Cannes Film Festivalରେ ଏହି ଚାରୋଟି ଭାରତୀୟ ଚଳଚ୍ଚିତ୍ରର ହେବ ସ୍କ୍ରିନିଂ
Cannes Film Festival 2023: ମନୋରଞ୍ଜନ ଜଗତର ସବୁଠୁ ବଡ଼ ଇଭେଣ୍ଟ 'Cannes Film Festival' ମେ 16 ରୁ ଆରମ୍ଭ ହୋଇଛି ଯାହା ମେ' 27 ପର୍ଯ୍ୟନ୍ତ ଚାଲିବ । ଏହି ଫେସଟିଭାଲରେ ଯୋଗ ଦେବେ ଅନେକ ବଲିଉଡ ଅଭିନେତ୍ରୀ ।
ଏଥର କାନ୍ସ ଫିଲ୍ମ ଫେଷ୍ଟିଭାଲ 2023 ଫ୍ରାନ୍ସର ଫ୍ରେଞ୍ଚ୍ ରିଭିରାରେ ଆୟୋଜିତ ହୋଇଛି । ଏଥର ରେଡ୍ କାର୍ପେଟରେ ନିଜର ଜଲୱା ଦେଖାଇବେ ସାରା ଅଲି ଖାନ, ଅନୁଷ୍କା ଶର୍ମା ଏବଂ ମାନୁଶି ଚିଲରଙ୍କ ପରି ଅଭିନେତ୍ରୀ । ଏହା ସହିତ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଦୁନିଆର ଅନେକ ଚଳଚ୍ଚିତ୍ରର ସ୍କ୍ରିନିଂ କରାଯିବ । ଯେଉଁଥିରେ ୪ଟି ଭାରତୀୟ ଚଳଚ୍ଚିତ୍ର ପ୍ରଦର୍ଶିତ ହେବ ।

ସୂଚନା ଅନୁସାରେ, କାନୁ ବେହେଲଙ୍କ 'ଆଗ୍ରା', ଅନୁରାଗ କଶ୍ୟପଙ୍କ କେନେଡି ଏବଂ ନେହେମିଚ୍ ଫେଷ୍ଟିଭାଲ୍ କାନ୍ସର ଡିରେକ୍ଟର୍ସ ଫୋର୍ଟନାଇଟ୍, ମିଡନାଇ ସ୍କ୍ରିନିଂ ଏବଂ ଲା ସିନେଫ୍ ବିଭାଗରେ ପ୍ରଦର୍ଶିତ ହେବ । ପୁନଃନିର୍ମିତ ମଣିପୁରୀ ଫିଲ୍ମ ଇଶାନହୋ ମଧ୍ୟ କ୍ଲାସିକାଲ୍ ବିଭଗରେ ସ୍ଥାନ ପାଇଛି । ଏଥିସହ ମାର୍ଚେ ଡୁ ଫିଲ୍ମରେ ଅନେକ ଭାରତୀୟ ଚଳଚ୍ଚିତ୍ର ମଧ୍ୟ ପ୍ରଦର୍ଶିତ ହେବା ନେଇ ସୂଚନା ରହିଛି ।

ସେହିପରି ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା, ଅଭିନେତ୍ରୀ ସାରା ଅଲିଖାନ, ପୂର୍ବତନ ମିସ୍ ୱାର୍ଲ୍ଡ ମାନୁଷି ଚିଲର, ଅଭିନେତ୍ରୀ ଇଶା ଗୁପ୍ତା ଏବଂ କଙ୍ଗବାମ୍ ଟୋମ୍ବା 76 ତମ କାନ୍ସ ଫିଲ୍ମ ଫେଷ୍ଟିଭାଲର ରେଡ କାର୍ପେଟରେ ଡେବ୍ୟୁ କରିବେ। ଏହି ସମସ୍ତ ତାରକା ଏହି ସ୍ୱତନ୍ତ୍ର ଚଳଚ୍ଚିତ୍ର ମହୋତ୍ସବରେ ଯୋଗ ଦେବା ପାଇଁ ମୁମ୍ବାଇରୁ ବିଦାୟ ନେଇସାରିଛନ୍ତି ।

କାନ୍ସ 2023 ନାହାଲାଣ୍ତରକୁ ପ୍ରତିନିଧିତ୍ୱ କରିବେ ଆଣ୍ତ୍ରେଆ କେଭିଚୁସା, ଯିଏ ଅଭିନେତା ଆୟୁଷ୍ମାନ ଖୁରାନାଙ୍କ ଫିଲ୍ମ
'ଅନେକ'ରେ ବଲିଉଡ ଡେବ୍ୟୁ କରିଥିଲେ । ବଲିଉଡ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ମଧ୍ୟ ଏହି ଇଭେଣ୍ଟରେ ଉପସ୍ଥିତ ରହିବେ । ଖାସ କଥା ହେଲା ଯେ ଚଳିତ ବର୍ଷ ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ତଥା କଣ୍ଟେଣ୍ଟ କ୍ରିଏଟର ଡଲି ସିଂ ମଧ୍ୟ କାନ୍ସରେ ଡେବ୍ୟୁ କରିବା ପାଇଁ ଯାଉଛନ୍ତି । ଏନେଇ ସେ ନିଜେ ସୋସିଆଲ ମିଡିଆରେ ଫୋଷ୍ଟ ସେୟାର କରି ସୂଚନା ଦେଇଛନ୍ତି ।












Click it and Unblock the Notifications