ତୃତୀୟ ଥର ବିବାହ କରିବେ ଅଭିନେତା ଆମିର ଖାନ
Actor Amir Khan: ବଲିଉଡର ଅଭିନେତା ଆମିର ଖାନ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ପୂର୍ବରୁ ଆମିର ଦୁଇଥର ବିବାହ କରିସାରିଛନ୍ତି ହେଲେ ଉଭୟ ଦୁଇ ବିବାହ ଭାଙ୍ଗି ଯାଇଥିଲା । ବର୍ତ୍ତମାନ ତୃତୀୟ ବିବାହକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଆମିର ୨୦୨୧ ମସିହାରେ କିରଣ ରାଓଙ୍କ ଠାରୁ ଛାଡପତ୍ର ନେଇଥିଲେ। ଛାଡପତ୍ରର ଚାରି ବର୍ଷ ପରେ, ପୁଣି ଆମିରଙ୍କ ଜୀବନରେ ପ୍ରେମର ହୋଇଛି ଏଣ୍ଟ୍ରୀ । ଆମିର ଖାନ ବାଙ୍ଗାଲୋରର ଜଣେ ଝିଅଙ୍କୁ ଡେଟ୍ କରୁଥିବା ନେଇ ଚର୍ଚ୍ଚା ହେଉଛି ।
ଫିଲ୍ମଫେୟାର ରିପୋର୍ଟ ଅନୁଯାୟୀ, ଆମିର ଖାନ ବାଙ୍ଗାଲୋରର ଜଣେ ଝିଅଙ୍କୁ ଡେଟ୍ କରୁଛନ୍ତି। ସେ ତାଙ୍କୁ ତାଙ୍କ ପରିବାର ସହିତ ମଧ୍ୟ ପରିଚିତ କରାଇଛନ୍ତି। ରିପୋର୍ଟ ଅନୁସାରେ, ଆମିର ତାଙ୍କ ସହିତ ଏକ ପ୍ରେମ ସମ୍ପର୍କରେ ଅଛନ୍ତି। ପିଙ୍କଭିଲା ରିପୋର୍ଟ ଅନୁଯାୟୀ, ଆମିର ଖାନଙ୍କ ପ୍ରେମିକାଙ୍କ ନାଁ ଗୌରୀ ଏବଂ ତାଙ୍କର ବଲିଉଡ୍ ସହିତ କୌଣସି ସମ୍ପର୍କ ନାହିଁ। ଆମିର ଏପର୍ଯ୍ୟନ୍ତ ତାଙ୍କ ସମ୍ପର୍କ ବିଷୟରେ କିଛି କହିନାହାଁନ୍ତି କିମ୍ବା ଏହି ଖବର ଉପରେ କୌଣସି ପ୍ରତିକ୍ରିୟା ଦେଇନାହାଁନ୍ତି।

ଆମିରଙ୍କ ପ୍ରେମିକାଙ୍କ ନାମ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି କାରଣ ଶାହରୁଖ ଖାନଙ୍କ ପତ୍ନୀଙ୍କ ନାମ ମଧ୍ୟ ଗୌରୀ। ଯଦି ଏହି ରିପୋର୍ଟଗୁଡ଼ିକ ସତ୍ୟ ହୁଏ ଏବଂ ଆମିର ତାଙ୍କୁ ବିବାହ କରନ୍ତି ତେବେ ଏହା ଅଭିନେତାଙ୍କ ତୃତୀୟ ବିବାହ ।
ଆମିର ଖାନଙ୍କ ୧୯୮୬ ମସିହାରେ ରୀନା ଦତ୍ତଙ୍କୁ ବିବାହ କରିଥିଲେ। ରୀନା ଏବଂ ଆମିରଙ୍କର ଦୁଇଟି ସନ୍ତାନ ଅଛନ୍ତି। ଦୁହେଁ ୨୦୦୨ ମସିହାରେ ଅଲଗା ହୋଇଯାଇଥିଲେ। ଏହା ପରେ ଆମିର ୨୦୦୫ ମସିହାରେ କିରଣ ରାଓଙ୍କୁ ବିବାହ କରିଥିଲେ। କିଛି ବର୍ଷର ବିବାହ ପରେ କିରଣ ଏବଂ ଆମିର 2021 ମସିହାରେ ଅଲଗା ହୋଇଯାଇଥିଲେ। ଆମିର ଏବଂ କିରଣଙ୍କର ଏକ ପୁଅ ମଧ୍ୟ ଅଛି।












Click it and Unblock the Notifications