KBC 16: ୨୨ ବର୍ଷିୟ ଯୁବକ ହେଲେ KBC 16'ର ପ୍ରଥମ କୋଟିପତି
KBC 16: 'କଲ୍କି 2898' ପରି ବ୍ଲକବଷ୍ଟର ଚଳଚ୍ଚିତ୍ର ଦେବା ପରେ ଭେଟେରାନ ହିନ୍ଦୀ ସିନେମା ଅଭିନେତା ଅମିତାଭ ବଚ୍ଚନ ଆଜିକାଲି ତାଙ୍କ କୁଇଜ୍ ସୋ 'କୌନ ବାନେଗା କରୋଡ ପତି ଜରିଆରେ ଦର୍ଶକଙ୍କ ମନୋରଞ୍ଜନ କରୁଛନ୍ତି । କେବିସିର 16 ତମ ସିଜିନ୍12 ଅଗଷ୍ଟରୁ ଆରମ୍ଭ ହୋଇଛି ଏବଂ ବର୍ତ୍ତମାନ ଚଳିତ ସିଜିନରେ ପ୍ରଥମ କୋଟି ପତି ମଧ୍ୟ ଏହି ଶୋ'କୁ ମିଳିଛି ।

ଅମିତାଭ ବଚ୍ଚନଙ୍କ ଶୋ କୌନ ବନେଗା କରୋଡପତିରେ ଜଣେ ପ୍ରତିଯୋଗୀ କୋଟିପତି ହେବାରେ ବହୁତ କମ୍ ସମୟରେ ଘଟିଥାଏ । ଏହି ସିଜିନରେ ପ୍ରାୟ ଦେଢ ମାସ ପରେ ଶୋ'କୁ ମିଳିଛି ପ୍ରଥମ କୋଟିପତି । ଆସନ୍ତୁ ଜାଣିବା ସେହି ବ୍ୟକ୍ତି କିଏ ଏବଂ ସେ କେଉଁଠାରୁ ଆସିଛନ୍ତି । କେବିସି 16 ର ପ୍ରଥମ କୋଟିପତି ହେଲେ ଜଣେ 22 ବାର୍ଷିୟ ଯୁବକ । ଜମ୍ମୁ କଶ୍ମୀରର ଏହି ବ୍ୟକ୍ତିଙ୍କ ନାମ ଚନ୍ଦ୍ର ପ୍ରକାଶ। ମାତ୍ର 22 ବର୍ଷ ବୟସରେ ଚନ୍ଦ୍ର ପ୍ରକାଶ ଇତିହାସ ସୃଷ୍ଟି କରିଛନ୍ତି। ସେ ଏକ କୋଟି ଟଙ୍କା ଜିତିଛନ୍ତି ଏବଂ ତାଙ୍କ ଖେଳ ଏବେ ବାକି ଅଛି ।












Click it and Unblock the Notifications