Get Updates
Get notified of breaking news, exclusive insights, and must-see stories!

Valentine Day' ଦିନ ଓଟିଟି'ରେ ଦେଖନ୍ତୁ ଏହି ଫିଲ୍ମ

Valentine Day: ଭାଲେଣ୍ଟାଇନ୍ସ ଡେ'ରେ ଆପଣ ନିଜ ସାଥୀଙ୍କ ସହ ଦେଖନ୍ତୁ ରୋମାଣ୍ଟିକ୍ ବଲିଉଡ ଫିଲ୍ମ । ଯାହା ଆପଣଙ୍କ ପ୍ରେମକୁ ଆଉ ଟିକେ ଖାସ ଅନ୍ଦାଜ୍ ଦେବ । 2012 ରେ ମୁକ୍ତିଲାଭ କରିଥିବା ଫିଲ୍ମ ବର୍ଫି ଏକ ସୁନ୍ଦର ପ୍ରେମ କାହାଣୀ । ରଣବୀର କପୁର ଏବଂ ପ୍ରିୟଙ୍କା ଚୋପ୍ରାଙ୍କ ସରଳ ପ୍ରେମ କାହାଣୀ ଲୋକଙ୍କ ମନ ଜିଣିବାରେ ସଫଳ ହୋଇଥିଲା । ଆପଣ ଏହି ଫିଲ୍ମକୁ ନେଟଫ୍ଲିକ୍ସରେ ଦେଖିପାରିବେ । ଆଜିବି ଏହି ସିନେମା ଲୋକଙ୍କ ମନରେ ରାଜ୍ କରେ ।

Valentines movie

2011 ରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ରକଷ୍ଟାର ଏକ ଭାବପ୍ରବଣ ପ୍ରେମ କାହାଣୀ । ଏଥିରେ ରଣବୀର କପୁର ଏବଂ ନର୍ଗିସଙ୍କ ପରି କଳାକାରମାନେ ନଜର ଆସିଥିଲେ। ଆପଣ ଏହି ଚଳଚ୍ଚିତ୍ରକୁ ଆମାଜନ ପ୍ରାଇମ ଭିଡିଓ ଏବଂ ଜିଓ ସିନେମାରେ ଦେଖିପାରିବେ ।

1981 ମସିହାରେ ମୁକ୍ତିଲାଭ କରିଥିବା ଫିଲ୍ମ ସିଲସିଲା ଏକ ସୁନ୍ଦର ରୋମାଣ୍ଟିକ ଚଳଚ୍ଚିତ୍ର । ଏଥିରେ ଅମିତାଭ ବଚ୍ଚନ ଏବଂ ରେଖାଙ୍କ ପ୍ରେମ କାହାଣୀ ଦେଖିବା ପାଇଁ ମିଳିଥିଲା । ଆପଣ ଏହି ଚଳଚ୍ଚିତ୍ରକୁ ୟୁଟ୍ୟୁବ୍ ଏବଂ ଆମାଜନ ପ୍ରାଇମ ଭିଡିଓରେ ମଧ୍ୟ ଦେଖିପାରିବେ ।

1969 ମସିହାରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ଆରାଧନା ଏକ ସୁପରହିଟ୍ ରୋମାଣ୍ଟିକ୍ ଫିଲ୍ମ । ଏଥିରେ ଆପଣ ରାଜେଶ ଖାନ୍ନା ଏବଂ ଶର୍ମିଲା ଟାଗୋରଙ୍କ ରୋମାନ୍ସ ଦେଖିପାରିବେ । ଆପଣ ଏହି ଚଳଚ୍ଚିତ୍ରକୁ ୟୁଟ୍ୟୁବ୍ ଏବଂ ଆମାଜନ ପ୍ରାଇମ ଭିଡିଓରେ ଦେଖିପାରିବେ ।

1999 ମସିହାରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ହମ୍ ଦିଲ୍ ଦେ ଚୁକେ ସାନମ୍ ଏକ ସୁପରହିଟ୍ ଫିଲ୍ମ । ଏଥିରେ ସଲମାନ ଖାନ ଏବଂ ଐଶ୍ୱର୍ଯ୍ୟା ରାୟଙ୍କ ପ୍ରେମ କାହାଣୀ ଆପଣଙ୍କ ହୃଦୟକୁ ସ୍ପର୍ଶ କରିବ । ଆପଣ ଏହି ଚଳଚ୍ଚିତ୍ରକୁ ଆମାଜନ ପ୍ରାଇମ ଭିଡିଓ ଏବଂ ଜିଓ ସିନେମାରେ ଦେଖିପାରିବେ ।

2007 ରେ ମୁକ୍ତିଲାଭ କରିଥିବା ଜବ୍ ୱି ମେଟ୍ ଏକ ସୁପରହିଟ୍ ରୋମାଣ୍ଟିକ୍ କାହାଣୀ ଥିଲା । ଏଥିରେ ସାହିଦ କପୁର ଏବଂ କରୀନା କପୁରଙ୍କ ସୁନ୍ଦର ପ୍ରେମ କାହାଣୀ ଦେଖିବା ପାଇଁ ମିଳିଥିଲା । ଆପଣ ଏହି ଚଳଚ୍ଚିତ୍ରକୁ ଆମାଜନ ପ୍ରାଇମ ଭିଡିଓରେ ଦେଖିପାରିବେ ।

1995 ମସିହାରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ଦିଲୱାଲେ ଦୁଲହାନିଆ ଲେ ଜାୟେଙ୍ଗେର ରୋମାଣ୍ଟିକ କାହାଣୀ ଦର୍ଶକଙ୍କ ମନ ଜିଣିବାରେ ସଫଳ ହୋଇଥିଲା । ଏଥିରେ ଆପଣ ଶାହାରୁଖ ଖାନ ଏବଂ କାଜୋଲଙ୍କ ରୋମାନ୍ସ ଦେଖିପାରିବେ । ଆପଣ ଏହି ଚଳଚ୍ଚିତ୍ରକୁ ଆମାଜନ ପ୍ରାଇମ ଭିଡିଓରେ ଦେଖିପାରିବେ । 1990ରେ ମୁକ୍ତିଲାଭ କରିଥିବା ଫିଲ୍ମ ଆଶିକିକୁ ଆଜିବି ଚର୍ଚ୍ଚା ହୋଇଥାଏ । ଆପଣ ଏହି ଚଳଚ୍ଚିତ୍ରକୁ ୟୁଟ୍ୟୁବରେ ଦେଖିପାରିବେ

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+