କୋଟି କୋଟି ଟଙ୍କାର ମାଲିକ ଏଆର୍ ରହମାନ, ଜାଣନ୍ତୁ ପତ୍ନୀ ସାଇରା ବାନୁଙ୍କୁ ମିଳିବ କେତେ ସମ୍ପତ୍ତି
AR Rahman: ଦେଶର ପ୍ରସିଦ୍ଧ ଗାୟକ ଏଆର୍ ରହମାନ 29 ବର୍ଷ ବିବାହ ପରେ ପତ୍ନୀ ସାଇରା ବାନୁଙ୍କ ସହ ନିଜ ଛାଡପତ୍ରକୁ ନେଇ ଘୋଷଣା କରିଛନ୍ତି । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଛାଡପତ୍ର ଘୋଷଣା ପରେ ରେହମାନ ମଧ୍ୟ ଏକ ଇମୋସନାଲ ପୋଷ୍ଟ ସେୟାର କରିଥିଲେ। ବର୍ତ୍ତମାନ ସମସ୍ତେ ଜାଣିବାକୁ ଚାହାଁନ୍ତି ଯେ ଅପାର ଧନର ମାଲିକ ରେହମାନଙ୍କ ପତ୍ନୀଙ୍କ ପାଖରେ ରହିଛି କେତେ ଧନ ସମ୍ପତ୍ତି ।
ଏଆର୍ ରେହମାନ ଏବଂ ସାଇରା ବାନୁ ତିନି ଦଶନ୍ଧି ଏକାଠି ବିତାଇଛନ୍ତି ଏବଂ ଉଭୟ ତିନି ସନ୍ତାନର ପିତାମାତା ଅଟନ୍ତି । ଏଭଳି ପରିସ୍ଥିତିରେ ଏହି ଦମ୍ପତିଙ୍କ ଛାଡପତ୍ର ଘୋଷଣା ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ ଏବଂ ଦୁଃଖି କରିଛି । ମଙ୍ଗଳବାର ରାତିରେ ଏଆର୍ ରହମାନଙ୍କ ପତ୍ନୀ ସାଇରା ବାନୁ ନିଜ ଓକିଲଙ୍କ ମାଧ୍ୟମରେ ଡିଭୋର୍ସ ବିଷୟରେ ସୂଚନା ଦେଇଥିଲେ । ଏଆର୍ ରହମାନ ତାଙ୍କ ଏକ୍ସରେ ଆକାଉଣ୍ଟରେ ଏକ ପୋଷ୍ଟ ସେୟାର କରି ଏନେଇ ସୂଚନା ଦେଇଥିଲେ ।

ଏଆର୍ ରେହମାନ ଏବଂ ସାଇରା ବାନୁ ଦୁହେଁ ମୁସଲମାନ ସମ୍ପ୍ରଦାୟର । ନିକଟରେ ମୁସଲିମ ସମାଜରେ ଛାଡପତ୍ର ସମ୍ପର୍କରେ ସୁପ୍ରିମକୋର୍ଟ ଏକ ବଡ ନିଷ୍ପତ୍ତି ନେଇଛନ୍ତି। ନ୍ୟୁଜ୍ 18 ର ରିପୋର୍ଟ ଅନୁଯାୟୀ, ଇସଲାମରେ ବିବାହ ଏକ ଚୁକ୍ତି ଅଟେ । ଏହା ଅଧୀନରେ, ଯୌତୁକ ଟଙ୍କା ସ୍ଥିର କରାଯାଏ । ଏହାକୁ ନେଇ ଏକ ଦସ୍ତାବିଜ ପ୍ରସ୍ତୁତ କରାଯାଇଥାଏ ଯେଉଁଥିରେ ଉଭୟ ପକ୍ଷ ଦସ୍ତଖତ କରନ୍ତି । ବିବାହ ଭାଙ୍ଗିବା କିମ୍ବା ଛାଡପତ୍ର କ୍ଷେତ୍ରରେ, ଏହି ପରିମାଣର ଯୌତୁକ ମହିଳାଙ୍କୁ ଦିଆଯାଏ । ଏଭଳି ପରିସ୍ଥିତିରେ, ଏଆର୍ ରହମାନଙ୍କଠାରୁ ଛାଡପତ୍ର ପରେ ସାଇରାଙ୍କୁ ଏହି ଟଙ୍କା ମିଳିବ । ତେବେ ନିକଟରେ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଦେଇଛନ୍ତି। ଜୁଲାଇ 10, 2024 ର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିରେ ସୁପ୍ରିମକୋର୍ଟ କହିଛନ୍ତି ଯେ ଜଣେ ମୁସଲମାନ ମହିଳା ତାଙ୍କ ସ୍ୱାମୀଙ୍କଠାରୁ ରକ୍ଷଣାବେକ୍ଷଣ ପାଇବାକୁ ହକଦାର।
ତେବେ ସୁପ୍ରିମକୋର୍ଟଙ୍କ ନୂଆ ନିୟମ ଅନୁସାରେ, ଏଆର୍ ରହମାନଙ୍କର ହଜାର ହଜାର କୋଟି ମୂଲ୍ୟର ସମ୍ପତ୍ତି ଅଛି । ଏଭଳି ପରିସ୍ଥିତିରେ ସାଇରାଙ୍କୁ ଭଲ ପରିମାଣର ଟଙ୍କା ମିଳିବ ।
ଏଆର ରହମାନ ହେଉଛନ୍ତି ଦେଶର ସର୍ବାଧିକ ପାରିଶ୍ରମିକ ପ୍ରାପ୍ତ ଗାୟକ-କମ୍ପୋଜର । ସେ ଗୋଟେ ଗୀତ ପାଇଁ 3 କୋଟି ଟଙ୍କା ଚାର୍ଜ କରନ୍ତି ଏବଂ ତାଙ୍କର ନେଟୱର୍ଥ ପ୍ରାୟ 1728 କୋଟିରୁ 2000 କୋଟି ଟଙ୍କା । ଏକ ଘଣ୍ଟାର ପରଫମାନ୍ସ ପାଇଁ ସେ 2 କୋଟି ଟଙ୍କା ପର୍ଯ୍ୟନ୍ତ ଚାର୍ଜ କରନ୍ତି ଏବଂ ଏହା ପରେ ଲସ୍ ଆଞ୍ଜେଲସ୍ ସମେତ ଦେଶର ଅନେକ ସହରରେ ତାଙ୍କର ବଙ୍ଗଳା ଅଛି । ତାଙ୍କ ପାଖରେ ଦାମୀ କାରଗୁଡିକର କଲେକ୍ସନ ରହିଛି ।
-
APSEZ ର ବଡ଼ ସଫଳତା: 500 ମିଲିୟନ୍ ଟନ୍ କାର୍ଗୋ ହ୍ୟାଣ୍ଡଲିଂ ସୀମା ଅତିକ୍ରମ -
ବଡ ନିଷ୍ପତ୍ତି: ଜୁନ୍ ପର୍ଯ୍ୟନ୍ତ ଏସବୁ ଉତ୍ପାଦ ଉପରେ କଷ୍ଟମ୍ ଶୁଳ୍କ ଛାଡ଼ -
IPL-2026 : କୋଲକାତାକୁ ଭେଟିବ ହାଇଦ୍ରାବାଦ୍ : ପ୍ରଥମ ବିଜୟ ଲକ୍ଷ୍ୟରେ ଉଭୟ ଟିମ୍ -
Adani Green Energy ର ବଡ଼ ସଫଳତା: FY26ରେ 5GW କ୍ଷମତା ସହ ବିଶ୍ୱରେ ନୂଆ ରେକର୍ଡ -
ଭୁବନେଶ୍ୱରରେ VFS ଗ୍ଲୋବାଲ ଭିସା ଆବେଦନ କେନ୍ଦ୍ର ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ







Click it and Unblock the Notifications