Get Updates
Get notified of breaking news, exclusive insights, and must-see stories!

ଝିଅ ଇରାଙ୍କ ବିବାହରେ ପୂର୍ବ ପତ୍ନୀଙ୍କୁ କିସ୍ କଲେ ଅମୀର ଖାନ୍‌, ଭିଡିଓ ହେଲା ଭାଇରାଲ

Aamir Khan: ଆମୀର ଖାନଙ୍କ ଝିଅ ଇରା ଖାନ ଏବଂ ନୁପୁର ଶିଖରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଉଭୟଙ୍କ କୋର୍ଟ ମ୍ୟାରେଜ୍ ଶେଷ ହୋଇଛି । ସୋସିଆଲ ମିଡିଆରେ ଇରା ଏବଂ ନୁପୁରଙ୍କ ବିବାହ ଫୋଟ ଭାଇରାଲ ହେବାରେ ଲାଗିଛି । ଝିଅ ଇରାଙ୍କ ବିବାହରେ ଆମୀର ଖାନ ମଧ୍ୟ ଖୁବ୍ ମସ୍ତି କରୁଥିବାର ଦେଖିବା ପାଇଁ ମିଳିଥିଲା । ଅଭିନେତା ସମସ୍ତଙ୍କ ସହ ଡ୍ୟାନ୍ସ କରୁଥିବାର ଦେଖିବା ପାଇଁ ମିଳିଥିଲା, ଯାହା ଅନେକ ଫଟୋ ଏବେ ଟ୍ୱିଟର, ଇନଷ୍ଟାଗ୍ରାମ ଏବଂ ଫେସବୁକରେ ଭାଇରାଲ ହେବାରେ ଲାଗିଛି ।

ଏହାରି ମଧ୍ୟରେ ଆମୀରଙ୍କର ଏକ ଭିଡିଓ ବର୍ତ୍ତମାନ ଖୁବ୍ ଚର୍ଚ୍ଚାରେ ରହିଛି । ଯେଉଁଥିରେ ସେ ନିଦ ଏକ୍ସ-ୱାଇଫ୍ କିରଣ ରାଓଙ୍କୁ କିସ୍ କରୁଥିବାର ଦେଖିବା ପାଇଁ ମିଳିଥିଲା । କିରଣ ଏବଂ ଆମୀରଙ୍କର ଏହି ଭିଡିଓକୁ ଅନେକ ଲୋକ ଟ୍ରୋଲ କରୁଥିବା ବେଳେ ଅନେକ ପ୍ରଶଂସା ମଧ୍ୟ କରୁଛନ୍ତି ।

Aamir Khan

ଝିଅ ଇରା ଏବଂ ନୁପୁରଙ୍କ ବିବାହରେ ପୁରା ଖାନ ପରିବାର ଏକାଠି ନଜର ଆସିଥିଲା । ଆମୀର ଖାନଙ୍କ ସହ ତାଙ୍କ ଦୁଇ ଏକ୍ସ ୱାଇଫ୍ କିରଣ ରାଓ ଏବଂ ରିନା ଦତ୍ତା ଖୁବ୍ ଖୁସ୍ ନଜର ଆସିଥିଲେ । ଯେତେବେଳେ ଆମୀର ପୁରା ପରିବାର ସହିତ ଫଟୋ କ୍ଲିକ୍ କରିବାକୁ ଆସିଥିଲେ, ସେ ପ୍ରଥମେ କିରଣଙ୍କୁ କିସ୍ କରିଥିଲେ । ଆମୀରଙ୍କ ଏହି କିସ୍ ଭିଡିଓ ଭାଇରାଲ ହେବାରେ ଲାଗିଛି।

ଆମୀରଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଲୋକମାନେ ଭିନ୍ନ ମନ୍ତବ୍ୟ ଦେଉଛନ୍ତି । ଜଣେ ୟୁଜର୍ ଲେଖିଛନ୍ତି - ଯଦି ଏତେ ପ୍ରେମ ଥିଲା, ତେବେ ଛାଡପତ୍ର କାହିଁକି ହେଲା? ସେହିପରି ଆଉ ଜଣେ ବ୍ୟକ୍ତି କହିଛନ୍ତି, ସେମାନଙ୍କର ଦୁନିଆ ଆମଠୁ ଖୁବ୍ ଭିନ୍ନ ।

ସୂଚନାଥାଉ ଯେ, ଜାନୁଆରୀ 3ରେ ମୁମ୍ବାଇରେ ଇରା ଖାନ ଏବଂ ନୁପୁର ଶିଖରଙ୍କ ବିବାହ ହୋଇଥିଲା । ବର୍ତ୍ତମାନ ଏହି ଦମ୍ପତି ଖୁବ୍ ଶୀଘ୍ର ଉଦୟପୁରରେ ଏକ ଗ୍ରାଣ୍ତ ଅନ୍ଦାଜରେ ବିବାହ କରିବା ନେଇ ସୂଚନା ରହିଛି । ଜାନୁଆରୀ 8 ରେ ପୁଣି ନୁପୁରଙ୍କୁ ବିବାହ କରିବେ ଇରା ଖାନ । ପରିବାର ଏବଂ କିଛି ବିଶେଷ ବନ୍ଧୁ ଏହି ବିବାହ ଉତ୍ସବରେ ଯୋଗଦେବେ। ଖବର ଅନୁଯାୟୀ, ଏହା ପରେ ମୁମ୍ବାଇରେ ବଲିଉଡ ସେଲିବ୍ରିଟିମାନଙ୍କ ପାଇଁ ଏକ ରିସେପ୍ସନର ମଧ୍ୟ ଆୟୋଜନ କରାଯିବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+