ଭାରତୀୟଙ୍କୁ ଇସଲାମ ଧର୍ମରୁ ଏହା ଶିଖିବାର ପରାମର୍ଶ ଦେଲେ ଅଭିନେତା ଅନୁ କପୁର
Actor Annu Kapoor: ବଲିଉଡର ଜଣାଶୁଣା ଅଭିନେତା ଅନ୍ନୁ କପୁର ବର୍ତ୍ତମାନ ନିଜର ଏକ ଷ୍ଟେଟମେଣ୍ଟ ପାଇଁ ଅଛନ୍ତି ଲାଇମଲାଇଟରେ । ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ ଆମେ ଗୀତା ଏବଂ ଇସଲାମରୁ କ'ଣ ଶିଖିବା ଉଚିତ୍ । ଅଭିନେକା ଗୀତାକୁ ଏକ ଚମତ୍କାର ପୁସ୍ତକ ଭାବରେ ବର୍ଣ୍ଣନା କରିଥିବା ବେଳେ ହିନ୍ଦୁମାନେ ଇସଲାମରୁ କ'ଣ ଶିଖିବା ଉଚିତ୍ ସେନେଇ ମଧ୍ୟ ପରାମର୍ଶ ଦେଇଛନ୍ତି।

ANI କୁ ଦେଇଥିବା ଏକ ସାକ୍ଷାତକାରରେ ଅନୁ କପୁର ଶ୍ରୀମଦ୍ ଭାଗବତ ଗୀତା ବିଷୟରେ କହିଛନ୍ତି ଯେ - ଗୀତା ଏକ ଆଶ୍ଚର୍ଯ୍ୟଜନକ ପୁସ୍ତକ । ଜଣେ ନାସ୍ତିକ ହେବା ସତ୍ତ୍, ମୁଁ କହୁଛି ଯେ ଗୀତା ପଢିବା ଦ୍ୱାହା ବହୁ କଥା ମନୁଷ୍ୟ ଶିଖିପାରିବ ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆମ ଦେଶକୁ ସବୁ ଦିଗରୁ ଶତ୍ରୁମାନେ ଘେରି ରହିଛନ୍ତି। ସମସ୍ତେ ଆମକୁ ପ୍ରତାରଣା କଲେ କାରଣ ଆମେ ବହୁତ ନରମ । ଶ୍ରୀକୃଷ୍ଣ ଏବଂ ଶିଶୁପାଳଙ୍କ କାହାଣୀକୁ ଦୋହରାଇ ସେ କହିଛନ୍ତି ଯେ 99 ଥର ଠିକ୍ ଅଛି, କିନ୍ତୁ ଆପଣଙ୍କୁ 100 ତମ ଥର ହତ୍ୟା କରିବାକୁ ପଡିବ। ସେ ଦର୍ଶାଇଛନ୍ତି ଯେ ଯଦି କେହି ଆମ ଦେଶକୁ କ୍ଷତି ପହଞ୍ଚାଉଛନ୍ତି ତେବେ ଆମେ ପଦକ୍ଷେପ ନେବା ଉଚିତ।
ଅନୁ କପୁର ଇସଲାମ ବିଷୟରେ ମଧ୍ୟ କହିଛନ୍ତି। ଭାରତୀୟମାନେ ଇସଲାମରୁ କେଉଁ ଶିକ୍ଷା ଗ୍ରହଣ କରିବା ଉଚିତ ଏବଂ କାହିଁକି ସେ ବିଷୟରେ ମଧ୍ୟ ଅଭିନେତା ଆଲୋଚନା କରିଛନ୍ତି । ଇସଲାମର ପାଞ୍ଚଟି ପୁସ୍ତକ ବିଷୟରେ ଅନୁ କପୁର କହିଛନ୍ତି ଯେ, କ'ଣ କରିବା ଏବଂ କ'ଣ କରିବା ଉଚିତ୍ ନୁହେଁ ଏହା ଜାଣିବା ଉଚିତ । ଯାହା ଜୀବନରେ ଅନୁଶାସନ ଆଣିଥାଏ ଏବଂ ଅନୁଶାସନ ହେତୁ ଏକତା ଆସେ ।












Click it and Unblock the Notifications