ହୋଲି ପୂର୍ବରୁ ଗୁରୁତର ଆହତ ହେଲେ ଏହି ବଲିଉଡ ଅଭିନେତ୍ରୀ
Bhagyashree Injury: ହୋଲି ପୂର୍ବରୁ ଅଭିନେତ୍ରୀ ଭାଗ୍ୟଶ୍ରୀଙ୍କ ସହିତ ଏକ ବଡ଼ ଦୁର୍ଘଟଣା ଘଟିଛି। ଏକ ଖେଳ ସମୟରେ ଅଭିନେତ୍ରୀ ଜଣକ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଆହତ ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି, ଯେଉଁଠି ତାଙ୍କର ଅସ୍ତ୍ରୋପଚାର କରାଯାଇଥିଲା। ହସ୍ପିଟାଲରୁ ଅଭିନେତ୍ରୀଙ୍କ କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।
ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଫଟୋରେ ଅଭିନେତ୍ରୀ ଜଣକ ହସ୍ପିଟାଲ ବେଡରେ ଶୋଇଛନ୍ତି ଏବଂ ତାଙ୍କ ମୁଣ୍ତରେ ଗୁରୁତର ଆଘାତ ଲାଗିଥିବାର ଦେଖିବା ପାଇଁ ମିଳୁଛି । ସୂଚନା ଅନୁସାରେ, ପିକଲ୍ ବଲ୍ ଖେଳୁଥିବା ସମୟରେ ଦୁର୍ଘଟଣାର ଶିକାର ହୋଇଥିଲେ ଅଭିନେତ୍ରୀ । ତାଙ୍କ କପାଳରେ ଗଭୀର ଆଘାତ ଲାଗିଛି । ଅଭିନେତ୍ରୀଙ୍କର ଅସ୍ତ୍ରୋପଚାର ହୋଇଥିଲା ଏବଂ ତାଙ୍କର ୧୩ଟି ଷ୍ଟିଚ୍ ପଡ଼ିଛି । ଅଭିନେତ୍ରୀ ଭାଗ୍ୟଶ୍ରୀଙ୍କ ଅବସ୍ଥା ବର୍ତ୍ତମାନ ସ୍ଥିର ରହିଥିବା ନେଇ ସୂଚନା ରହିଛି ।













Click it and Unblock the Notifications