ଶାହାରୁଖ ଖାନଙ୍କ ପାଇଁ ୯୫ ଦିନର ଅପେକ୍ଷା , କିଙ୍ଗ୍ ଖାନ କଲେ ଆଶା ପୂରଣ

Shah Rukh Khan News: ବଲିଉଡର କିଙ୍ଗ ଖାନ ଅର୍ଥାତ୍ ଶାହାରୁଖ ଖାନଙ୍କ ଦେଶ ତଥା ବିଶ୍ୱରେ କୋଟି କୋଟି ପ୍ରଶଂସକ ଅଛନ୍ତି, ଯେଉଁମାନେ ଅଭିନେତାଙ୍କ ଗୋଟିଏ ଝଲକ ଦେଖିବା କଠିନ୍ ପରିଶ୍ରମ କରିଥାନ୍ତି । 2 ନଭେମ୍ବରରେ ସୁପରଷ୍ଟାର ତାଙ୍କର 59 ତମ ଜନ୍ମଦିନ ପାଳନ କରିଛନ୍ତି । ହେଲେ ସୁରକ୍ଷା ଦୃଷ୍ଟିରୁ ଶାହାରୁଖ ଖାନ ମୁମ୍ବାଇର ତାଙ୍କ ବଙ୍ଗଳା ମନ୍ନତ ବାହାରେ ଏଥର ଫ୍ୟାନ୍ସଙ୍କୁ ଭେଟିବା ପାଇଁ ଆସି ନଥିଲେ । ହେଲେ କିଙ୍ଗ୍ ଖାନ ନିଜର ଜଣେ ଖାସ୍ ପ୍ରଶଂସକଙ୍କୁ ନିରାଶ କରି ନାହାଁନ୍ତି ।

Shah Rukh Khan

ଶେଖ ମହମ୍ମଦ ଅନସାରୀ ନାମକ ଜଣେ ପ୍ରଶଂସକ ଝାଡଖଣ୍ଡର ବାସିନ୍ଦା । ସେ ଶାହାରୁଖ ଖାନଙ୍କ ଘର ମନ୍ନତ ବାହାରେ 95 ଦିନରୁ ଅଧିକ ସମୟ ଧରି ଅଭିନେତାଙ୍କୁ ଭେଟିବାକୁ ଅପେକ୍ଷା କରିଥିଲେ । ତାଙ୍କ ଜନ୍ମଦିନରେ ଶାହାରୁଖ ଖାନ ତାଙ୍କର ଏହି ପ୍ରଶଂସକଙ୍କୁ ଭେଟି ତାଙ୍କର ଇଚ୍ଛା ପୂରଣ କରିଥିଲେ। ଏବେ ତାଙ୍କ ଜାବରା ପ୍ରଶଂସକଙ୍କ ସହ କିଙ୍ଗ ଖାନଙ୍କ ସାକ୍ଷାତର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ବାସ୍ତବରେ ଶାହାରୁଖ ଖାନଙ୍କ ପ୍ରଶଂସକ କ୍ଲବ ଏହି ଫଟୋ ସେୟାର କରିଛନ୍ତି।

ଇନଷ୍ଟାଣ୍ଟ ବଲିଉଡ ସହିତ ଏକ ସାକ୍ଷାତକାରରେ କିଙ୍ଗ୍ ଖାନଙ୍କ ଏହି ଫ୍ୟାନ୍ସ କହିଥିଲେ, 'ଶାହାରୁଖ ମୋର ପ୍ରିୟ ହିରୋ। ମୁଁ ତାଙ୍କର ସବୁଠାରୁ ବଡ ପ୍ରଶଂସକ। ମୁଁ ତାଙ୍କୁ ଭେଟିବାକୁ ଚାହୁଁଥିଲି। ତାଙ୍କୁ ଭେଟିବା ହେଉଛି ମୋର ସବୁଠାରୁ ବଡ ବିଜୟ।" ଖୁବ ଶୀଘ୍ର ଅଭିନେତା 'କିଙ୍ଗ'ରେ ନଜର ଆସିବେ । ଏହି ଚଳଚ୍ଚିତ୍ରରେ କିଙ୍ଗ ଖାନ ପ୍ରଥମ ଥର ପାଇଁ ତାଙ୍କ ଝିଅ ସୁହାନା ଖାନଙ୍କ ସହ ସ୍କ୍ରିନ୍ ସେୟାର କରିବେ । ସେହିପରି ଏହି ଫିଲ୍ମରେ ଅଭିଷେକ ବଚ୍ଚନ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ।

ତେବେ ନିକଟର ଆଉ ଏକ କାରଣକୁ ନେଇ ମଧ୍ୟ ଶାହାରୁଖ ଖାନ ଚର୍ଚ୍ଚାରେ ରହିଥିଲେ । କାରଣ ନିଜ ଜନ୍ମଦିନ ଅବସରରେ କିଙ୍ଗ୍ ଖାନ ସ୍ମୋକିଙ୍ଗ୍ ଛାଡିବା ପାଇଁ ଘୋଷଣା କରିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+