ବାତ୍ୟା ମିଗଜୋମ୍ ପ୍ରଭାବରେ ବେହାଲ ଚେନ୍ନାଇ: ୨୪ ଘଣ୍ଟା ପରେ ଉଦ୍ଧାର ହେଲେ ଅଭିନେତା ଆମୀର ଖାନ

Aamir Khan Stuck In Chennai Flood: ବାତ୍ୟା 'ମିଗଜୋମ' ଯୋଗୁଁ ଚେନ୍ନାଇରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଏହି ସମୟରେ ରାଜ୍ୟରେ ଅନେକ ସ୍ଥାନରେ ପାଣି ଜମି ରହିଥିବାର ଦେଖିବା ପାଇଁ ମିଳିଥିଲା । ଗତ 24 ଘଣ୍ଟା ଧରି ବଲିଉଡ ଅଭିନେତା ଆମୀର ଖାନ ମଧ୍ୟ ଏହି ବାତ୍ୟାରେ ଫସି ରହିଥିଲେ ତାଙ୍କ ସହ ଅଭିନେତା ବିଷ୍ଣୁ ବିଶାଲ ମଧ୍ୟ ସାମିଲ ଥିଲେ ।

ସୋସିଆଲ ମିଡିଆରେ କିଛି ଫଟୋ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଅଗ୍ନିଶମ ଓ ଏନଡିଆରଏଫ୍ ବିଭାଗ ଆମୀର ଖାନଙ୍କୁ ଉଦ୍ଧାର କରୁଥିବା ଦେଖିବାକୁ ମିଳିଥିଲା। ଆମୀରଙ୍କ ସହ ଅଭିନେତା ବିଷ୍ଣୁ ବିଶାଲ ମଧ୍ୟ ଝଡରେ ଫସି ରହିଥିଲେ। 24 ଘଣ୍ଟା ପରେ ଉଭୟଙ୍କୁ ବର୍ତ୍ତମାନ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି ।

Aamir Khan

ବିଷ୍ଣୁ ବିଶାଲ ନିଜେ ତାଙ୍କ X ଆକାଉଣ୍ଟରେ କିଛି ଫଟୋ ସେୟାର କରି ଏନେଇ ସୂଚନା ଦେଇଛନ୍ତି। ଯେଉଁଥିରେ ରେସ୍କ୍ୟୁ ଟିମ୍ ଆମୀର ଖାନଙ୍କୁ ଉଦ୍ଧାର କରୁଥିବା ଦେଖିବା ପାଇଁ ମିଳୁଛି । ଆମୀର ଖାନ ଏବଂ ରେସ୍କ୍ୟୁ ଟିମ ସହିତ କିଛି ଫଟୋ ସେୟାର କରି ବିଷ୍ଣୁ ବିଶାଲ କ୍ୟାପସନରେ ଲେଖିଛନ୍ତି, 'ଆମ ଭଳି ଫସି ରହିଥିବା ଲୋକଙ୍କୁ ସାହାଯ୍ୟ କରିଥିବାରୁ ଅଗ୍ନିଶମ ଓ ଉଦ୍ଧାର ବିଭାଗକୁ ଧନ୍ୟବାଦ ... ଏବଂ ନିରନ୍ତର କାର୍ଯ୍ୟ କରୁଥିବା ସମସ୍ତ ପ୍ରଶାସନିକ ବ୍ୟକ୍ତିଙ୍କୁ ମଧ୍ୟ ଧନ୍ୟବାଦ। ... 'ଫଟୋ ଗୁଡ଼ିକରେ ଆମୀର ଏବଂ ବିଷ୍ଣୁ ଏକ ଡଙ୍ଗାରେ ବସିଥିବାର ନଜର ଆସିଛନ୍ତି ।

ସୂଚନାନୁସାରେ, ଚେନ୍ନାଇର ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଦକ୍ଷିଣ ଅଭିନେତା ସୂର୍ଯ୍ୟା ଏବଂ କାର୍ତ୍ତି 10 ଲକ୍ଷ ଟଙ୍କା ଦାନ କରିଛନ୍ତି। ସମସ୍ତ ଅଭିନେତାଙ୍କ ଫ୍ୟାନ୍ କ୍ଲବ୍ ମାଧ୍ୟମରେ ଏଗୁଡିକ ବଣ୍ଟନ କରାଯିବ ବୋଲି ସୂଚନା ରହିଛି ।

ଶେଷ ଥର ପାଇଁ ଆମୀର ଖାନଙ୍କୁ ଫିଲ୍ମ 'ଲାଲ ସିଂ ଚଢା'ରେ ଦେଖିବାକୁ ମିଳିଥିଲା। ତାଙ୍କ ସହ କରୀନା କପୁରଙ୍କୁ ଏହି ଫିଲ୍ମରେ ଦେଖିବାକୁ ମିଳିଥିଲା। କିନ୍ତୁ ଫିଲ୍ମଟି ବକ୍ସ ଅଫିସରେ ଫ୍ଲପ୍ ହୋଇଥିଲା । ଯାହା ପରେ ଅଭିନେତା କିଛି ସମୟ ଅଭିନୟରୁ ବିରତି ନେଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+