Get Updates
Get notified of breaking news, exclusive insights, and must-see stories!

୨୦୦ କୋଟି ମନି ଲଣ୍ତରିଂ ମାମଲା:କୋର୍ଟରେ ହାଜରେ ହେଲେ ଅଭିନେତ୍ରୀ ଜ୍ୟାକଲିନ୍

ନୂଆଦିଲ୍ଲୀ:୨୦୦ କୋଟି ମନି ଲଣ୍ତରିଂ ମାମଲା । ଆଜି ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିସ ଦିଲ୍ଲୀର ପଟିଆଲା ହାଉସ କୋର୍ଟରେ ହାଜର ହୋଇଛନ୍ତି । ଟଙ୍କା ହେରଫେର ମାମଲାରେ ଜ୍ୟାକଲିନ ପୂର୍ବରୁ ଦୋଷି ସାବ୍ୟସ୍ତ ହୋଇସାରିଛନ୍ତି । ଇଡି ପକ୍ଷରୁ ତାଙ୍କୁ ଅନେକ ଥର ପଚରାଉଚରା କରାଯାଇ ସରିଛି । ଏହାପୂର୍ବ ଶୁଣାଣି ସମୟରେ ଜ୍ୟାକଲିନ୍ କୋର୍ଟରେ ହାଜର ହୋଇଥିଲେ ।

ଜ୍ୟାକଲିନ ମଧ୍ୟ ଦିଲ୍ଲୀ କୋର୍ଟ ପକ୍ଷରୁ ବ୍ୟକ୍ତିଗତ ହାଜରରୁ ମୁକ୍ତି ପାଇଥିଲେ । ଅଭିନେତ୍ରୀଙ୍କ ଆବେଦନ ଉପରେ ଶୁଣାଣି ବେଳେ କୋର୍ଟ ତାଙ୍କୁ ଏହି ଆଶ୍ୱସ୍ତି ଦେଇଥିଲେ । ୨୦୦କୋଟି ଟଙ୍କା ହେରଫେର୍ ମାମଲାରେ ଜ୍ୟାକଲିନଙ୍କ ଉପରେ ଆରୋପ ଲଗାଯାଇଛି ଯେ,ଠକ୍ ପଇସା ଜାଣିବା ସତ୍ୱେ ସେ ମହାଠକ ସୁକେଶ ଚନ୍ଦ୍ରଶେଖରଙ୍କ ଠାରୁ ମୂଲ୍ୟବାନ ଉପହାର ନେଇଛନ୍ତି । ବହୁମୂଲ୍ୟ କାର ଠାରୁ ଆରମ୍ଭ କରି ଶ୍ରୀଲଙ୍କାରେ ବଙ୍ଗଳା ପର୍ଯ୍ୟନ୍ତ ସେ ଉପହାର ଭାବେ ଗ୍ରହଣ କରିଛନ୍ତି । ଅନ୍ୟପକ୍ଷରେ ସୁକେଶ ଦାବି କରିଛି ଯେ ଅଭିନେତ୍ରୀ ୨୦୦କୋଟି ଟଙ୍କା ହେରଫେର୍ ମାମଲାରେ କିଛି ଜାଣି ନାହାଁନ୍ତି ।

Jacqueline Fernandez

ସୁକେଶ ଚନ୍ଦ୍ରଶେଖରଙ୍କ ସହ ଜଡିତ ୨୦୦ କୋଟି ମନି ଲଣ୍ଡରିଂ ମାମଲାର ଅନୁସନ୍ଧାନ ବେଳେ ବହୁ ବଲିଉଡ ଅଭିନେତ୍ରୀଙ୍କ ନାମ ସାମ୍ନାକୁ ଆସିଛି । ନୋରା ଫତେହି ଏବଂ ଜ୍ୟାକଲିନ ଫର୍ଣ୍ଣାଣ୍ଡିସଙ୍କ ପରି କଳାକାରଙ୍କ ନାଁକୁ ନେଇ ଚର୍ଚ୍ଚା ଜୋର ଧରିଛି । ଇଣ୍ଡିଆ ଟୁଡେ ରିପୋର୍ଟ ଅନୁଯାୟୀ, ସୁକେଶ କୋର୍ଟଙ୍କୁ କହିଛନ୍ତି ଯେ, ଜ୍ୟାକଲିନ ଏହି ମାମଲାରେ ଜଡିତ ନୁହଁନ୍ତି ଏବଂ ଅଭିନେତ୍ରୀଙ୍କ ସୁରକ୍ଷା ପାଇଁ ସେ ସର୍ବଦା ତାଙ୍କ ସହ ଅଛନ୍ତି ।

ଜାନୁଆରୀରେ ଦାଖଲ ହୋଇଥିବା ସପ୍ଲିମେଣ୍ଟାରୀ ଚାର୍ଜସିଟରେ ଜ୍ୟାକଲିନ ଫର୍ଣ୍ଣାଣ୍ଡିସଙ୍କୁ ଅଭିଯୁକ୍ତ ଭାବରେ ନାମିତ କରାଯାଇଥିଲା । ଇଡିର ପୂର୍ବ ଚାର୍ଜସିଟ ଏବଂ ସପ୍ଲିମେଣ୍ଟାରୀ ଚାର୍ଜସିଟରେ ତାଙ୍କୁ ଅଭିଯୁକ୍ତ ଭାବରେ ଉଲ୍ଲେଖ କରାଯାଇ ନଥିଲା ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+