Get Updates
Get notified of breaking news, exclusive insights, and must-see stories!

Year Ender 2023: ଚଳିତବର୍ଷ ଗୁଗଲରେ ଏହି ଚଳଚ୍ଚିତ୍ର ହୋଇଛି ସର୍ବାଧିକ ସର୍ଚ୍ଚ, ଲିଷ୍ଟରେ ରହିଛି କିଙ୍ଗ୍ ଖାନଙ୍କ ଦୁଇଟି ଫିଲ୍ମ

Year Ender 2023

2023 ବର୍ଷ ବଲିଉଡ ପାଇଁ ଥିଲା ସର୍ବୋତ୍ତମ । ଚଳିତ ବର୍ଷ ଅନେକ ଚଳଚ୍ଚିତ୍ର ବକ୍ସ ଅଫିସରେ ସୁପରହିଟ୍ ହୋଇଥିଲା ଏବଂ ଧମାକେଦାର ବ୍ୟବସାୟ ମଧ୍ୟ କରିଥିଲା । କେବଳ ଦେଶରେ ନୁହେଁ ବିଦେଶରେ ମଧ୍ୟ ହିନ୍ଦୀ ସିନେମାର କ୍ରେଜ୍ ଦେଖିବା ପାଇଁ ମିଳିଥିଲା । ସେହିପରି କିଛି ସିନେମା ଥିଲା ଯାହା ଫ୍ଲପ୍ ହୋଇଥିଲା ଏବଂ ଭଲ ଷ୍ଚାରକାଷ୍ଟ ସତ୍ତ୍ୱେ ଜିଣିପାରି ନଥିଲା ଦର୍ଶକଙ୍କ ମନ । ଆଜି ଆମେ ଆପଣଙ୍କୁ ଏପରି କିଛି ଚଳଚ୍ଚିତ୍ରଗୁଡ଼ିକ ବିଷୟରେ କହିବାକୁ ଯାଉଛୁ ଯାହା ଚଳିତ ବର୍ଷ ଗୁଗୁଲରେ ଅଧିକ ଖୋଜା ଯାଇଛି ଏବଂ ଟ୍ରେଣ୍ଡରେ ମଧ୍ୟ ରହିଥିଲା ।

1. ଜୱାନ
ବଲିଉଡ କିଙ୍ଗ୍ ଶାହାରୁଖ ଖାନଙ୍କ ଚଳଚ୍ଚିତ୍ର ପଠାନ 7 ସେପ୍ଟେମ୍ବର 2023 ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା। କିଙ୍ଗ ଖାନଙ୍କ ଏହି ଚଳଚ୍ଚିତ୍ର ବକ୍ସ ଅଫିସରେ ବହୁତ ଟଙ୍କା ରୋଜଗାର କରିବା ସହ ଗୁଗୁଲ୍ ତାଲିକାରେ ନମ୍ବର ଏକ ସ୍ଥାନରେ ରହିଥିଲା ।

ଗଦର: ଦୀର୍ଘ ଦିନ ପରେ ସନ୍ନି ଦେୱଲ ବଡ ପରଦାରେ ପ୍ରତ୍ୟାବର୍ତ୍ତନ କରିଥିଲେ । ଏହି ଚଳଚ୍ଚିତ୍ରଟି ବକ୍ସ ଅଫିସରେ ଜବରଦସ୍ତ ଉତ୍ସାହ ସୃଷ୍ଟି କରିଥିଲା ​​ଏବଂ ସାରା ବିଶ୍ୱରେ ଏହା ଜବରଦସ୍ତ ଆୟ ମଧ୍ୟ କରିଥିଲା । ସେହିପରି ଗୁଗଲ୍ ଟ୍ରେଣ୍ତରେ ଏହା ରହିଥିଲା ନମ୍ବର ୱାନ୍ ସ୍ଥାନରେ ।

