ମୁମ୍ୱାଇ କ୍ରୁଜ ରେଭ୍ ପାର୍ଟି: 'ରାଉରକେଲାରୁ ଯୋଗଦେବାକୁ ଯାଇଥିଲେ ୩୭ ଜଣ'

ମୁମ୍ବାଇ କ୍ରୁଜ୍ ପାର୍ଟିରେ ଯୋଗଦେବାକୁ ରାଉରକେଲାରୁ ଯାଇଥିଲେ ୩୭ ଜଣ । ଏଭଳି ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି ଗିରଫ ହୋଇଥିବା ମନୀଷ ରାଜଗରିଆଙ୍କ ବାପା । ତାଙ୍କ ପୁଅ କୌଣସି ନିଶାଦ୍ରବ୍ୟ ସେବନ କରିନି ବୋଲି ମଧ୍ୟ ସେ କହିଛନ୍ତି ।

ରାଉରକେଲା: ମୁମ୍ବାଇ କ୍ରୁଜ୍ ପାର୍ଟିରେ ଯୋଗଦେବାକୁ ରାଉରକେଲାରୁ ଯାଇଥିଲେ ୩୭ ଜଣ । ଏଭଳି ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି ଗିରଫ ହୋଇଥିବା ମନୀଷ ରାଜଗରିଆଙ୍କ ବାପା । ତାଙ୍କ ପୁଅ କୌଣସି ନିଶାଦ୍ରବ୍ୟ ସେବନ କରିନି ବୋଲି ମଧ୍ୟ ସେ କହିଛନ୍ତି ।

Mumbai Cruise Drug Case

"ମୋ ପୁଅର ପାଖରୁ କେବଳ 2.4ଗ୍ରାମ ଗଞ୍ଜେଇ ଜବତ ହୋଇଛି । କାରଣ ସେ ଗଞ୍ଜେଇ ଭର୍ତ୍ତି ସିଗାରେଟ୍କୁ ନିଜ ବ୍ୟବହାରରେ ରଖିଥିଲେ । ଏହାକୁ ବିକ୍ରୟ କରିବା ପାଇଁ ନୁହେଁ । ଯେଉଁଭଳି ଭାବରେ ଏହା ପ୍ରୋଜେକ୍ଟ କରାଯାଉଛି, ମୋ ପୁଅ ସେପରି କିଛି କରି ନାହିଁ ବୋଲି ଗିରଫ ହୋଇଥିବା ରାଉରକେଲା ଯୁବକ ମନୀଷ ରାଜଗରିଆଙ୍କ ବାପା କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ରାଉରକେଲାରୁ 37 ଜଣ ଏହି କ୍ରୁଜରେ ଥିଲେ।

ସେପଟେ ଗୁରୁବାର ମୁମ୍ବାଇର ମହାନଗର ନିଗମ ମାଜିଷ୍ଟ୍ରେଟ କୋର୍ଟ ଆରୟନ ଖାନ ଏବଂ ତାଙ୍କ ସହ ଗିରଫ ହୋଇଥିବା ଅନ୍ୟ 7 ଜଣଙ୍କୁ କ୍ରୁଜ ଡ୍ରଗ୍ସ ପାର୍ଟି ମାମଲାରେ 14 ଦିନିଆ ନ୍ୟାୟିକ ହେପାଜତକୁ ପଠାଇଛନ୍ତି। କୋର୍ଟ କହିଛନ୍ତି ଯେ, ଏହି ମାମଲା ବର୍ତ୍ତମାନ ସ୍ୱତନ୍ତ୍ର ଏନଡିପିଏସ କୋର୍ଟରେ ଶୁଣାଣି ହେବ। ଏହି ରାୟର କିଛି ସମୟ ପରେ ଆରୟନ ଖାନଙ୍କ ଓକିଲ ସତୀଶ ମନେଶିନ୍ଦେ ମଧ୍ୟବର୍ତ୍ତୀକାଳୀନ ଜାମିନ ପାଇଁ ଆବେଦନ କରିଥିଲେ, ଯାହା ଶୁକ୍ରବାର ଦିନ 11 ଟା ସମୟରେ ଶୁଣାଣି ହେବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+