ଅକ୍ଷୟଙ୍କର ୨୬୦ କୋଟି ମୂଲ୍ୟର ପ୍ରାଇଭେଟ୍ ଜେଟ୍ ! ଦେଖନ୍ତୁ କ'ଣ କହିଲେ ଅଭିନେତା

ଅକ୍ଷୟଙ୍କର ୨୬୦ କୋଟି ମୂଲ୍ୟର ପ୍ରାଇଭେଟ୍ ଜେଟ୍ ! ଦେଖନ୍ତୁ କ'ଣ କହିଲେ ଅଭିନେତା

ମୁମ୍ବାଇ: ବଲିଉଡର ଖିଲାଡି କୁମାର ଅକ୍ଷୟ । ନିଜ ଫିଲ୍ମ ପାଇଁ ସେ ପ୍ରାୟତଃ ଚର୍ଚ୍ଚାରେ ରହିଥାନ୍ତି । ଆଜିକାଲି ସେ ତାଙ୍କର ଆଗାମୀ ଚଳଚ୍ଚିତ୍ର 'ରାମ ସେତୁ' ପାଇଁ ହେଟଲାଇନରେ ଅଛନ୍ତି । ଏହି ଚଳଚ୍ଚିତ୍ରର ଟ୍ରେଲର ୧୧ ଅକ୍ଟୋବରରେ ମୁକ୍ତିଲାଭ କରିବ । ଏହାରି ମଧ୍ୟରେ ଅଭିନେତା ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ପୁଣି ଲାଇମ୍ ଲାଇଟରେ ଆସିଛନ୍ତି । ସେ କହିଛନ୍ତି ଯେ ପ୍ରକୃତରେ କ'ଣ ସେ ୨୬୦ କୋଟି ଟଙ୍କା ମୂଲ୍ୟର ପ୍ରାଇଭେଟ୍ ଜେଟରେ ମାଲିକ ।

Akshay Kumar

ଅକ୍ଷୟ କୁମାର ବଲିଉଡର ଏପରି ଜଣେ ଅଭିନେତା, ଯିଏ ଗୋଟିଏ ବର୍ଷରେ ସର୍ବାଧିକ ଚଳଚ୍ଚିତ୍ର କରିଥାନ୍ତି । ଏଥିସହିତ ନିକଟରେ କିଛି ଗଣମାଧ୍ୟମ ରିପୋର୍ଟ ଅନୁସାର ଅଭିନେତାଙ୍କ ପାଖରେ ନିଜର ବ୍ୟକ୍ତିଗତ ବିମାନ ଅଛି, ଯାହାର ମୂଲ୍ୟ ୨୬୦ କୋଟି ଟଙ୍କା । ଏହି ଖବର ପ୍ରକାଶ ପାଇବା ପରେ ଶେଷରେ ମୁହଁ ଖୋଲିଛନ୍ତି ଅକ୍ଷୟ ।

ଅଭିନେତା ସୋସିଆଲ ମିଡିଆ ମାଧ୍ୟମରେ ଏହି ରିପୋର୍ଟଗୁଡିକୁ ମିଥ୍ୟା ବୋଲି କହିଛନ୍ତି । ଇନଷ୍ଟା ପୋଷ୍ଟରେ ସେ ଲେଖିଛନ୍ତି ଯେ 'ଲାଏର ଲାଏର ପଏଣ୍ଟ ଅନ୍‌ ଫାଏର । ପିଲା ବେଳୁ ଏହା ମୁଁ ଶୁଣିଛି । କିନ୍ତୁ କିଛି ଲୋକ ଏବେ ବି ବଡ ହୋଇ ନାହାନ୍ତି । ଏପରି ବେକାର ପ୍ରଶ୍ନର ଉତ୍ତର ଦେବା ପାଇଁ ମୁଡ୍‌ରେ ନାହିଁ ।' ଅକ୍ଷୟଙ୍କ ଏହି ପୋଷ୍ଟରୁ ସ୍ପଷ୍ଟ ହେଉଛି ଯେ ତାଙ୍କ ପାଖରେ ୨୬୦ କୋଟିର ପ୍ରାଇଭେଟ୍‌ ପ୍ଲେନ୍‌ ନାହିଁ । ଏହା ଏକ ମିଥ୍ୟା ଖବର ।

ତେବେ ଅଭିନେତା ଅକ୍ଷୟଙ୍କ ୱାର୍କଫ୍ରଣ୍ଟ ବିଷୟରେ କହିବାକୁ ଗଲେ ରକ୍ଷାବନ୍ଧନ ପରେ ଏବେ 'ରାମ ସେତୁ'କୁ ନେଇ ଆସୁଛନ୍ତି । ଏହାର ଟିଜର ରିଲିଜ୍‌ ହୋଇସାରିଛି । ଯାହାକୁ ନେଇ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ବିବାଦ ଦେଖିବା ପାଇଁ ମିଳି ନାହିଁ ଟ୍ରେଲରକୁ ଦର୍ଶକଙ୍କର ମିଶ୍ରିତ ପ୍ରତିକ୍ରିୟା ଦେଖି ପାଇଁ ମିଳୁଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+