ଅଭିନେତା ସଲମାନ ଖାନଙ୍କ ଫାର୍ମ ହାଉସରେ ପଶିଲେ ୨ ଅଜଣା ବ୍ୟକ୍ତି
Salman Khan Panvel House: ଗତ ବର୍ଷ ଲରେନ୍ସ ଗ୍ୟାଙ୍ଗ ଦ୍ୱାରା ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କୁ ଅନେକ ଥର ମୃତ୍ୟୁ ଧମକ ଦିଆଯାଇଥିଲା । ଯେଉଁଥିପାଇଁ ଅଭିନେତାଙ୍କ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରାଯାଇଥିଲା । ଏପରିକି ତାଙ୍କୁ Z ପ୍ଲସ୍ ସିକ୍ୟୁରିଟି ମଧ୍ୟ ଦିଆଯାଇଛି । ଏହାରି ମଧ୍ୟରେ ବର୍ତ୍ତମାନ ଆଉ ଏକ ବଡ ଖବର ଆସୁଛି, ଦୁଇଜଣ ସନ୍ଦିଗ୍ଧ ବ୍ୟକ୍ତି ଜବରଦସ୍ତ ସଲମାନ ଖାନଙ୍କ ପାନଭେଲ ଫାର୍ମ ହାଉସରେ ପ୍ରବେଶ କରିବାକୁ ଚେଷ୍ଟା କରିଛନ୍ତି । ତେବେ ଉଭୟ ଅଭିଯୁକ୍ତଙ୍କୁ ଫାର୍ମ ହାଉସରେ ପ୍ରବେଶ କରିବା ପୂର୍ବରୁ ସୁରକ୍ଷା କର୍ମୀ ସେମାନଙ୍କୁ ଧରି ପୋଲିସକୁ ହସ୍ତାନ୍ତର କରିଛନ୍ତି ।
ପୋଲିସର ସୂଚନାନୁସାରେ, ଅଭିଯୁକ୍ତ ତାର ଭାଙ୍ଗି ସଲମାନ ଖାନଙ୍କ ଫାର୍ମ ହାଉସରେ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ । ତେବେ ଏହି ସମୟରେ ଅଭିନେତା ସେଠାରେ ଉପସ୍ଥିତ ନଥିଲେ। ବର୍ତ୍ତମାନ ପୋଲିସ ସେମାନଙ୍କୁ ଗିରଫ କରିଛି। ଉଭୟଙ୍କ କାର୍ଯ୍ୟକଳାପ ସନ୍ଦେହଜନକ କିନ୍ତୁ ପୋଲିସର ପଚରାଉଚରା ବେଳେ ଅଭିଯୁକ୍ତମାନେ ସଲମାନ ଖାନଙ୍କ ପ୍ରଶଂସକ ବୋଲି ଘୋଷଣା କହିଛନ୍ତି । ପୋଲିସ ଉଭୟ ଅଭିଯୁକ୍ତଙ୍କଠାରୁ ନକଲି ପରିଚୟ ପତ୍ର ମଧ୍ୟ ପାଇଛି, ଯଦିଓ ସେମାନଙ୍କଠାରୁ କୌଣସି ଅସ୍ତ୍ର ଉଦ୍ଧାର କରାଯାଇ ନାହିଁ। ବର୍ତ୍ତମାନ ପୋଲିସ ଏହି ଘଟଣାର ତଦନ୍ତ କରୁଥିବା ନେଇ ସୂଚନା ରହିଛି ।

ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଅଭିଯୁକ୍ତଙ୍କ ନାମ ଅଜେଶ କୁମାର ଗିଲ ଏବଂ ଗୁରୁସେଭାକ୍। ପଚରାଉଚରା ବେଳେ ଉଭୟ ପଞ୍ଜାବ ଏବଂ ରାଜସ୍ଥାନର ବୋଲି ସୂଚନା ମିଳିଛି । ବର୍ତ୍ତମାନ ପୋଲିସ ଅଭିଯୁକ୍ତଙ୍କୁ ପଚରାଉଚରା କରୁଛି ଏବଂ ସଲମାନ ଖାନଙ୍କ ଫାର୍ମ ହାଉସରେ ପ୍ରବେଶ କରିବାର ଉଦ୍ଦେଶ୍ୟ ଜାଣିବାକୁ ଚେଷ୍ଟା କରୁଛି। ଏସବୁ ମଧ୍ୟରେ ନକଲି ଆଧାର କାର୍ଡ ପାଇବା ପାଇଁ ପୋଲିସ ବିଭିନ୍ନ ବିଭାଗ ଅଧୀନରେ ଉଭୟଙ୍କ ବିରୋଧରେ ମାମଲା ରୁଜୁ କରିଛି ।












Click it and Unblock the Notifications