67th National Film Awards: ବାଜି ମାରିଲା ୩ ଓଡ଼ିଆ ଫିଲ୍ମ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ
ଆଜି ଘୋଷଣା ହୋଇଯାଇଛି ୬୭ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାରର ତାଲିକା । ଏଥିରେ ବାଜି ମାରିଛି ୩ ଓଡ଼ିଆ ଫିଲ୍ମ।
ଭୁବନେଶ୍ୱର: ଆଜି ଘୋଷଣା ହୋଇଯାଇଛି ୬୭ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାରର ତାଲିକା । ଏଥିରେ ବାଜି ମାରିଛି ୩ ଓଡ଼ିଆ ଫିଲ୍ମ। ଶଲା ବୁଢାର୍ ବଦଲା ଏବଂ କାଲିର ଅତୀତ ଯୁଗ୍ମ ଭାବେ ଶ୍ରେଷ୍ଠ ଓଡ଼ିଆ ଫିଲ୍ମ ଭାବେ ବିବେଚିତ ହୋଇଛନ୍ତି। ସେହିପରି ନନ-ଫିଚର କାଟେଗୋରୀରୁ ଓଡ଼ିଆ ଫିଲ୍ମ 'ଶ୍ରୀକ୍ଷେତ୍ରରୁ ସାହିଯାତ' ଚଳଚ୍ଚିତ୍ରକୁ ମିଳିଛି ଜାତୀୟ ପୁରସ୍କାର ସମ୍ମାନ।

ଏହି ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା 3 ଚଳଚ୍ଚିତ୍ର ନିର୍ମାତଙ୍କୁ ଶୁଭେଚ୍ଚା ଜଣାଇଛନ୍ତି । ମୁଖ୍ୟମନ୍ତରୀ ଟ୍ୱିଟ୍ କରି ଲେଖିଛନ୍ତି ଯେ ''ଚଳଚ୍ଚିତ୍ର 'କାଲିର ଅତୀତ'ର ନିର୍ଦ୍ଦେଶକ ନୀଳମାଧବ ପଣ୍ଡା, 'ଶ୍ରୀକ୍ଷେତ୍ରରୁ ସାହିଯାତ'ର ପ୍ରଯୋଜକ ଓ ନିର୍ଦ୍ଦେଶକ ଆଶୁତୋଷ ପଟ୍ଟନାୟକ ଏବଂ 'ଶଲା ବୁଢ଼ାର ବଦଲା'ର ନିର୍ଦ୍ଦେଶକ ଡଃ. ସବ୍ୟସାଚୀ ମହାପାତ୍ର ଓ ସମସ୍ତ କଳାକାରମାନଙ୍କୁ ମୋର ଶୁଭେଚ୍ଛା''।
ସବ୍ୟସାଚୀ ମହାପାତ୍ରଙ୍କ ନିର୍ଦ୍ଦେଶିତ ଶଲା ବୁଢାର୍ ବଦ୍ଲା, ଶଲା ବୁଢା ସିରିଜ୍ର ତୃତୀୟ ଫିଲ୍ମ। ସେହିପରି ଜଳବାୟୁ ପରିବର୍ତ୍ତନକୁ ନେଇ ନିର୍ମିତ ଫିଲ୍ମ 'କାଲିର ଅତୀତ'କୁ ନିର୍ଦ୍ଦେଶନା ଦେଇଛନ୍ତି ନୀଳମାଧବ ପଣ୍ଡା। ଶ୍ରେଷ୍ଠ ଓଡ଼ିଆ ଫିଲ୍ମ ଭାବେ ଏହି ଦୁଇ ଫିଲ୍ମକୁ ରଜତ୍ କମଲ ସହ ଏକ ଲକ୍ଷ ଟଙ୍କା ପୁରସ୍କାର ମିଳିବ । ସେହିପରି ନନ୍ ଫିଚର୍ ବର୍ଗରେ ପୁରୀ ସାହିଜାତ ପରମ୍ପରାକୁ ନେଇ ନିର୍ମିତ 'ସାହିଜାତରୁ ଶ୍ରୀକ୍ଷେତ୍ର' ଶ୍ରେଷ୍ଠ କଳା ଓ ସଂସ୍କୃତି ଫିଲ୍ମ ଭାବେ ଘୋଷିତ ହୋଇଛି।












Click it and Unblock the Notifications