3. ଆଦିପୁରୁଷ: ଓମ୍ ରାଉତଙ୍କ ଚଳଚ୍ଚିତ୍ର ଆଦିପୁରୁଷର ବେଶ୍ ପ୍ରମୋସନ କରାଯାଇଥିଲା ହେଲେ ଦର୍ଶକଙ୍କୁ କିଛି ଖାସ ପସନ୍ଦ ଆସିନଥିଲା ଏହି ଫିଲ୍ମ । ଅନେକ ଟ୍ରୋଲ ହେବା ସତ୍ୱେ
ଗୁଗଲରେ ନମ୍ବର ୱାନ୍ ସର୍ଚ୍ଚରେ ରହିଥିଲା ପ୍ରଭାସଙ୍କର ଏହି ଫିଲ୍ମ । ଟ୍ୱିଟର୍, ଫେସବୁକ୍ ଏବଂ ଇନଷ୍ଚାଗ୍ରାମରେ ମଧ୍ୟ ଏହି ସିନେମାର ଅନେକ କ୍ଲିପସ୍ ଦେଖିବା ପାଇଁ ମିଳିଥିଲା ।

4.ପଠାନ୍: ଶାହାରୁଖ ଖାନ "ପଠାନ" ଚଳଚ୍ଚିତ୍ର ସହିତ 4 ବର୍ଷ ପରେ ବଡ ପରଦାରେ ପ୍ରତ୍ୟାବର୍ତ୍ତନ କରିଥିଲେ । ଏହି କାରଣରୁ ଫିଲ୍ମଟି ବକ୍ସ ଅଫିସରେ ହିଟ୍ ହୋଇଥିଲା । ଗୁଗୁଲ ସର୍ଚ୍ଚ ତାଲିକାରେ ପଠାନ ପଞ୍ଚମ ସ୍ଥାନରେ ରହିଛି।

5. କେରଳ ଷ୍ଟୋରୀ: ଅଦା ଶର୍ମାଙ୍କ ଫିଲ୍ମ କେରଳ ଷ୍ଟୋରୀ ଅନେକ ବିବାଦର ଶିକାର ହୋଇଥିଲା କିନ୍ତୁ ଫିଲ୍ମର ରୋଜଗାର ଉପରେ ଏହାର କୌଣସି ପ୍ରଭାବ ପଡିନଥିଲା। ଅନେକ ଲୋକ ଏହି ଚଳଚ୍ଚିତ୍ରକୁ ପସନ୍ଦ କରିଥିଲେ ସେହିପରି ଏହାକୁ ବ୍ୟାନ୍ କରିବା ପାଇଁ ମଧ୍ୟ କିଛି ସଙ୍ଗଠନ ଦାବି କରିଥିଲା । ଏହି ଚଳଚ୍ଚିତ୍ରଟି ଗୁଗୁଲରେ ବହୁ ଅଧିକ ଥର ସର୍ଚ୍ଚ କରାଯାଛଇି ।

6. ଟାଇଗର-3:

ସଲମାନ ଖାନ ଏବଂ କ୍ୟାଟ୍ରିନା କୈଫଙ୍କ ଫିଲ୍ମ ଟାଇଗର-3 ଚଳିତ ବର୍ଷ ଦିପାବଳୀରେ ମୁକ୍ତିଲାଭ କରିଥିଲା। ଏହି ଫିଲ୍ମ ପ୍ରଶଂସକଙ୍କ ଠାରୁ ମିଶ୍ରିତ ପ୍ରତିକ୍ରିୟା ପାଇଥିଲା । ସଲମାନ ଖାନ ଏବଂ କ୍ୟାଟ୍ରିନା କୈଫଙ୍କ ଫିଲ୍ମ ବକ୍ସ ଅଫିସରେ ବହୁତ ଟଙ୍କା ରୋଜଗାର କରିବା ସହ ଗୁଗଲରେ ମୋଷ୍ଟ ସର୍ଚ୍ଚଡ୍ ମୁଭି ରହିଥିଲା । ଏହା ଖୁବଖୁବ ଟ୍ରେଣ୍ତ ମଧ୍ୟ କରିଥିଲା ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+