Munawar Faruqui: 'ବିଗ୍ ବସ୍'17 ବିଜେତା ମୁନାୱର ଫାରୁକୀ ଗିରଫ !
Munawar Faruqui: ଅଡୁଆରେ'ବିଗ୍ ବସ୍'17 ବିଜେତା ତଥା ଷ୍ଟାଣ୍ଡଅପ୍ ହାସ୍ୟ ଅଭିନେତା ମୁନାୱାର ଫାରୁକି । ଏକ ମାମଲାରେ ମୁମ୍ବାଇ ପୋଲିସ ମୁନାୱରଙ୍କୁ ଗିରଫ କରିଛି । ମୁନାୱରଙ୍କ ସମେତ 14 ଜଣଙ୍କୁ ପୋଲିସ ହେପାଜତରେ ନେଇ ପଚରାଉଚରା କରାଯାଇଥିଲା । ହେଲେ ପରେ ମୁମ୍ବାଇ ପୋଲିସ ତାଙ୍କୁ ମୁକ୍ତ ମଧ୍ୟ କରିଦେଇଥିଲା ।

ମୁମ୍ବାଇ ପୋଲିସ ବୁଧବାର ନ୍ୟୁଜ୍ ଏଜେନ୍ସି ANI'କୁ ସୂଚନା ଦେଇ କହିଛି, 'ବିଗ୍ ବସ୍ 17 ବିଜେତା ମୁନାୱାର ଫାରୁକି ଏବଂ 13 ଜଣଙ୍କୁ ଗିରଫ କରାଯାଇଛି ଏବଂ ଗତକାଲି ରାତିରେ ଫୋର୍ଟ ଅଞ୍ଚଳରେ ହୁକା ବାର ଉପରେ ହୋଇଥିବା ଚଢାଉ ଘଟଣାରେ ସେମାନଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ପଚରାଉଚରା ପରେ ସମସ୍ତ ଅଭିଯୁକ୍ତଙ୍କୁ ମୁକ୍ତ କରାଯାଇଥିଲା।
ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଏହା ଏକ ଜାମିନଯୋଗ୍ୟ ଅପରାଧ, ପଚରାଉଚରା ପରେ ପୋଲିସ ଏକ ନୋଟିସ ଦେଇ ଫାରୁକିଙ୍କୁ ମୁକ୍ତ କିରିଥିଲା । ପୋଲିସ ଘଟଣାର ତଦନ୍ତ କରୁଛି । ଏହି ବିଷୟରେ ଆଲୋଚନା କରି ଜଣେ ଅଧିକାରୀ କହିଛନ୍ତି ଯେ ହର୍ବାଲ ନାମରେ ତମାଖୁ ବ୍ୟବହାର କରାଯାଉଥିବା ସୂଚନା ପାଇବା ପରେ ଘଟଣାସ୍ଥଳରେ ମୁମ୍ବାଇ ପୋଲିସର ଏକ ଟିମ୍ ହୁକା ବାର ଉପରେ ଚଢାଉ କରିଥିଲା ।
ଘଟଣାସ୍ଥଳରୁ ମିଳିଥିବା ଜିନିଷଗୁଡ଼ିକର ଯାଞ୍ଚ ପରେ ଏକ ମାମଲା ରୁଜୁ ହୋଇଥିଲା ଏବଂ 14 ଜଣଙ୍କୁ ଅଟକ ରଖାଯାଇଥିଲା। ଏହି ଲୋକମାନଙ୍କ ମଧ୍ୟରେ ଫାରୁକୀ ମଧ୍ୟ ଅନ୍ତର୍ଭୁକ୍ତ ହୋଇଥିଲେ ।
ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ମୁନାୱାର ଫାରୁକି ପ୍ରଥମ ଥର ନୁହେଁ ଏହା ପୂର୍ବରୁ ମଧ୍ୟ ଏକ ମାମଲାରେ ପୋଲିସ ତାଙ୍କୁ ପଚରାଉଚରା କରିଥିଲା । ଏହାପୂର୍ବରୁ 2021 ମସିହାରେ ସେ ହିନ୍ଦୁ ଦେବାଦେବୀଙ୍କୁ ଅପମାନିତ କରିବା ଅଭିଯୋଗରେ ସେ ଜେଲ ଯାଇଥିଲେ ।
ମୁନାଭର୍ ଇନ୍ଦୋରର ଏକ କାଫେରେ ଷ୍ଟାଣ୍ତ ଅପ୍ କମେଡି କରିବା ସମୟରେ ସେ ହିନ୍ଦୁ ଧର୍ମର ଦେବତାମାନଙ୍କୁ ପରିହାସ କରିଥିବା ନେଇ ଜଣେ ବିଜେପି ନେତା ଅଭିଯୋଗ ଆଣିଥିଲେ ଯାହା ପରେ 'ବିଗ୍ ବସ୍' 17 ବିଜେତାଙ୍କୁ 1 ମାସ ଜେଲରେ ରହିବାକୁ ପଡିଲା |












Click it and Unblock the Notifications