68ତମ ଜାତୀୟ ଚଳଚ୍ଚିତ୍ର ଆୱାର୍ଡ : ଶ୍ରେଷ୍ଠ ଅଭିନେତା ହେଲେ ଅଜୟ ଦେବଗନ୍ ଏବଂ ସୁରିଆ
ଆଜି 68ତମ ଜାତୀୟ ଚଳଚ୍ଚିତ୍ର ଆୱାର୍ଡ ଅନୁଷ୍ଠିତ। ଶ୍ରେଷ୍ଠ ଅଭିନେତା ହେଲେ ଅଜୟ ଦେବଗନ୍ ଏବଂ ସୁରିଆ।
ମୁମ୍ବାଇ: ଆଜି 68 ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବିଜେତାଙ୍କ ଘୋଷଣା ଆଜି କରାଯାଇଛି । ନୂଆଦିଲ୍ଲୀରେ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ବିଜେତାଙ୍କ ତାଲିକା ଘୋଷଣା କରାଯାଇଛି । ବେଷ୍ଟ ଫିଚର ଫିଲ୍ମର ଆଓ୍ବାର୍ଡ ସୁରାରାଇ (ତାମିଲ) କୁ ମିଳିଛି । ଶ୍ରେଷ୍ଠ ଅଭିନେତା ପୁରସ୍କାର 'ସୋରାରାଇ ପୋଟରୁ' ପାଇଁ ସୁରିଆ ଏବଂ ତାନହାଜୀ: ଦି ଅନସଙ୍ଗ ୱାରିଅର ପାଇଁ ଅଜୟ ଦେବଗନଙ୍କୁ ପ୍ରଦାନ କରାଯାଇଛି । ଶ୍ରେଷ୍ଠ ଅଭିନେତ୍ରୀ ହେଲେ ସୋରାରାଇ ପୋଟରୁର ଅପର୍ନା ବାଲାମୁରଲୀ ।
ବିଜୁ ମେନନଙ୍କୁ ଏକ ସହାୟକ ଭୂମିକାରେ ଶ୍ରେଷ୍ଠ ଅଭିନେତା ପୁରସ୍କାର ମିଳିଛି ।

ସହାୟକ ଭୂମିକାରେ ଶ୍ରେଷ୍ଠ ଅଭିନେତ୍ରୀ ଭାବରେ ଲକ୍ଷ୍ମୀ ପ୍ରିୟା ଚନ୍ଦ୍ରମୌଲିଙ୍କୁ ପୁରସ୍କୃତ ହୋଇଛନ୍ତି । ମୋଷ୍ଟ ଫ୍ରେଣ୍ଡଲି ରାଜ୍ୟ ପାଇଁ ମଧ୍ୟପ୍ରଦେଶକୁ ପୁରସ୍କୃତ କରାଯାଇଛି। ଏଥର ଶ୍ରେଷ୍ଠ ସମାଲୋଚକ ପୁରସ୍କାର କାହାକୁ ଦିଆଯାଇ ନାହିଁ। ସିନେମାର ଶ୍ରେଷ୍ଠ ପୁସ୍ତକ ପାଇଁ 'ଦ ଲୋଗେଷ୍ଟ କିସ୍' ପୁରସ୍କାର ପାଇଛି। ଏହି ପୁସ୍ତକର ଲେଖକ କିଶୋର ଦେଶାଇ । ନନ୍ ଫିଚର ଫିଲ୍ମରେ ବେଷ୍ଟ ମ୍ୟୁଜିକ ଡାଇରେକ୍ସନ ଆଓ୍ବାର୍ଡ ହିନ୍ଦୀରେ ବିଶାଲ ଭରଦ୍ୱାଜଙ୍କୁ ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶନା ପାଇଁ ପୁରସ୍କାର ଦିଆଯାଇଛି।
'ଆଡମିଟ୍'କୁ ହିନ୍ଦୀ ଏବଂ ଇଂରାଜୀରେ ସ୍ୱତନ୍ତ୍ର ଜୁରି ପୁରସ୍କାର ପାଇଛି । ଏହାର ନିର୍ଦ୍ଦେଶକ ହେଉଛନ୍ତି ଓଜସ୍ୱୀ ଶର୍ମା। ଶ୍ରେଷ୍ଠ ଅନୁସନ୍ଧାନ ଚଳଚ୍ଚିତ୍ର ପାଇଁ ପୁରସ୍କାର 'ଦି ସାଭିଅର: ବ୍ରିଗେଡିଅର ପ୍ରୀତମ ସିଂ' ପଞ୍ଜାବୀକୁ ମିଳିଛି। ଏହାର ନିର୍ଦ୍ଦେଶକ ଡ. ପରମଜିତ ସିଂ କାଟୁ। ଶ୍ରେଷ୍ଠ ସମ୍ପାଦନା ପାଇଁ 'ବର୍ଡର ଲ୍ୟାଣ୍ଡ' ପୁରସ୍କାର ଗ୍ରହଣ କରିଛି । ଶ୍ରେଷ୍ଠ ଅଡିଓଗ୍ରାଫି ପୁରସ୍କାର 'ପର୍ଲ ଅଫ୍ ଦି ଡିଜର୍ଟ ' ରାଜସ୍ଥାନୀକୁ ମିଳିଛି। ଶ୍ରେଷ୍ଠ ନିର୍ଦ୍ଦେଶନା ପୁରସ୍କାର ଓହ ଡେଟ୍ସ ଭାନୁ (ଇଂରାଜୀ, ତାମିଲ, ମାଲାୟାଲମ୍ ଏବଂ ହିନ୍ଦୀ) କୁ ମିଳିଛି ।
