For Quick Alerts
Turn On Notification  
For Daily Alerts
Oneindia App Download

ମୁମ୍ୱାଇ କ୍ରୁଜ ରେଭ୍ ପାର୍ଟି: 'ରାଉରକେଲାରୁ ଯୋଗଦେବାକୁ ଯାଇଥିଲେ ୩୭ ଜଣ'

ମୁମ୍ବାଇ କ୍ରୁଜ୍ ପାର୍ଟିରେ ଯୋଗଦେବାକୁ ରାଉରକେଲାରୁ ଯାଇଥିଲେ ୩୭ ଜଣ । ଏଭଳି ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି ଗିରଫ ହୋଇଥିବା ମନୀଷ ରାଜଗରିଆଙ୍କ ବାପା । ତାଙ୍କ ପୁଅ କୌଣସି ନିଶାଦ୍ରବ୍ୟ ସେବନ କରିନି ବୋଲି ମଧ୍ୟ ସେ କହିଛନ୍ତି ।

|

ରାଉରକେଲା: ମୁମ୍ବାଇ କ୍ରୁଜ୍ ପାର୍ଟିରେ ଯୋଗଦେବାକୁ ରାଉରକେଲାରୁ ଯାଇଥିଲେ ୩୭ ଜଣ । ଏଭଳି ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି ଗିରଫ ହୋଇଥିବା ମନୀଷ ରାଜଗରିଆଙ୍କ ବାପା । ତାଙ୍କ ପୁଅ କୌଣସି ନିଶାଦ୍ରବ୍ୟ ସେବନ କରିନି ବୋଲି ମଧ୍ୟ ସେ କହିଛନ୍ତି ।

Mumbai Cruise Drug Case

"ମୋ ପୁଅର ପାଖରୁ କେବଳ 2.4ଗ୍ରାମ ଗଞ୍ଜେଇ ଜବତ ହୋଇଛି । କାରଣ ସେ ଗଞ୍ଜେଇ ଭର୍ତ୍ତି ସିଗାରେଟ୍କୁ ନିଜ ବ୍ୟବହାରରେ ରଖିଥିଲେ । ଏହାକୁ ବିକ୍ରୟ କରିବା ପାଇଁ ନୁହେଁ । ଯେଉଁଭଳି ଭାବରେ ଏହା ପ୍ରୋଜେକ୍ଟ କରାଯାଉଛି, ମୋ ପୁଅ ସେପରି କିଛି କରି ନାହିଁ ବୋଲି ଗିରଫ ହୋଇଥିବା ରାଉରକେଲା ଯୁବକ ମନୀଷ ରାଜଗରିଆଙ୍କ ବାପା କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ରାଉରକେଲାରୁ 37 ଜଣ ଏହି କ୍ରୁଜରେ ଥିଲେ।

ସେପଟେ ଗୁରୁବାର ମୁମ୍ବାଇର ମହାନଗର ନିଗମ ମାଜିଷ୍ଟ୍ରେଟ କୋର୍ଟ ଆରୟନ ଖାନ ଏବଂ ତାଙ୍କ ସହ ଗିରଫ ହୋଇଥିବା ଅନ୍ୟ 7 ଜଣଙ୍କୁ କ୍ରୁଜ ଡ୍ରଗ୍ସ ପାର୍ଟି ମାମଲାରେ 14 ଦିନିଆ ନ୍ୟାୟିକ ହେପାଜତକୁ ପଠାଇଛନ୍ତି। କୋର୍ଟ କହିଛନ୍ତି ଯେ, ଏହି ମାମଲା ବର୍ତ୍ତମାନ ସ୍ୱତନ୍ତ୍ର ଏନଡିପିଏସ କୋର୍ଟରେ ଶୁଣାଣି ହେବ। ଏହି ରାୟର କିଛି ସମୟ ପରେ ଆରୟନ ଖାନଙ୍କ ଓକିଲ ସତୀଶ ମନେଶିନ୍ଦେ ମଧ୍ୟବର୍ତ୍ତୀକାଳୀନ ଜାମିନ ପାଇଁ ଆବେଦନ କରିଥିଲେ, ଯାହା ଶୁକ୍ରବାର ଦିନ 11 ଟା ସମୟରେ ଶୁଣାଣି ହେବ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
37 from Rourkela were on Mumbai Cruise Drug Party: Father Manish Rajgaria
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X