୩ ଫୁଟ୍ ଅବଦୁ ରୋଜିକଙ୍କର ବଢୁଛି ଉଚ୍ଚତା, ନିଜେ ଦେଲେ ସୂଚନା
ମୁମ୍ବାଇ: ଲୋକପ୍ରିୟ ରିଆଲିଟି ସୋ 'ବିଗ୍ ବସ୍ ୧୬'ରେ ନିଜ କ୍ୟୁଟନେସ ପାଇଁ ଲୋକପ୍ରିୟତା ହାସଲ କରିଥିବା ଅବଦୁ ରୋଜିକ୍ ସୋସିଆଲ ମିଡିଆରେ ନିଜ ପ୍ରଶଂସକଙ୍କୁ ଏକ ଖୁସି ଖବର ଦେଇଛନ୍ତି । ଯାହା ଅନେକଙ୍କୁ ଆଶ୍ଚର୍ଯ୍ୟ ମଧ୍ୟ କରିଛି । ଅବଦୁ ଦେଇଥିବା ସୂଚନା ଅନୁସାରେ ବର୍ତ୍ତମାନ ତାଙ୍କ ଉଚ୍ଚତା ବୃଦ୍ଧି ପାଉଛି ।

୩ ଫୁଟର ଅବଦୁ ରୋଜିକ୍ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ପୋଷ୍ଟ ସେୟାର କରିଛନ୍ତି, ଯାହା ତାଙ୍କ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଛି । ତାଙ୍କ ଉଚ୍ଚତା ବଢୁଛି ବୋଲି ଅବଦୁ ନିଜ ପ୍ରଶଂସକଙ୍କୁ ସୂଚନା ଦେଇଛନ୍ତି । ଅବଦୁ କ୍ୟାପସନରେ ଲେଖିଛନ୍ତି, "ଆପଣ କିଛି ପାର୍ଥକ୍ୟତା ଦେଖି ପାରୁଛନ୍ତି କି? ଡାକ୍ତରମାନେ କହିଥିଲେ ଯେ ମୋର ଉଚ୍ଚାତା ବଢିବ ନାହିଁ । କାରଣ ମୋର 0% ଅଭିବୃଦ୍ଧି ହରମୋନ୍ ଅଛି । ହେଲେ ଆପଣଙ୍କ ପ୍ରେମ, ସମର୍ଥନ ଏବଂ ପ୍ରାର୍ଥନା ପାଇଁ ଏକ ଚମତ୍କାର ଘଟଣା ଘଟିଛି । ମୋର ଉଚ୍ଚତା ବଢୁଛି । ଫଟୋରେ ଅବଦୁ କାର ଚଲାଉଥିବାର ନଜର ଆସୁଛନ୍ତି ।
ଅବଦୁଙ୍କର ଏହି ଭଲ ଖବର ତାଙ୍କ ପ୍ରଶଂସକଙ୍କୁ ଖୁସି କରିଛି ଏବଂ ସୋସିଆଲ ମିଡିଆରେ ଫ୍ୟାନ୍ସ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । କିଛି ଦିନ ତଳେ ୧୯ ବର୍ଷୀୟ ଅବଦୁ ରୋଜିକ୍ ଏବଂ ଏମସି ଷ୍ଟାନଙ୍କ ଝଗଡାକୁ ନେଇ ଖୁବ ଚର୍ଚ୍ଚା ଜୋର ଧରିଥିଲା ।












Click it and Unblock the Notifications