ଜେଲରୁ ବାହାରିଲେ ଅଭିନେତା ଆଲ୍ଲୁ ଅର୍ଜୁନ
Actor Allu Arjun: ହାଇଦ୍ରାବାଦ ଚଞ୍ଚଲଗୁଡ଼ା ସେଣ୍ଟ୍ରାଲ ଜେଲରୁ ମୁକୁଳିଲେ ଅଭିନେତା ଆଲ୍ଲୁ ଅର୍ଜୁନ । ଗତକାଲି ହାଇକୋର୍ଟରୁ ଜାମିନ୍ ମିଳିବା ସତ୍ତ୍ୱେ ଜେଲରେ ରାତି କାଟିଥିଲେ ଅଭିନେତା । ପୁଷ୍ପା-2 ପ୍ରିମିୟର ସୋ' ସମୟରେ ଦଳା ଚକଟାରେ ମହିଳାଙ୍କ ମୃତ୍ୟୁ ମାମଲାରେ ଗିରଫ ହୋଇଥିଲା ଆଲ୍ଲୁ ଅର୍ଜୁନ ।

ସୂଚନାଥାଉ ଯେ, ହାଇଦ୍ରାବାଦ ସନ୍ଧ୍ୟା ସିନେମା ହଲରେ ଆଲ୍ଲୁ ଅର୍ଜୁନଙ୍କ ଫିଲ୍ମ ସ୍କ୍ରିନଂ ସମୟରେ ଜଣେ ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ଅଭିନେତାଙ୍କୁ ଗିରଫ କରାଯାଇଥିଲା । ଗତକାଲି ଅଭିନେତାଙ୍କୁ ଜାମିନ ମିଳିବା ସତ୍ୱେ ଜେଲରେ ରାତି କାଟିବା ପାଇଁ ପଡିଥିଲା । ଶନିବାର ସକାଳୁ ଅଭିନେତା ଜେଲରୁ ବାହାରିଛନ୍ତି ଯାହା ପରେ ପ୍ରଶଂସକଙ୍କ ମଧ୍ୟ ଉତ୍ସାହର ମାହୋଲ ଦେଖିବା ପାଇଁ ମିଳିଛି ।
ସେହିପରି ଗତକାଲି ମୃତ ମହିଳାଙ୍କ ସ୍ୱାମୀ କହିଥିଲେ,ଏହି ଘଟଣାରେ ଆଲ୍ଲୁ ଅର୍ଜୁନଙ୍କର କୌଣସି ଭୂମିକା ନାହିଁ । ମୁଁ ଏହି ମାମଲା ପ୍ରତ୍ୟାହାର କରିବାକୁ ପ୍ରସ୍ତୁତ ଅଛି।












Click it and Unblock the Notifications