ଜେଲରୁ ଜ୍ୟାକନିଲନଙ୍କ ପାଇଁ ଚିଠି ! ଅଭିନେତ୍ରୀଙ୍କୁ କ୍ଲିନଚିଟ୍ ଦେଲେ ମହାଠକ ସୁକେଶ
ଜେଲରୁ ଜ୍ୟାକନିଲନଙ୍କ ପାଇଁ ଚିଠି ! ଅଭିନେତ୍ରୀଙ୍କୁ କ୍ଲିନଚିଟ୍ ଦେଲେ ମହାଠକ ସୁକେଶ
ମୁମ୍ବାଇ: ୨୦୦ କୋଟି ଟଙ୍କା ହେରଫେର ମାମଲାରେ ଜ୍ୟାକଲିନଙ୍କୁ କ୍ଲିନଚିଟ୍ ଦେଲେ ମହାଠକ ସୁକେଶ । ଏହି ମାମଲାରେ ଅଭିନେତ୍ରୀଙ୍କର କୌଣସି ଭୂମିକା ନାହିଁ ବୋଲି ସେ ନିଜ ଓକିଲଙ୍କୁ ଚିଠି ମାଧ୍ୟମରେ ସୂଚନା ଦେଇଛନ୍ତି । ଏହା ଏକ ରାଜନୈତିକ ଷଡ଼ଯନ୍ତ୍ର ବୋଲି ମଧ୍ୟ ସେ କହିଛନ୍ତି । ୨୦୦ କୋଟି ଟଙ୍କା ହେରଫେର ମାମଲାରେ ଗିରଫ ପରେ ଏବେ ଦିଲ୍ଲୀର ମଣ୍ତୋଲୀ ଜେଲରେ ଅଛନ୍ତି ମହାଠକ ସୁକେଶ । ଏହି ମାମଲାରେ ସୁକେଶଙ୍କ ସହ ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ନା'କୁ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି । ଏପରିକି ଜ୍ୟାକଲିନ୍ ଏହି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇସାରିଛନ୍ତି । ଯାହା ପରେ କୋର୍ଟ ପକ୍ଷରୁ ତାଙ୍କୁ ନୋଟିସ ଜାରି କରାଯାଇଥିଲା । ତାଙ୍କ ବିରୋଧରେ ଇଡି ପାଖରେ ଅନେକ ପ୍ରମାଣ ମଧ୍ୟ ରହିଛି ।

ସୂଚନା ଅନୁସାରେ, ଦିଲ୍ଲୀର ମଣ୍ଡୋଲି ଜେଲ୍ରୁ ନିଜ ଓକିଲଙ୍କୁ ଏକ ଚିଠି ଲେଖିଛନ୍ତି ସୁକେଶ । ଯେଉଁଥିରେ ସେ ଜ୍ୟାକ୍ଲିନ୍ଙ୍କୁ ନେଇ ଏକ ବଡ ଖୁଲାସା କରିଛନ୍ତି । ସେ କହିଛନ୍ତି ଯେ' ଏହି ମାମଲାରେ ଜ୍ୟାକ୍ଲିନ୍ଙ୍କ କୌଣସି ଭୂମିକା ନାହିଁ, ସେ ଜ୍ୟାକିଲନ୍ଙ୍କ ସହ ସମ୍ପର୍କରେ ଥିବା ବେଳେ ତାଙ୍କୁ ଦାମୀ ଗିଫ୍ଟ ଓ କାର୍ ଉପହାର ଦେଇଥିଲେ ।ପିଏମ୍ଏଲ୍ଏ ମାମଲାରେ ଜ୍ୟାକ୍ଲିନ୍ଙ୍କୁ ଅଭିଯୁକ୍ତ ଭାବେ ଦର୍ଶାଯିବା ବେଶ୍ ର୍ଦୁଭାଗ୍ୟଜନକ। ଜ୍ୟାକଲିନ୍ କବେଳ ମୋତେ ଭଲ ପାଉଥିଲେ। କେବେ କିଛି ମୋତେ ମାଗିନାହାନ୍ତି । ଜ୍ୟାକଲିନ୍ ଏବଂ ତାଙ୍କ ପରିବାର ପାଇଁ ଖର୍ଚ୍ଚ ହୋଇଥିବା ପ୍ରତ୍ୟେକ ଟଙ୍କା ଆଇନଗତ ଭାବରେ ଅର୍ଜନ କରାଯାଇଥିଲା ଯାହା ଖୁବ ଶୀଘ୍ର କୋର୍ଟରେ ପ୍ରମାଣିତ ହେବ। ଏହି ମାମଲାରେ ବାରମ୍ବାର ଜ୍ୟାକ୍ଲିନ୍ ଓ ତାଙ୍କ ପରିବାରକୁ ଟାଣିବା ଉଚିତ୍ ନୁହେଁ । ଏଥିରେ ସେମାନଙ୍କର କୌଣସି ଭୁଲ୍ ନାହିଁ । ଏଥିସହ ସୁକେଶ ନିଜ ବିରୋଧରେ ଚାଲିଥିବା ଠକେଇ ମାମଲାକୁ ରାଜନୈତିକ ଷଡ଼ଯନ୍ତ୍ର ବୋଲି କହିଛନ୍ତି ଏହା ସହ ସେ ସୂଚନା ଦେଇଛନ୍ତି ଯେ ରାନ୍ବାକ୍ସିର ପୂର୍ବତନ ମାଲିକଙ୍କୁ ମୁକ୍ତି କରିବା ପାଇଁ ତାଙ୍କୁ ୨୦୦ କୋଟି ଟଙ୍କା ଦିଆଯାଇଥିଲା ।
ତେବେ ଏହି ମାମଲାରେ ଅଗଷ୍ଟ ୧୭ରେ ଇଡି ତରଫରୁ ପଟିଆଲା କୋର୍ଟରେ ଏକ ଚାର୍ଜସିଟ୍ ଦାଖଲ କରାଯାଇଥିଲା । ଯେଉଁଥିରେ ଜ୍ୟାକଲିନ୍ ୨୦୦ କୋଟି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଜ୍ୟାକ୍ଲିନ୍ଙ୍କୁ ବେଆଇନ୍ ଭାବେ ୭ କୋଟି ଟଙ୍କାର ଅଳଙ୍କାର ଉପହାର ଦେବା ସହ ଅଭିନେତ୍ରୀ ଏବଂ ତାଙ୍କ ପରିବାର ଲୋକଙ୍କୁ ସେ ବିଳାଶପୂର୍ଣ୍ଣ କାର, ଦାମୀ ବ୍ୟାଗ୍, ଡ୍ରେସ୍, ଜୋତା ଏବଂ ଦାମୀ ଘଣ୍ଟା ମଧ୍ୟ ଉପହାର ସ୍ୱରୂପ ଦେଇଥିବା ନେଇ ସ୍ପଷ୍ଟ ହୋଇଥିଲା । ଏପରିକି ଜ୍ୟାକଲିନ୍ ସୁକେଶଙ୍କ ସହ ଥିବା ନିଜ ସମ୍ପର୍କକୁ ମଧ୍ୟ ସ୍ୱୀକାର କରିଥିଲେ।
-
ବ୍ରିଟେନକୁ ସିଧାସଳଖ ଚେତାବନୀ ଦେଲା ଇରାନ, କହିଲା ଆମେରିକାକୁ ସାହାଯ୍ୟ କରିବା ପଡ଼ିବ ମହଙ୍ଗା -
ମାର୍ଚ୍ଚ ଶେଷ ସପ୍ତାହରେ ପ୍ରଳୟ କରିବ କାଳବୈଶାଖୀ -
ଘରୋଇ ବସ୍ରେ ଅଗ୍ନିକାଣ୍ଡ, ବିଧାୟକ ମଙ୍ଗୁ ଖିଲଙ୍କ ସମେତ ସମସ୍ତ ଯାତ୍ରୀ ସୁରକ୍ଷିତ ଉଦ୍ଧାର -
ନାଟୋ'କୁ ଭୀରୁ କହି ବର୍ଷିଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍ -
ଓଡ଼ିଆ ଖାଦ୍ୟ ପଖାଳକୁ ମିଳିଲା ଅନ୍ତର୍ଜାତୀୟ ପରିଚୟ -
Zomatoରୁ ଖାଇବା ଅର୍ଡର କରିବା ହେଲା ମହଙ୍ଗା, ବଢ଼ିଲା ପ୍ଲାଟଫର୍ମ ଫିସ୍ -
ଆଜି ପବିତ୍ର ଇଦ୍-ଉଲ୍-ଫିତର୍, ଆଲିଙ୍ଗନ କରି ଜଣାଉଛନ୍ତି ଶୁଭେଚ୍ଛା





Click it and Unblock the Notifications