Get Updates
Get notified of breaking news, exclusive insights, and must-see stories!

ଆମୀରଙ୍କୁ ସାମାଲୋଚନା କଲେ କରୀନା ! 'କଫି ୱିଥ୍ କରନ୍'ରେ ଏକାଠି ଆସିଲେ ନଜର

Aamir Khan And Kreena Kapoor Khan In Koffee With Karan :ଆମୀରଙ୍କୁ ସାମାଲୋଚନା କଲେ କରୀନା ! 'କଫି ୱିଥ୍ କରନ୍'ରେ ଆସିଲେ ନଜର

ମୁମ୍ବାଇ: କରଣ ଜୋହରଙ୍କ ଚାଟ୍ ଶୋ' Koffee With Karanକୁ ନେଇ ଆଜିକାଲି ଚର୍ଚ୍ଚା ଲାଗିରହିଛି । ଶୋ'ରେ ବଲିଉଡ କଳାକାରଙ୍କଠୁ ଆରମ୍ଭ କରି ସାଉଥ୍ ଚଳଚ୍ଚିତ୍ରର ଅନେକ ଷ୍ଟାର ନଜର ଆସିଥିଲେ । ଯେଉଁଠି ଏହି ନାମିଦାମି କଳାକାର ନିଜ ବ୍ୟକ୍ତିଗତ ଜୀବନଠୁ ଆରମ୍ଭ କରି ବୃତ୍ତିଗତ ଜୀବନରର ଅନେକ ରାଜ ଉପରୁ ପରଦା ଉଠାଇଥିଲେ । ସେହିପରି କରଣ ମଧ୍ୟ ଆକର୍ଷଣୀୟ ପ୍ରଶ୍ନ ପଚାରି ଶୋ'କୁ ରୋମାଞ୍ଚକ କରିବାର କୌଣସି ମୌକା ହାତ ଛଡା କରୁ ନାହଁନ୍ତି ।

ଶେଷ ଥର ପାଇଁ ଅନନ୍ୟା ପାଣ୍ଡେ ଏବଂ ବିଜୟ ଦେବରାକୋଣ୍ଡା ସୋ'ରେ ଖୁବ୍ ମସ୍ତି କରିବା ସହ ଉଭୟଙ୍କ ବିଷୟରେ ଅନେକ କିଛି ଜାଣିବା ପାଇଁ ପାଇଁଥିଲେ ଦର୍ଶକ । ଏବେ ଶୋ'ରେ ଆସିବା ପାଇଁ ଯାଉଛନ୍ତି ବଲିଉଡର ଦୁଇ ଦମଦାର ତାରକା । କରୀନା କପୁର ଖାନ ଏବଂ ଆମୀର ଖାନ 'କଫ୍ ୱିଥ୍ କରନ'ରେ ନଜର ଆସିବେ । କରୀନା ଓ ଆମୀର ଫିଲ୍ମ ଲାଲ୍ ସିଂ ଚଢାରେ ଏକାଠି ନଜର ଆସିବେ ।

Koffee With Karan

କରଣ ଜୋଗର ନିଜ ଇନଷ୍ଟାଗ୍ରାମରେ ''କଫି ୱିଥ୍ କରଣ''ର ପ୍ରୋମୋ ସେୟାର କରିଛନ୍ତି । ଯେଉଁଥିରେ କରୀନା ଓ ଆମୀରଙ୍କୁ ଏକାଠି ଦେଖିବା ପାଇଁ ମିଳୁଛି । ଯେଉଁଥିରେ କରୀନା ଆମୀରଙ୍କ ସହ ମସ୍ତି କରୁଥିବାର ନଜର ଆସୁଛନ୍ତି । ଏହି ଶୋ'ରେ କରୀନା ଆମୀରଙ୍କୁ କହୁଛନ୍ତି ଯେ ଅକ୍ଷୟ କୁମାର ୩୦ ଦିନ ମଧ୍ୟରେ ତାଙ୍କ ଫିଲ୍ମର ସୁଟିଂ ଶେଷ କରନ୍ତି ଏବଂ ଆପଣ ୧୦୦ ରୁ ୨୦୦ ଦିନ ମଧ୍ୟରେ ଏକ ଫିଲ୍ମ ଶେଷ କରନ୍ତି । ସେହିପରି ଆମୀରଙ୍କ ଫ୍ୟାସନର ନିନ୍ଦା କରିଥିଲେ । କରୀନାଙ୍କ ଉତ୍ତର ଶୁଣିବା ପରେ ଆମୀର କହିଛନ୍ତି ଯେ ତାଙ୍କୁ ଏଠି ଅପମାନିତ କରାଯାଉଛି। ଆମୀର ଓ କରୀନାଙ୍କ ଫିଲ୍ମ 'ଲାଲ୍ ସିଂ ଚଢା' ଚଳିତ ମାସ ୧୧ ତାରିଖରେ ରିଲିଜ୍ ହେବ । ଫିଲ୍ମ ୩ ଇଡିଏଟ୍ ପରେ ପୁଣି ବଡପରଦାରେ ଏକାଠି ନଜର ଆସିବେ ଆମୀର ଓ କରୀନା ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+