Get Updates
Get notified of breaking news, exclusive insights, and must-see stories!

ଆମୀର ଖାନଙ୍କ ମା' ଜୀନତ ଅସୁସ୍ଥ, ବ୍ରିଚ୍‌କାଣ୍ଡି ହସ୍ପିଟାଲରେ ଚାଲିଛି ଚିକିତ୍ସା

ଆମୀର ଖାନଙ୍କ ମା' ଜୀନତ ଅସୁସ୍ଥ, ବ୍ରିଚ୍‌କାଣ୍ଡି ହସ୍ପିଟାଲରେ ଚାଲିଛି ଚିକିତ୍ସା

ମୁମ୍ବାଇ: ବଲିଉଡ ସୁପରଷ୍ଟାର ଆମୀର ଖାନଙ୍କ ମା' ଜୀନତ ଅସୁସ୍ଥ । ସେ ହୃଦଘାତର ଶିକାର ହୋଇଥିବା ନେଇ ସୂଚନା ରହିଛି । ଗୁରୁତର ଅବସ୍ଥାରେ ତାଙ୍କୁ ମୁମ୍ବାଇର ବ୍ରିଚ୍‌କାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମିଡିଆ ରିପୋର୍ଟ ଅନୁସାରେ ଜୀନତ ହୁସେନ ନିଜ ପଞ୍ଚଗନୀସ୍ଥିତ ଘରେ ଥିବା ବେଳେ ଅସୁସ୍ଥ ହୋଇପଡିଥିଲେ ।

AMIR KHAN

ସୂଚନା ରହିଛି ଯେ ଦୀପାବଳି ପାଳନ ପାଇଁ ଆମୀର ଖାନ କିଛି ଦିନ ପୂର୍ବରୁ ନିଜ ମା'ଙ୍କ ପାଖରୁ ଯାଇଥିଲେ । ଜୀନତ ସ୍ୱାସ୍ଥ୍ୟ ଖରାପ ହେବା ସମୟରେ ଆମୀର ତାଙ୍କ ପାଖରେ ଥିବା ନେଇ ସୂଚନା ରହିଛି । କିଛି ଦିନ ପୂର୍ବରୁ ଜୀନତଙ୍କ ଜନ୍ମଦିନ ବେଶ୍ ଧୂମଧାମରେ ପାଳନ କରିଥିଲା ଖାନ ପରିବାର । ଯାହାର କିଛି ଫୋଟ ଓ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ।

ଜୀନତ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ଆମୀର ଓ ପରିବାର ସଦସ୍ୟ ତୁରନ୍ତ ତାଙ୍କୁ ବ୍ରିଚ୍‌କାଣ୍ଡି ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଯେଉଁଠି ସ୍ପଷ୍ଟ ହୋଇଥିଲା ଯେ ସେ ହୃଦଘାତର ଶିକାର ହୋଇଛନ୍ତି ବୋଲି । ବର୍ତ୍ତମାନ ଜୀନତ ହୁସେନ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି । ତାଙ୍କ ଅବସ୍ଥାରେ ସୁଧାର ଆସୁଥିବା ନେଇ ସୂଚନା ରହିଛି ।ନିକଟରେ ଏକ ସାକ୍ଷାତକାରରେ ଆମୀର କହିଥିଲେ ଯେ ସେ ତାଙ୍କର ସମସ୍ତ ଫିଲ୍ମର ପ୍ରଥମ ପ୍ରତିକ୍ରିୟା ନିଜ ମା'ଙ୍କଠୁ ନିଅନ୍ତି । ଫିଲ୍ମ 'ଲାଲ ସିଂ ଚଢା' ରିଲିଜ୍ ସମୟରେ ବି ଜୀନତ ପରାମର୍ଶ ଦେଇଥିଲେ ଯେ ଫିଲ୍ମଟିରେ କୌଣସି ଏଡିଟିଂ ନକରି ରିଲିଜ କରିବାକୁ । ଏହି ଫିଲ୍ମକୁ ବେଶ୍ ପସନ୍ଦ କରିଥିଲେ ଜୀନତ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+