ଏ.ଆର ରହମାନ ନାମରେ ନାମିତ ହେଲା କାନାଡାର ରାସ୍ତା
A.R.Rahman Honoured By Canadians Naming A Road By His Nameଏ.ଆର ରହମାନ ନାମରେ ନାମିତ ହେଲା କାନାଡାର ରାସ୍ତା
ମୁମ୍ବାଇ: ଏ ଆର୍ ରହମାନ ନିଜ ସ୍ୱର ପାଇଁ କେବଳ ଦେଶରେ ନୁହେଁ ସାରା ବିଶ୍ୱରେ ପ୍ରସିଦ୍ଧ । ଦେଶ ବିଦେଶରେ ତାଙ୍କ ଗୀତକୁ ନେଇ ସେ ବେଶ୍ ଲୋକପ୍ରିୟତା ହାସଲ କରିଛନ୍ତି । ନିକଟରେ ଗାୟକଙ୍କୁ କାନାଡା ପକ୍ଷରୁ ଏପରି ସମ୍ମାନ ମିଳିଛି ଯାହା ପୂର୍ବରୁ କାହାକୁ ମିଳିନାହିଁ । ଏହା ଦେଶ ପାଇଁ ଗର୍ବର ବିଷୟ । କାନାଡ଼ାର ମରଖମ ସହରର ଏକ ରାସ୍ତାର ନାମ ବଦଳାଇ ଏ ଆର ରହମାନ ରଖାଯାଇଛି। ଏହା ପୂର୍ବରୁ ମଧ୍ୟ ୨୦୧୩ରେ ମରଖମର ଅନ୍ୟ ଏକ ରାସ୍ତାକୁ ସଂଗୀତକାର ଏ ଆର୍ ରହମାନଙ୍କ ନାମରେ ଆଲ୍ଲାହ ରଖା ରହମାନ ସେଣ୍ଟ ନାମରେ ନାମିତ କରାଯାଇଥିଲା ।

City of Markham (in Canada) honours music maestro AR Rahman by naming a street after him.
"Honoured and grateful for this recognition from City of Markham and Mayor Frank Scarpitti and the people of Canada," AR Rahman tweets.
(Pic 1 - file pic of AR Rahman) pic.twitter.com/exwGnBZIhB
— ANI (@ANI) August 29, 2022
ସୋସିଆଲ ମିଡିଆରେ ଏ ଆର୍ ରହମାନ ନିଜେ ଏ ବିଷୟରେ ସୂଚନା ଦେଇ ଏକ ପୋଷ୍ଟ ଶେୟାର କରିଛନ୍ତି । ମରଖମ ମେୟରଙ୍କ ସହ ଫଟୋ ଶେୟାର କରି ସେ ଧନ୍ୟବାଦ ଜଣାଇ ଲେଖିଛନ୍ତି ' ମରଖମ ସହର, ଫ୍ରାଙ୍କ୍ ସ୍କାରପିଟ୍ଟୀ ଏବଂ କାନାଡାବାସୀ ଦେଇଥିବା ଏହି ସମ୍ମାନ ପାଇଁ ମୁଁ କୃତଜ୍ଞ । ସୋସିଆଲ ମିଡିଆରେ ଏ ଆର୍ ରହମାନଙ୍କର ଫଟୋ ଏବେ ଭାଇରାଲ ହେବାରେ ଲାଗିଛି ଫ୍ୟାନ୍ସ ତାଙ୍କୁ ଶେଭେଚ୍ଛା ଜଣାଇବା ଆରମ୍ଭ କରିଛନ୍ତି ।
— A.R.Rahman (@arrahman) August 29, 2022












Click it and Unblock the Notifications