କେତେ ସୁରକ୍ଷିତ ସେଲିବ୍ରିଟି, ସୈଫ୍ ଅଲ୍ଲି ଖାନଙ୍କ ପୂର୍ବରୁ ଶାହାରୁଖଙ୍କ ଘରେ ପସିବା ପାଇଁ କରିଥିଲେ ଚେଷ୍ଟା !
Shah Rukh Khan: ଗୁରୁବାର ଦିନ ଭୋର ସମୟରେ ଅଭିନେତା ସୈଫ ଅଲ୍ଲି ଖାନଙ୍କ ଘରେ ଜଣେ ଚୋର ପସି ଅଭିନେତାଙ୍କ ଉପରେ ଆକ୍ରମଣ କରିଥିଲା । ଆକ୍ରମଣରେ ଛୁରୀର କିଛି ଅଂଶ ୫୪ ବର୍ଷୀୟ ଅଭିନେତାଙ୍କ ମେରୁଦଣ୍ଡରେ ନିକଟରେ ରହିଯାଇଥିଲା ଯାହାକୁ ସର୍ଜରୀ କରି ବାହର କରାଯାଇଛି ।
ବର୍ତ୍ତମାନ ସୈଫଙ୍କ ସ୍ୱାସ୍ଥ୍ୟ ଭଲ ଅଛି ହେଲେ ତାଙ୍କ ଏହି ଘଟଣା ସାଧାରଣରେ ଚହଳ ସୃଷ୍ଟି କରିଛି । ବର୍ତ୍ତମାନ ମୁମ୍ବାଇରେ ସେଲିବ୍ରିଟିଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେବେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ନିକଟରେ ଆଉ ଜଣେ ସେଲିବ୍ରିଟିଙ୍କ ସହିତ ସମାନ ଘଟଣା ଘଟିଛି।

ପ୍ରକୃତରେ, କିଛି ଦିନ ପୂର୍ବରୁ ଅଭିନେତା ଶାହରୁଖ ଖାନଙ୍କ ଘରେ ମଧ୍ୟ ଜଣେ ଦୃବୁତ୍ତ ପ୍ରବେଶ କରିବା ପାଇଁ ଚେଷ୍ଠା କରିଥିଲେ । ୨-୩ ଦିନ ପୂର୍ବେ ଜଣେ ଅଜଣା ବ୍ୟକ୍ତି ଶାହରୁଖଙ୍କ ମନ୍ନତ ବଙ୍ଗଳାରେ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ। କାନ୍ଥ ଚଢ଼ିବାରେ ସଫଳ ହୋଇଥିଲେ ହେଲେ ଘର ବାହାରେ ଲାଗିଥିବା ଜାଲ ଯୋଗୁଁ ବଙ୍ଗଳା ଭିତରକୁ ପ୍ରବେଶ କରିପାରି ନଥିଲେ । ତେବେ ଶାହରୁଖଙ୍କ ଘରେ ପ୍ରବେଶ କରିବାର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।
ସେହିପରି, ପୋଲିସ ସନ୍ଦେହ କରୁଛି ଯେ ସୈଫ ଅଲ୍ଲି ଖାନଙ୍କ ଉପରେ ଆକ୍ରମଣ କରିଥିବା ବ୍ୟକ୍ତି ଏବଂ ଶାହରୁଖ ଖାନଙ୍କ ଘରେ ପ୍ରବେଶ କରିଥିବା ବ୍ୟକ୍ତି ସମାନ ହୋଇପାରନ୍ତି। ବର୍ତ୍ତମାନ ପୋଲିସ ଏହି ଦୃଷ୍ଟିକୋଣରୁ ମଧ୍ୟ ତଦନ୍ତ କରୁଛି। ଅଭିଯୁକ୍ତକୁ ଗିରଫ କରିବା ପାଇଁ ୨୦ଟି ପୋଲିସ ଟିମ୍ ଗଠନ କରାଯାଇଛି । ଏହାରି ମଧ୍ୟରେ ପୋଲିସ ଜଣେ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଗିରଫ କରିଛି। ବର୍ତ୍ତମାନ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ବାନ୍ଦ୍ରା ପୋଲିସ ଷ୍ଟେସନରେ ପଚରାଉଚରା କରାଯାଉଛି।












Click it and Unblock the Notifications