ସାଇବର ଥାନାର ଦ୍ୱାରସ୍ଥ ହେଲେ ଅଭିନେତା ଅନୁଭବ ମହାନ୍ତି
ସାଇବର ଥାନାର ଦ୍ୱାରସ୍ଥ ହେଲେ ଅଭିନେତା ଅନୁଭବ ମହାନ୍ତି
କଟକ: ସାଇବର ଥାନାର ଦ୍ୱାରସ୍ଥ ହେଲେ ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି । ଇନଷ୍ଟାଗ୍ରାମ ଏବଂ ଫେସବୁକରେ ଅନୁଭବ ମହାନ୍ତିଙ୍କ ନାଁରେ ଫେକ୍ ଆକାଉଣ୍ଟ ଖୋଲି ମଗାଯାଉଛି ଡୋନେସନ । ଠକାମିର ଶିକାର ହେଲେ ଫ୍ୟାନ୍ସ ।

ସୂଚନା ଅନୁସାରେ, ଦିନକୁ ଦିନ ସାଇବର କ୍ରାଇମ ବଢୁଥିବା ବେଳେ ଏବେ ଟାର୍ଗେଟରେ ଅଛନ୍ତି ସାଂସଦ ଅନୁଭବ ମହାନ୍ତି । ସୋସିଆଲ ମିଡିଆ ସାଇଟରେ ତାଙ୍କ ନାଁରେ କେହି ଜଣେ ବ୍ୟକ୍ତି ଫେକ୍ ଆକାଉଣ୍ଟ ଖୋଲିବା ସହ ଅସହାୟଙ୍କ ଚିକିତ୍ସା ପାଇଁ ଲୋକଙ୍କୁ ଡୋନେସନ ମାଗୁଛନ୍ତି । ଅଭିନେତାଙ୍କର ଏହି ଫେକ୍ ଆକାଉଣ୍ଟରେ ପ୍ରାୟ ୯୪ ହଜାର ଫଲୋଅର୍ସ ଅଛନ୍ତି । ଏ ନେଇ କଟକ ସାଇବର ଥାନା ଦ୍ୱାରସ୍ଥ ହୋଇଛନ୍ତି ଅନୁଭବ । ତେବେ ଏହି ଫେକ୍ ଆକାଉଣ୍ଟ ଖୋଲିଥିବା ବ୍ୟକ୍ତି ଅଭିନେତା ଅନୁଭବ ମହାନ୍ତିଙ୍କୁ ବ୍ଲକ କରି ଦେଇଥିବା କାରଣରୁ ସେ ତାର କୌଣସି ପୋଷ୍ଟ ଦେଖି ପାରୁ ନାହଁନ୍ତି । ତୁରନ୍ତ ଏହି ଫେକ୍ ଆକାଉଣ୍ଟକୁ ବନ୍ଦ କରିବା ସହ ଏହି ଘଟଣାର ତଦନ୍ତ କରାଯାଉ ବୋଲି ନିଜ ଏତଲାରେ ଉଲ୍ଲେଖ କରିଛନ୍ତି ଅନୁଭବ ।












Click it and Unblock the Notifications