୪୮ ବର୍ଷ ବୟସରେ ବିବାହ କରିବେ ଅଭିନେତ୍ରୀ ସୁସ୍ମିତା ସେନ୍ !

Sushmita Sen Wedding Plans: ବଲିଉଡ ଅଭିନେତ୍ରୀ ସୁସ୍ମିତା ସେନ୍ ନିଜ ବୃତ୍ତିଗତ ଜୀବନ ଅପେକ୍ଷା ବୃତ୍ତିଗତ ଜୀବନକୁ ନେଇ ଚର୍ଚ୍ଚା ରହିଥାନ୍ତି । ବର୍ତ୍ତମାନ ଅଭିନେତ୍ରୀଙ୍କ ପ୍ରେମିକ ରୋହମାନ ତାଙ୍କ ଜୀବନକୁ ପୁଣି ଫେରି ଆସିଛନ୍ତି । ସେମାନଙ୍କ ସମ୍ପର୍କକୁ ନେଇ ଅନେତ ଚର୍ଚ୍ଚା ଲାଗି ରହିଥାଏ, ଏପରିକି ଉଭୟଙ୍କୁ ଅନେକ ଥର ଏକାଠି ସ୍ପଟ୍ ମଧ୍ୟ କରାଯାଇଥାଏ । ବର୍ତ୍ତମାନ ଅଭିନେତ୍ରୀ ସୁସ୍ମିତା ସେନ୍ ନିଜ ବିବାହକୁ ନେଇ ଖୋଲାଖୋଲି ଆଲୋଚନା କରିଛନ୍ତି ।


ନିକଟରେ ଏକ ସାକ୍ଷାତକାର ସମୟରେ ସୁସ୍ମିତା ସେନ୍ ତାଙ୍କ ବିବାହ ପ୍ଲାନିଂ ବିଷୟରେ ଆଲୋଚନା କରିଥିଲେ । ଏପରିକି ନିଜ ପୂର୍ବ ପ୍ରେମିକ, ବନ୍ଧୁତାକୁ ନେଇ ଅନେକ ରୋମାଞ୍ଚକ ସିକ୍ରେଟ୍ ସେ ସୟାର କରିଥିଲେ । ହିନ୍ଦୁସ୍ତାନ ଟାଇମ୍ସ ସହିତ ଆଲୋଚନା କରିବା ସମୟରେ ଅଭିନେତ୍ରୀ କହିଥିଲେ, ନିକ ଏକ୍ସ ବୟଫ୍ରେଣ୍ତ ସହ ବନ୍ଧୁତା କରିହେବ, ହେଲା ଏହା ଟିକେ ଦ୍ୱନ୍ଦରେ ପକାଇଥାଏ । ଏପରି ଅନେକ ଲୋକ ଅଛନ୍ତି ଯେଉଁମାନେ ନିଜ ଏକ୍ସ ସହ ବନ୍ଧୁତା ତ ରଖନ୍ତି ହେଲେ ଏହାର ସୀମା ବଜାୟ ରଖିବା ଭୁଲି ଯାଆନ୍ତି ।

ସୁସ୍ମିତା ସେନ୍ ଆହୁରି କହିଛନ୍ତି ଯେ, ନିଜ ଏକ୍ସ ବା ପୂର୍ବ ପ୍ରେମକି ସହ ବନ୍ଧୁତା ରଖିବା ସହଜ, ମୁଁ ମୋ ଜୀବନରେ ଏହା କରିଛି ଏବଂ ମୁଁ ନିଜକୁ ଏଥିପାଇଁ ଧନ୍ୟମନେ କରେ । ବ୍ରକଅପକୁ ନେଇ ଅଭିନେତ୍ରୀ କହିଛନ୍ତି,
ମୋ ଜୀବନ ନିଶ୍ଚିତ ଭାବରେ ଏକ ଖୋଲା ପୁସ୍ତକ, କାରଣ ମୁଁ ଏହାକୁ ଅତି ସଚ୍ଚୋଟତା ଏବଂ ବେଳେବେଳେ ନିର୍ଭୟରେ ବଞ୍ଚିଛିଥାଏ । ଯଦି ତୁମ ସହ କେହି ବିଶ୍ୱାସଘାତକତା କରେ ବା ଦୋଷ ଦିଏ ତେବେ ଏଥିରେ ଧ୍ୟାନ ନ ଦେଇ ଜୀବନରେ ଆଗକୁ ବଢିବା ଉଚିତ୍ ।

Sushmita Sen

ସୁସ୍ମିତା ସେନ୍ ତାଙ୍କ ବିବାହ ଯୋଜନା ବିଷୟରେ ଖୋଲାଖୋଲି ଭାବରେ କହିଥିଲେ, 'ଯଦି ମୁଁ ଜଣେ ବ୍ୟକ୍ତିଙ୍କୁ ମୋ ଅନୁସାରେ ଭଲ ମନେ କରେ, ତାଙ୍କଠାରୁ ସମସ୍ତ ଗୁଣ ପାଇଥାଏ, ତେବେ ମୁଁ ନିଶ୍ଚିତ ବିବାହ କରିବି। କିନ୍ତୁ ଏହାର ପ୍ରକୃତ ସମୟ ବିଷୟରେ ମୁଁ କହିପାରିବି ନାହିଁ । ତେବେ ସୁସ୍ମିତା ସେନଙ୍କ ଏହି କଥା ଶୁଣିବା ପରେ ସମସ୍ତ ଅନୁମାନ କରୁଛନ୍ତି ଯେ, ସେ ବୟଫ୍ରେଣ୍ତ ରୋହମାନଙ୍କୁ ବିବାହ କରିପାରନ୍ତି ।

ଲଲିତ ମୋଦୀ, ରଣଦୀପ ହୁଡା ଏବଂ ବିକ୍ରମ ଭଟ୍ଟଙ୍କ ଅଭିନେତ୍ରୀଙ୍କ ନାଁ'କୁ ଚର୍ଚ୍ଚା ତ ହୋଇଥିଲା ହେଲେ ସମ୍ପର୍କକୁ ସଫଳତା ମିଳିପାରି ନଥିଲା । ରୋହମାନ ତାଙ୍କ ଜୀବନରେ ଆସିଥିଲେ ହେଲେ ୨୦୨୧ରେ ଉଭୟଙ୍କର ବ୍ରେକ ଅପ୍ ହୋଇଥିଲା ସହ ହେଲେ ପୁଣି ଏହି ଯୋଡିକୁ ଅନେକ ସ୍ଥାନରେ ଏକାଠି ଦେଖିବା ପାଇଁ ମିଳୁଛି । ଏପର୍ଯ୍ୟନ୍ତ ଏହି ସମ୍ପର୍କ ବିଷୟରେ ଅଭିନେତ୍ରୀଙ୍କଠାରୁ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+