ବେଷ୍ଟ ଫିଲ୍ମ ଅନ୍ ଫ୍ୟାମିଲି ଭ୍ୟାଲୁଜ୍ ପାଇଁ ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର 'କୁମକୁମାରଚାନ୍' ମରାଠୀକୁ ମିଳିଛି। କାଚିଚିନାଥୁ କୁ ବେଷ୍ଟ ସଟ୍ ଫିକ୍ସନ ଚଳଚ୍ଚିତ୍ର ଭାବରେ ସମ୍ମାନିତ କରାଯାଇଛି । ଶ୍ରେଷ୍ଠ ହିନ୍ଦୀ ଚଳଚ୍ଚିତ୍ର 'ତୁଳସିଦାସ ଜୁନିଅର'କୁ ଚୟନ କରାଯାଇଛି। ଶ୍ରେଷ୍ଠ ଗୀତ ପାଇଁ ପୁରସ୍କାର 'ସାଇନା' (ହିନ୍ଦୀ) କୁ ଯାଇଛି । ଶ୍ରେଷ୍ଠ ହରିୟାଣୀ ଚଳଚ୍ଚିତ୍ର 'ଦାଦା ଲକ୍ଷ୍ମୀ' ଚୟନ କରାଯାଇଛି।
-
ବର୍ଷା ପାଇଁ ୪ ଜିଲ୍ଲାକୁ ଆଲର୍ଟ ଜାରି, ଆସନ୍ତା ୨୪ ଘଣ୍ଟାରେ... -
ଯୁଦ୍ଧ ଭିତରେ ଇରାନ ସହ କଥା ହେଲା ଭାରତ, ଜାଣନ୍ତୁ କଣ ହେଲା ଆଲୋଚନା -
ଇରାନ ପାଇଁ ଆମେରିକା ଋଷ ମୁହାଁମୁହିଁ , ଋଷକୁ ବଡ ଚେତାବନୀ ଦେଲେ ଆମେରିକା -
ପଶ୍ଚିମ ଏସିଆ ଅସ୍ଥିରତା ମଧ୍ୟରେ ସରକାର ରାଜ୍ୟଗୁଡ଼ିକୁ ଦିଆଯାଇଛି 40,000 କିଲୋଲିଟର ଅତିରିକ୍ତ କିରୋସିନି -
ରାଷ୍ଟ୍ରପତିଙ୍କୁ ଅପମାନ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ମୋହନ ମାଝୀଙ୍କ ଚିଠି -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
ବୋମାମାଡ଼ରେ ଥରୁଛି ମଧ୍ୟପ୍ରାଚ୍ୟ, ଇରାନର ୧୬ ଯୁଦ୍ଧ ଜାହାଜ ଧ୍ବଂସ କଲା ଆମେରିକା -
ସଞ୍ଜୁ ସାମସନ ହୋଇପାରନ୍ତି ପରବର୍ତ୍ତୀ ଟି୨୦ ଅଧିନାୟକ -
ଦିଲ୍ଲୀ ଏମ୍ସରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅସ୍ତ୍ରୋପଚାର ସଫଳ, ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଏମ୍ସ ପକ୍ଷରୁ ସୂଚନା -
ରାଜ୍ୟର ଏହି ୪ ଜିଲ୍ଲାରେ ଖୋଲିବ ଚାଉଳ ATM, ସୂଚନା ଦେଲେ ମନ୍ତ୍ରୀ -
ଓଡ଼ିଶା ବାସୀଙ୍କ ଭାରି ପ୍ରିୟ ମାଂସ, ଗୃହରେ ସୂଚନା ଦେଲେ ମନ୍ତ୍ରୀ -
ଇରାନକୁ ଗୋଟିଏ ଘଣ୍ଟା ମଧ୍ୟରେ ଧ୍ୱଂସ କରିଦେବୁ... ଡୋନାଲ୍ଡ ଟ୍ରମ୍ପ !












Click it and Unblock the Notifications