ମୁହଁ ଖୋଲିଲେ ଅଭିନେତା ଅମ୍ଲାନଙ୍କ ସ୍ତ୍ରୀ : 'ମୁଣ୍ଡ ବୁଲେଇବାରୁ ଗୋଡ଼ ଖସିଗଲା'
ମହାନଦୀରୁ ଉଦ୍ଧାର ହେବା ଘଟଣାରେ ଆଜି ମୁହଁ ଖୋଲିଛନ୍ତି ଅଭିନେତା ଅମ୍ଲାନଙ୍କ ପତ୍ନୀ ଭୂମିକା ।
କଟକ : ମହାନଦୀରୁ ଉଦ୍ଧାର ହେବା ଘଟଣାରେ ଆଜି ମୁହଁ ଖୋଲିଛନ୍ତି ଅଭିନେତା ଅମ୍ଲାନଙ୍କ ପତ୍ନୀ ଭୂମିକା । ଗତ ରବିବାର ଘଟଣାକୁ ନେଇ ଆଜି ସୋଶିଆଲ ମିଡିଆରେ ସେ ଏକ ଭିଡିଓ ବାର୍ତ୍ତା ପୋଷ୍ଟ କରିଛନ୍ତି ।
ଯେଉଁଥିରେ ସେ କହିଛନ୍ତି, "କାଲି ପୂଜା ସାମାନ ସବୁ ଥିଲା । ଉପାସ କରିଥିଲି ତ ବହୁତ ଓ୍ୱିକ୍ ଲାଗୁଥିଲା, ମୁଣ୍ଡ ବୁଲାଉଥିଲା । ତ ପୂଜା ସାମାନଗୁଡିକ ପାଣିରେ ପକେଇବାକୁ ଗଲାବେଳେ ମୁଣ୍ଡଟା ବୁଲେଇ ଦେଲା ।

ଯେହେତୁ ମୁଁ ଗୋଟିଏ ହାଇ ହିଲ୍ ପିନ୍ଧିଥିଲି ଗୋଡଟା ଖସିଗଲା ମୁଁ ପଡିଗଲି । ଏହି ଜିନିଷକୁ ଅପପ୍ରଚାର କରି ସ୍ପ୍ରେଡ କରନ୍ତୁ ନାହିଁ । ମୋ ଫ୍ୟାମିଲି, ସ୍ୱାମୀ ବିଷୟରେ କହିକି ଏସବୁ ଜିନିଷ କରିବା ଠିକ୍ ନୁହେଁ । ଏଗୁଡିକ କରିକି ଆପଣ ଯାହା ମୋ ସାଙ୍ଗେ ହେଲା ତାକୁ ଆହୁରି ଖରାପ କରୁଛନ୍ତି । ଦୟାକରି ଏମିତି ଫେକ୍ ନ୍ୟୁଜ୍ ସ୍ପ୍ରେଡ୍ କରନ୍ତୁନି ।"
ଏଠାରେ ସୂଚନାଥାଉକି, ଗତ ରବିବାର କଟକ ସିଡିଏ ଅଞ୍ଚଳର ମଧୁସୂଦନ ସେତୁ ନିକଟରେ ଭୂମିକା ମହାନଦୀରୁ ଉଦ୍ଧାର ହୋଇଥିଲେ । ଏହାପରେ ତାଙ୍କୁ ନେଇ ଚର୍ଚ୍ଚା ଯୋର୍ ଧରିଥିଲା । ସେ ଆତ୍ମହତ୍ୟା ଉଦ୍ୟମ କରିଥିବା ଚର୍ଚ୍ଚା ହୋଇଥିଲା । କହି ରଖିବାକୁ ଚାହୁଁ ଯେ, ଗତ ଫେବୃଆରୀରେ ଅମ୍ଲାନ ତାଙ୍କ ପିଲା ବେଳର ସାଙ୍ଗ ଭୂମିକାଙ୍କୁ ବିବାହ କରିଥିଲେ । ସେମାନଙ୍କ ଭିତରେ କୌଣସି ବିବାଦ ନଥିବା ଅମ୍ଲାନ ଗତକାଲି ଗଣମାଧ୍ୟକୁ କହିଥିଲେ ।












Click it and Unblock the Notifications