For Quick Alerts
Turn On Notification  
For Daily Alerts
Oneindia App Download

ଆକ୍ସନ ହିରୋ ଅଜୟ ଲିଫ୍ଟରେ ଯିବା ପାଇଁ କରନ୍ତି ଭୟ

ଆକ୍ସନ ହିରୋ ଅଜୟ ଲିଫ୍ଟରେ ଯିବା ପାଇଁ କରନ୍ତି ଭୟ

|

ମୁମ୍ବାଇ: ଅଜୟ ଦେବଗନ୍ ଏବଂ ତବୁ-ଷ୍ଟାରର୍ ସୁପରହିଟ୍ ଫିଲ୍ମ 'ଦୃଶ୍ୟମ୍ ୨' ବକ୍ସ ଅଫିସରେ ରାଜ୍ କରୁଛି । କରୋନା ପରଠୁ ଫିକା ପଡିଯାଇଥିଲା ବଲିଉଡ ଫିଲ୍ମ, ବ୍ୟବସାୟ ପାଇଁ ବକ୍ସ ଅଫିସରେ ସଂଘର୍ଷ କରୁଥିବା ବଲିଉଡ ପାଇଁ ଏହା ଏକ ସକରାତ୍ମକ ପରିବର୍ତ୍ତନ । ନିଜ ଆକ୍ସନ, ଅନ୍ଦାଜ୍, ଡାଇଲଗ୍ ପାଇଁ ବେଶ୍ ପ୍ରଶଂସା ସାଉଁଟିଥାନ୍ତି ଅଜୟ ଦେବଗନ । ହେଲେ ଏହି ଆକ୍ସନ ହିରୋଙ୍କୁ ବନ୍ଦ ସ୍ଥାନ, ବିଶେଷକରି ଲିଫ୍ଟରେ ଯିବା ପାଇଁ ଖୁବ୍ ଡର ଲାଗେ ।

AJAY DEVGAN

'ଦି କପିଲ ଶର୍ମା ଶୋ'ର ଶେଷ ଏପିସୋଡରେ ଅଜୟ ନିଜ ବିଷୟରେ ଅନେକ ଅଜଣା କଥା ଦର୍ଶକଙ୍କ ସହ ସେୟାର କରିଥିଲେ । ଯେଉଁଠି ସେ ନିଜ ଭୟ ବିଷୟରେ ମଧ୍ୟ ଜଣାଇଥିଲେ । ଅଜୟ କହିଥିଲେ ଯେ ତାଙ୍କୁ ଲିଫ୍ଟରେ ଯିବା ଆସିବା କରିବା ପାଇଁ ଖୁବ୍ ଡରଲାଗେ । କ୍ଲାଷ୍ଟ୍ରୋଫୋବିକ୍ ଅନୁଭବ କରନ୍ତି ଏବଂ ସେଥିରୁ ନିଜକୁ ବଞ୍ଚାଇବା ପାଇଁ ଭୟ ନ କରିବା ପାଇଁ ପୁରା ଚେଷ୍ଟା କରନ୍ତି । ତେବେ କପିଲ ଶର୍ମା ଅଜୟଙ୍କୁ କହିଥିଲେ' ମୁଁ ଶୁଣିଛି ଆପଣଙ୍କୁ ବାଥରୁମରେ ଭୟ ଲାଗେ' । ଅଜୟ ତାଙ୍କୁ ସଂଶୋଧନ କରି କହିଛନ୍ତି ଯେ ତାଙ୍କୁ ଲିଫ୍ଟରେ ଡର ଲାଗେ । ଏହି ସମୟରେ ଅଜୟ କହିଥିଲେ, 'ଥରେ ମୁଁ ଏକ ଲିଫ୍ଟରେ ଥିଲି ଏବଂ ସେ ତୃତୀୟ କିମ୍ବା ଚତୁର୍ଥ ମହଲାରୁ ତଳ ମହଲାକୁ ଅର୍ଥାତ୍ ବେଶମେଣ୍ଟକୁ ପଳାଇ ଆସିଥିଲା । ଆମେ ପ୍ରାୟ ଦେଢ ଘଣ୍ଟାରୁ ଅଧିକା ସମୟ ପାଇଁ ଲିଫ୍ଟ ଭିତରେ ଅଟକି ରହିଯାଇଥିଲୁ । ମୁଁ ସେବେଠାରୁ ଲିଫ୍ଟରେ କ୍ଲାଷ୍ଟ୍ରୋଫୋବିକ୍ ଅନୁଭବ କରୁଛି । ସେବେଠାରୁ ମୁଁ ଲିଫ୍ଟ ବ୍ୟବହାର କରିବା ବନ୍ଦ କରି ଦେଇଛି' ।

ଅଜୟ ଦେବଗନ୍ ଏବଂ ତବୁ-ଷ୍ଟାରର୍ 'ଦଶ୍ୟମ ୨' ପ୍ରଶଂସକ ଏବଂ ସମାଲୋଚକମାନଙ୍କଠାରୁ ବେଶ୍ ଭଲ ପାଇବା ସାଉଁଟୁଛି । ଏହା ଏକ ଥ୍ରୀଲର ଫିଲ୍ମ । ଏହି ଚଳଚ୍ଚିତ୍ରଟି ମୋହନଲାଲଙ୍କ ଅଭିନୀତ ମାଲାୟାଲମ୍ ଚଳଚ୍ଚିତ୍ରର ରିମେକ୍ ଅଟେ । 'ଦୃଶ୍ୟମ ୨'ରେ ଅକ୍ଷୟ ଖାନ୍ନା, ଇଶିତା ଦତ୍ତା, ମୃନାଲ ଯାଦବ ଏବଂ ରଜତ କପୁରଙ୍କୁ ମଧ୍ୟ ଦେଖିବା ପାଇଁ ମିଳିଛି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Action Hero Ajay Devgn's Fear
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X