡ୍ରଗ୍ସ କାରବାର ମାମଲା: ଅରମାନ କୋହଲିଙ୍କୁ ମିଳିଲା ଜାମିନ୍
ବଲିଉଡ ଡ୍ରଗ୍ସ କାରବାର ମାମଲା: ଅଭିନେତା ଅରମାନ କୋହଲିଙ୍କ ପାଇଁ ଖୁସି ଖବର । ଅରମାନ କୋହଲିଙ୍କୁ ମିଳିଲା ଜାମିନ୍ । ଡ୍ରଗ୍ସ ମାମଲାରେ ଏକ ବର୍ଷରୁ ଅଧିକ ସମୟ ହେବ ସେ ଜେଲରେ ଥିଲେ । ଏବେ ବମ୍ବେ ହାଇକୋର୍ଟ ତାଙ୍କ ଜାମିନ ଆବେଦନକୁ ଅନୁମତି ଦେଇଛନ୍ତି । ହେଲେ କୋର୍ଟ ସର୍ତ୍ତ ରଖି କହିଛନ୍ତି ଯେ ବ୍ୟକ୍ତିଗତ ୧ ଲକ୍ଷ ଟଙ୍କାର ବଣ୍ତ ଜମା କରିବା ପରେ ଜାମିନ ମିଳିପାରିବ । ଡ୍ରଗ୍ସ ସମ୍ବନ୍ଧୀୟ ମାମଲାରେ କୋହଲିଙ୍କୁ ଗତ ବର୍ଷ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଗିରଫ କରିଥିଲା ।

ଅନେକ ଥର ଖାରଚ ହୋଇଥିଲା ପିଟିସନ
ଚଳିତ ବର୍ଷ ଫେବୃଆରୀରେ ଅରମାନ କୋହଲିଙ୍କ ପକ୍ଷରୁ ଏନଡିପିଏସ କୋର୍ଟରେ ମଧ୍ୟବର୍ତ୍ତୀକାଳୀନ ଜାମିନ ଆବେଦନ କରାଯାଇଥିଲା । କୋହଲିଙ୍କ ପକ୍ଷରୁ ଦିଆଯାଇଥିବା ଆବେଦନରେ କୁହାଯାଇଥିଲା ଯେ ସେ ତାଙ୍କର ଅସୁସ୍ଥ ପିତାମାତାଙ୍କୁ ଭେଟିବାକୁ ଚାହୁଁଛନ୍ତି, ତେଣୁ ତାଙ୍କୁ ୧୪ ଦିନ ପାଇଁ ମଧ୍ୟବର୍ତ୍ତୀକାଳୀନ ଜାମିନ ଦିଆଯାଉ । ହେଲେ କୋର୍ଟ ପକ୍ଷରୁ ତାଙ୍କ ଆବେଦନକୁ ଖାରଚ କରାଯାଇଥିଲା । ପରବର୍ତ୍ତି ସମୟରେ ସେ ଦୁଇ ଦିନ ପାଇଁ ମଧ୍ୟବର୍ତ୍ତୀକାଳୀନ ଜାମିନ ପାଇଁ ଆବେଦନ କରିଥିଲେ । ହେଲେ ଆବେଦନକୁ ସ୍ୱତନ୍ତ୍ର କୋର୍ଟ ଏବଂ ବମ୍ବେ ହାଇକୋର୍ଟ ପ୍ରତ୍ୟାଖ୍ୟାନ କରିଥିଲେ।












Click it and Unblock the Notifications