ଏହି କମେଡି ସୋ'ରେ ନଜର ଆସିବେ 'ବିଗ୍ ବସ୍ ୧୬'ଫେମ୍ ଅବଦୁ ରୋଜିକ୍
ଏହି କମେଡି ସୋ'ରେ ନଜର ଆସିବେ 'ବିଗ୍ ବସ୍ ୧୬'ଫେମ୍ ଅବଦୁ ରୋଜିକ୍ ।

ମୁମ୍ବାଇ: 'ବିଗ୍ ବସ୍ ୧୬'ଫେମ୍ ଅବଦୁ ରୋଜିକ୍ ନିଜ କ୍ୟୁଟ୍ ଅନ୍ଦାଜରେ ଦେଶର ଘରେ ଘରେ ଏକ ପରିଚିତ ଚେହେରା ସାଜିଛନ୍ତି । ଏହାରି ମଧ୍ୟରେ ଅବଦୁ ରୋଜିକ୍ ତାଙ୍କ ପ୍ରଶଂସକଙ୍କୁ ଆଉ ଏକ ଖୁସି ଖବର ଦେଇଛନ୍ତି । 'ବିଗ୍ ବସ୍ ୧୬' ବର୍ତ୍ତମାନ ସମାପ୍ତ ହୋଇଛି ଏବଂ ଏହି ଶୋ'ର ବିଜେତା ହୋଇଛି - ଏମସି ଷ୍ଟାନ୍ ।
ହେଲେ ଏହି ଶୋ' ଜରିଆରେ ସମସ୍ତଙ୍କ ମନ ଜିଣିଛନ୍ତି ଅବଦୁ ରୋଜିକ୍ । 'ବିଗ୍ ବସ୍ ୧୬' ଆରମ୍ଭରୁ ହିଁ ତାଙ୍କର ଫ୍ୟାନ୍ସଙ୍କ ସଂଖ୍ୟା ବୃଦ୍ଧି ପାଇଥିଲା ଏପରିକି ସଲମାନ ଖାନ ମଧ୍ୟ ତାଙ୍କର ଜଣେ ବଡ଼ ପ୍ରଶଂସକ । ଏବଂ ଘରୁ ବାହାରକୁ ଆସିବା ପରେ ମଧ୍ୟ ତାଙ୍କ ପ୍ରତି ଭଲ ପାଇବା ବା ତାଙ୍କ ଖ୍ୟାତି ଟିକେ କମି ନଥିଲା । କିନ୍ତୁ ଏହି ସମୟରେ ଖବର ଆସୁଛି ଯେ ଅବଦୁ ଖୁବ୍ ଶୀଘ୍ର କମେଡି ସୋ 'ଦ କପିଲ ଶର୍ମା ସୋ'ରେ ନଜର ଆସିବେ ।
କପିଲ ଶର୍ମା ସୋ'ରେ ନଜର ଆସିବେ ଅବଦୁ
ନିକଟରେ 'ବିଗ୍ ବସ୍ ୧୬'ର ପୂର୍ବତନ ପ୍ରତିଯୋଗୀ କହିଛନ୍ତି ଯେ, ସେ ଖୁବ୍ ଶୀଘ୍ର' ଦ କପିଲ୍ ଶର୍ମା ସୋ'କୁ ଯିବେ । ଅବଦୁ ରୋଜିକ୍ କମେଡିକୁ ଭଲ ପାଆନ୍ତି ଏବଂ ସେ ଏହି ସୋ ପାଇଁ ଉପଯୁକ୍ତ । ତେବେ ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ସଲମାନ ଖାନ 'ଦ କପିଲ ଶର୍ମା ସୋ'ର ନିର୍ମାତାମାନଙ୍କ ମଧ୍ୟରୁ ଅନ୍ୟତମ । ବର୍ତ୍ତମାନ, ସୋ ଶେଷ ହୋଇଛି ଏବଂ ସେ ଚ୍ୟାନେଲ ସହିତ କୌଣସି ଚୁକ୍ତିନାମା କରିନାହାଁନ୍ତି ।
ନିକଟରେ ଅବଦୁ ରୋଜିକ୍ ତାଙ୍କର କିଛି ଭିଡିଓ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଏହି ଭିଡିଓରେ ସେ ସଲମାନ ଖାନଙ୍କ ସହ ମସ୍ତି କରୁଥିବା ଦେଖିବାକୁ ମିଳିଥିଲା । ସଲମାନ ଖାନଙ୍କ ଗୀତ 'ଓ-ଓ ଜାନେ ଜନ'ରେ ଉଭୟ ଏକାଠି ଡ୍ୟାନ୍ସ କରୁଥିବାର ଦେଖିବା ପାଇଁ ମିଳିଥିଲା ।
-
ପ୍ରକାଶ ପାଇଲା ଟି-୨୦ ରାଙ୍କିଙ୍ଗ୍ : ବିଶ୍ୱର ନମ୍ବର ୧ ବ୍ୟାଟ୍ସମ୍ୟା କିଏ ଜାଣନ୍ତୁ… -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଯୁଦ୍ଧ ଭିତରେ ଇରାନ ସହ କଥା ହେଲା ଭାରତ, ଜାଣନ୍ତୁ କଣ ହେଲା ଆଲୋଚନା -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ହରିଶ ରାଣାଙ୍କୁ ମିଳିଲା ଇଚ୍ଛାମୃତ୍ୟୁ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ଆମେରିକା, ଇସ୍ରାଏଲ-ଇରାନ ଯୁଦ୍ଧ ସମୟରେ ଭାରତ ଯେଉଁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନ ଲାଗୁ କରିଛି ଜାଣନ୍ତୁ ତାହା କ’ଣ? -
ଇରାନ ପାଇଁ ଆମେରିକା ଋଷ ମୁହାଁମୁହିଁ , ଋଷକୁ ବଡ ଚେତାବନୀ ଦେଲେ ଆମେରିକା -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ












Click it and Unblock the Notifications