ନିଜ ବୟାନ ଉପରେ ସଫେଇ ଦେଲେ ଏଆର ରେହମାନ, କହିଲେ ....
ଓସ୍କାର ବିଜେତା ସଙ୍ଗୀତ ନିର୍ଦ୍ଦେଶକ ତଥା ଗାୟକ ଏଆର ରେହମାନ ନିଜର ବୟାନ କାରଣରୁ ସଂପ୍ରତି ଚର୍ଚ୍ଚାର ବିଷୟ ପାଲଟିଛନ୍ତି। ସେ ଏକ ସାକ୍ଷାତକାରରେ କହିଛନ୍ତି ଯେ, ଗତ ୮ ବର୍ଷ ହେବ ସେ ବଲିଉଡରେ କାମ କରି ନାହାନ୍ତି ଏବଂ ଏହାର କାରଣ ସାଂପ୍ରଦାୟିକ ହୋଇପାରେ।
ଏହି ବୟାନକୁ ନେଇ ସାମାଜିକ ଗଣମାଧ୍ୟମରେ ଏଆର ରେହମାନଙ୍କୁ ତୀବ୍ର ସମାଲୋଚନା କରାଯାଇଛି। ଏବେ ନିଜ ବୟାନକୁ ନେଇ ସଫେଇ ଦେଇଛନ୍ତି ଏଆର ରେହମାନ। ସେ କହିଛନ୍ତି ତାଙ୍କର ଉଦ୍ଦେଶ୍ୟ କାହାର ଭାବାବେଗକୁ ଆଘାତ ଦେବା ନୁହେଁ। ସେ ଭାରତକୁ ନିଜର ଘର ଏବଂ ଭାରତ ତାଙ୍କୁ ସର୍ବଦା ପ୍ରେରଣା ଦେଇଛି ବୋଲି ରେହମାନ କହିଛନ୍ତି।
ଏଆର ରେହମାନ ଭିଡିଓ ପୋଷ୍ଟ କରି ସଫେଇ ଦେଇଛନ୍ତି। ସେ କହିଛନ୍ତି, ବନ୍ଧୁ ଗଣ, ସଙ୍ଗୀତ ସର୍ବଦା ମୋ ଜୀବନର ଜରିଆ ପାଲଟିଛି। କୌଣସି ସଂସ୍କୃତି ସହ ଜଡିତ ରହି ଏହାର ଉତ୍ସବ ମନାଇବା ଏବଂ ସମ୍ମାନ କରିବା। ଭାରତ ମୋର ପ୍ରେରଣା, ମୋର ଗୁରୁ ଓ ମୋ ଘର। ମୁଁ ବୁଝି ପାରୁଛି କେବେ କେବେ ଭୁଲ୍ ବୁଝାମଣା ହୋଇଥାଏ। ମାତ୍ର ମୋର ଉଦ୍ଦେଶ୍ୟ ମ୍ୟୁଜିକ ଜରିଆରେ ସର୍ବଦା ଉତଥାନ, ସମ୍ମାନ ଓ ସେବା କରିବା ଉପରେ ରହିଛି। ଉଦ୍ଦେଶ୍ୟ କାହାକୁ ଆଘାତ ଦେବା ନ ଥିଲା। ଆଶା କରୁଛି ମୋର ସତ୍ୟତାକୁ ଅନୁଭବ କରି ପାରିବେ।

ଏହି ଭିଡିଓରେ ଏଆର ରେହମାନ ଭିନ୍ନ ଭିନ୍ନ ପ୍ରୋଜେକ୍ଟର ଉଲ୍ଲେଖ କରିଛନ୍ତି। ସେ ରଣବୀର କପୁରଙ୍କ ରାମାୟଣରେ ମ୍ୟୁଜିକ ଦେଇଥିବା କଥା ବି କହିଛନ୍ତି। ରେହମାନଙ୍କ ଏହି ଭିଡିଓରେ ସୋସିଆଲ ମିଡିଆ ୟୁଜର୍ସ ମଧ୍ୟ ପ୍ରତିକ୍ରିୟା ଦେଇଛନ୍ତି। ଜଣେ ୟଜର ଲେଖିଛନ୍ତି, ଆମେ ଆପଣଙ୍କୁ ଭଲ ପାଉ ସାର, ଆମକୁ ପ୍ରେରଣା ଦେଇ ଚାଲନ୍ତୁ। ଆଉ ଜଣେ ୟୁଜର ଲେଖିଛନ୍ତି, ଆମ ସମସ୍ତଙ୍କୁ ଜଣା ଆପଣ ମହାନ। ଆପଣଙ୍କୁ ସଫେଇ ଦେବାର କୌଣସି ଆବଶ୍ୟକତା ନାହିଁ। ଆଉ ଜଣେ ଲେଖିଛନ୍ତି, ସାର ଦୟା କରି ଆପଣ କାହାରିକୁ ସଫେଇ ଦେବା ଉଚିତ୍ ନୁହେଁ।












Click it and Unblock the Notifications