ଛାଡପତ୍ର ଗୁଜବ ମଧ୍ୟରେ ଦୁବାଇରେ ଏକାଠି ନଜର ଆସିଲେ ଅଭିଷେକ- ଐଶ୍ୱର୍ଯ୍ୟା ରାୟ
Aishwarya Rai Abhishek Bachchan: ଦୀର୍ଘଦିନ ହେବ ଅଭିଷେକ ବଚ୍ଚନ ଏବଂ ଐଶ୍ୱର୍ଯ୍ୟା ରାୟଙ୍କ ଛାଡପତ୍ର ଖବରକୁ ନେଇ ଚର୍ଚ୍ଚା ଲାଗି ରହିଛି । ଉଭୟଙ୍କ ମଧ୍ୟରେ କିଛି ଠିକ୍ ନଥିବା ନେଇ ଆଲୋଚନା ହେଉଛି । ଏହାରି ମଧ୍ୟରେ ଏହି ଷ୍ଟାର କପଲଙ୍କର ଏକ ଭିଡିଓ ଭାଇରାଲ ହେଉଛି । ଏହି ଭିଡିଓ ଦୁବଇର ବୋଲି ଦାବି କରାଯାଉଛି ।

ଅଭିଷେକ ବଚ୍ଚନ ଏବଂ ଐଶ୍ୱର୍ଯ୍ୟା ରାୟ ବର୍ତ୍ତମାନ ଏହି ଛାଡପତ୍ର ଖବର ଉପରେ କୌଣସି ପ୍ରତିକ୍ରିୟା ଦେଇ ନାହାଁନ୍ତି । କିନ୍ତୁ ଦୁବାଇ ବିମାନବନ୍ଦରରୁ ଏହି ଦମ୍ପତିଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି। କିଛି ପ୍ରଶଂସକ ଏହା ଦେଖିବା ପରେ ବେଶ ଖୁସି ଅଛନ୍ତି ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହେବା ସହ ଅନେକ ପ୍ରଶଂସକଙ୍କ ପ୍ରଶଂସା ମଧ୍ୟ କରୁଛନ୍ତି । ସେହିପରି ଅନେକ ଏହାକୁ ପୁରୁଣା ଭିଡିଓ ବୋଲି କହୁଛନ୍ତି । ଏହି ଭାଇରଲ ଭିଡିଓରେ ଅଭିଷେକ ବଚ୍ଚନ ଏବଂ ଐଶ୍ୱର୍ଯ୍ୟା ରାୟ ଏକାଠି ବେଶ୍ ଖୁସ୍ ନଜର ଆସୁଛନ୍ତି ।












Click it and Unblock the Notifications