ରାଜନୀତିରେ ପ୍ରବେଶ କରିପାରନ୍ତି ଅଭିଷେକ ବଚ୍ଚନ ! ଏହି ଆସନରୁ ଲଢିପାରନ୍ତି ନିର୍ବାଚନ
Abhishek Bachchan: ବଚ୍ଚନ ପରିବାରର ଆଉ ଜଣେ ସଦସ୍ୟ ରାଜନୀତିରେ ପ୍ରବେଶ କରିବାକୁ ଯାଉଛନ୍ତି । କହିବା ପାଇଁ ଗଲେ ରାଜନୀତି ସହ ବଚ୍ଚନ ପରିବାର ଦୀର୍ଘ ଦିନର ସମ୍ପର୍କ ରହିଛି । ଜୟା ବଚ୍ଚନ ସମାଜବାଦୀ ପାର୍ଟିର ଜଣେ ରାଜ୍ୟସଭା ସାଂସଦ ଅଟନ୍ତି।
ବର୍ତ୍ତମାନର ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଆଗାମୀ ଲୋକସଭା ନିର୍ବାଚନରେ ଅମିତାଭ ବଚ୍ଚନଙ୍କ ପୁଅ ଅଭିଷେକ ବଚ୍ଚନ ରାଜନୀତିରେ ପ୍ରବେଶ ହୋଇପାରେ । 2024 ଲୋକସଭା ନିର୍ବାଚନରେ ଅଭିଷେକ ବଚ୍ଚନ ୟୁପିରୁ ପ୍ରତିଦ୍ୱନ୍ଦ୍ୱିତା କରିପାରନ୍ତି । ଜୁନିଅର ବଚ୍ଚନ ଅଖିଳେଶ ଯାଦବଙ୍କ ସମାଜବାଡି ପାର୍ଟି ରେ ଯୋଗଦେବେ ବୋଲି ଚର୍ଚ୍ଚା ହେଉଛି । ଅଭିନେତା ଆହ୍ଲାବାଦ ନିର୍ବାଚନମଣ୍ଡଳୀରୁ ପ୍ରତିଦ୍ୱନ୍ଦ୍ୱିତା କରିପାରନ୍ତି । ଯାହା ପାଇଁ ବିଗ୍ ବିଙ୍କ ପୁଅ ଅଭିଷେକ ବଚ୍ଚନ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ।

ଯଦି ରିପୋର୍ଟକୁ ବିଶ୍ୱାସ କରାଯାଏ ତେବେ , ତେବେ ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ସଭାପତି ଅଖିଳେଶ ଯାଦବ ମୁମ୍ବାଇ ଯାଇ ଅମିତାଭ ବଚ୍ଚନ ଏବଂ ରାଜ୍ୟସଭା ସଦସ୍ୟ ଜୟା ବଚ୍ଚନଙ୍କୁ ଖୁବ ଶୀଘ୍ର ଭେଟିପାରନ୍ତି । ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ଆଲ୍ଲାହାବାଦ ଏବଂ ରାଜନୀତି ସହିତ ବଚ୍ଚନ ପରିବାରର ଖୁବ ପୁରୁଣା ସମ୍ପର୍କ ରହିଛି ।












Click it and Unblock the Notifications