ସିଦ୍ଧୁ ମୁସୱାଲା ହତ୍ୟା ମାମଲାରେ ଶୋକ ପ୍ରକାଶ କଲା କଂଗ୍ରେସ
ସିଦ୍ଧୁ ମୁସୱାଲାଙ୍କ ମୃତ୍ୟୁକୁ ନେଇ ଟୁଇଟ୍ କରି କଂଗ୍ରେସ ଦୁଃଖ ପ୍ରକାଶ କରିଛି । ଦଳ ଟ୍ୱିଟ୍ କରି କହିଛି ଯେ, ପଞ୍ଜାବର କଂଗ୍ରେସ ପ୍ରାର୍ଥୀ ତଥା ଦକ୍ଷ ସଂଗୀତଜ୍ଞ ସିଦ୍ଧୁଙ୍କ ହତ୍ୟା କଂଗ୍ରେସ ଦଳ ତଥା ସମଗ୍ର ଦେଶ ପାଇଁ ଏକ ବଡ଼ ଧକ୍କା ଦେଇଛି ।
ଚଣ୍ଡିଗଡ: ପଞ୍ଜାବର ପ୍ରସିଦ୍ଧ ଗାୟକ ସିଦ୍ଧୁ ମୁସୱାଲା ଗୁଳି କରି ହତ୍ୟା କରାଯାଇଛି । ରବିବାର ଦିନ ମାନସା ଜିଲ୍ଲାର ଜବାହରକେ ଗାଁରେ ଘଟିଥିଲା ଏହି ଗୁଳିକାଣ୍ଡ। ସିଦ୍ଧୁ ମୁସୱାଲାଙ୍କ ମୃତ୍ୟୁକୁ ନେଇ ଟୁଇଟ୍ କରି କଂଗ୍ରେସ ଦୁଃଖ ପ୍ରକାଶ କରିଛି । ଦଳ ଟ୍ୱିଟ୍ କରି କହିଛି ଯେ, ପଞ୍ଜାବର କଂଗ୍ରେସ ପ୍ରାର୍ଥୀ ତଥା ଦକ୍ଷ ସଂଗୀତଜ୍ଞ ସିଦ୍ଧୁଙ୍କ ହତ୍ୟା କଂଗ୍ରେସ ଦଳ ତଥା ସମଗ୍ର ଦେଶ ପାଇଁ ଏକ ଶକ୍ତ ଧକ୍କା ଦେଇଛି । ତାଙ୍କ ପରିବାର, ପ୍ରଶଂସକ ଏବଂ ବନ୍ଧୁମାନଙ୍କୁ ଆମର ଗଭୀର ସମବେଦନା ।

ସିଦ୍ଧୁ ମୁସେୱାଲା ପଞ୍ଜାବ ବିଧାନସଭା ନିର୍ବାଚନରେ କଂଗ୍ରେସ ଟିକେଟରୁ ମାନସାରୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ଏବଂ ଆପ ପ୍ରାର୍ଥୀ ବିଜୟ ସିଙ୍ଗଲାଙ୍କୁ 63 ହଜାର ଭୋଟ ବ୍ୟବଧାନରେ ପରାସ୍ତ କରିଥିଲେ । ଦୁର୍ନୀତି ଅଭିଯୋଗରେ ବିଜୟ ସିଙ୍ଗଲାଙ୍କୁ ପଞ୍ଜାବର ସିଏମ ଭଗବନ୍ତ ମନ ନିକଟରେ ବରଖାସ୍ତ କରିଛନ୍ତି।
ଗତ ମାସରେ ସିଦ୍ଧୁ ମୁସୱାଲା ତାଙ୍କ ନୂତନ ଗୀତ 'ବଲି କା ବକ୍ରା'ରେ ଆମ୍ ଆଦମୀ ପାର୍ଟି ଏବଂ ଏହାର ସମର୍ଥକଙ୍କୁ ଟାର୍ଗେଟ କରିବା ପରେ ଏକ ବିବାଦର ସମ୍ମୁଖୀନ ହୋଇଥିଲେ । ଏହି ଗାୟକ ତାଙ୍କ ଗୀତରେ ଇଇଚ ସମର୍ଥକଙ୍କୁ ଗଦ୍ଦାର ବୋଲି କହିଥଲେ ।
ସିଦ୍ଧୁ ମୁସୱାଲା କିଏ?
1993 ମସିହା ଜୁନ 27 ରେ ମାନସା ଜିଲ୍ଲାର ମୁସୱାଲା ଗାଁର ଶୁଭଦୀପ ସିଂ ସିଦ୍ଧୁ ଛଦ୍ମନାମ ସିଦ୍ଧୁ ମୁସୱାଲା ଜନ୍ମ ହୋଇଥିଲେ । ମୁସୱାଲାଙ୍କର ଲକ୍ଷ ଲକ୍ଷ ପ୍ରଶଂସକ ଥିଲେ ଏବଂ ତାଙ୍କ ରାପ୍ ପାଇଁ ଲୋକପ୍ରିୟ ଥିଲେ । ମୁସୱାଲା ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂରେ ଡିଗ୍ରୀ ହାସଲ କରିଥିଲେ । ସେ ତାଙ୍କ କଲେଜ ସମୟରେ ସଙ୍ଗୀତ ଶିକ୍ଷା କରିଥିଲେ ଏବଂ ପରେ କାନାଡା ଯାଇଥିଲେ । ସିଦ୍ଧୁ ମୋସୱାଲା ଅନ୍ୟତମ ବିବାଦୀୟ ପଞ୍ଜାବୀ ଗାୟକ ଭାବରେ ମଧ୍ୟ ଜଣାଶୁଣା । ସେ ତାଙ୍କ ଗୀତରେ ଗ୍ୟାଙ୍ଗଷ୍ଟରମାନଙ୍କୁ ଗୌରବାନ୍ୱିତ କରୁଥିଲେ । ସେ ଏହି ଶିଖ ଯୋଦ୍ଧାଙ୍କ ଭାବମୂର୍ତ୍ତିକୁ କ୍ଷୁର୍ଣ୍ଣ କରୁଥିବା ଅଭିଯୋଗ ହୋଇଥିଲା । ପରେ ମୁସୱାଲା ଏଥିପାଇଁ କ୍ଷମା ପ୍ରାର୍ଥନା ମଧ୍ୟ କରିଥିଲେ ।












Click it and Unblock the Notifications